Posted inଖେଳ

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ଖେଳାଯାଉଥିବା ଏହି ମହାମୁକାବିଲାରେ ଟସ୍‌କୁ ନେଇ ବିବାଦ ଦେଖାଦେଇଛି, ଯେଉଁଥିପାଇଁ ପଡ଼ିଆରେ ଦୁଇ ଦୁଇ ଥର କଏନ ପକାଯାଇଥିଲା।
ମ୍ୟାଚ୍‌ ଆରମ୍ଭରୁ ଗୁଜରାଟ ଅଧିନାୟକ ଶୁଭମନ ଗିଲ ପ୍ରଥମେ କଏନ ପକାଇଥିଲେ ଏବଂ ରାଜସ୍ଥାନ ଅଧିନାୟକ ରିୟାନ ପରାଗ ‘ହେଡ୍ସ’ (Heads) କଲ କରିଥିଲେ। ମାତ୍ର କଏନ ପଡ଼ିବା ପରେ ‘ଟେଲ୍ସ’ (Tails) ଆସିଥିଲା, ଯାହା ଗୁଜରାଟ ସପକ୍ଷରେ ଥିଲା।
ତେବେ ମ୍ୟାଚ ରେଫରୀ ପ୍ରକାଶ ଭଟ୍ଟ ଏହି ଟସ୍‌କୁ ଅମାନ୍ୟ ଘୋଷଣା କରିଥିଲେ। ସେ କହିଥିଲେ ଯେ କୋଳାହଳ ଯୋଗୁ ସେ ପରାଗଙ୍କ କଲ ଶୁଣିପାରି ନ ଥିଲେ। ଏହାପରେ ଗିଲ୍‌ ପୁଣିଥରେ ସିକ୍କା ଉଛୁଳାଇବାକୁ କୁହାଯାଇଥିଲା। ଦ୍ୱିତୀୟ ବାର ମଧ୍ୟ ରିୟାନ ପରାଗ ’ହେଡ୍ସ’ କହିଥିଲେ ଏବଂ ଏଥର ଭାଗ୍ୟ ତାଙ୍କ ସାଥ ଦେଇଥିଲା। ପରାଗ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଟସ ହାରିବା ପରେ ଗୁଜରାଟ ଅଧିନାୟକ ଗିଲ କହିଛନ୍ତି ଯେ ସେ ମଧ୍ୟ ଟସ ଜିତିଥିଲେ ପ୍ରଥମେ ବ୍ୟାଟିଂ କରିଥାନ୍ତେ, ମାତ୍ର ଭାଗ୍ୟ ପରାଗଙ୍କ ସହ ଥିଲା। ପ୍ରଥମ ଥର କଏନ ପଡ଼ିବା ବେଳେ ଏହା ତାଙ୍କ ସପକ୍ଷରେ ରହିଥିଲା।
ଆଜିର ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ୩୧ ମେ, ୨୦୨୬ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଆଇପିଏଲ ୨୦୨୬ ର ଗ୍ରାଣ୍ଡ ଫାଇନାଲ ଖେଳିବ।
ସୂଚନାଯୋଗ୍ୟ ଯେ, କ୍ୱାଲିଫାୟର୍‌-୧ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପୂର୍ବରୁ ହିଁ ଫାଇନାଲ୍‌ରେ ପ୍ରବେଶ କରିସାରିଛି। RCB ଚଳିତ ବର୍ଷ ୫ମ ଥର ପାଇଁ ଆଇପିଏଲ ଫାଇନାଲ୍‌ରେ ପହଞ୍ଚିଛି। ଅନ୍ୟପଟେ ଆଜିର ମ୍ୟାଚ୍‌ ଜିତି ଫାଇନାଲ୍‌ରେ ଆରସିବି ସହ ଲଢ଼େଇ କରିବା ପାଇଁ ଉଭୟ ଗୁଜରାଟ ଏବଂ ରାଜସ୍ଥାନ ଜୋରଦାର ପ୍ରୟାସ କରୁଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେତେ ସମ୍ପତ୍ତିର ମାଲିକ ଲିଓନେଲ ମେସି? ଜାଣନ୍ତୁ ବିରାଟ-ରୋହିତଙ୍କ ତୁଳନାରେ ସେ କେତେ ଧନୀ

ନୂଆଦିଲ୍ଲୀ,୧।୯: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଗଣାଯାଉଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ସୋମବାର (ଅଗଷ୍ଟ 31) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ମେସି ସୋସିଆଲ…

୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଭୋଟର ସର୍ଭେ

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଏବଂ ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

BRICSରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ଭାରତ- ଏହା ସଫଳ ହେବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ବ୍ରିକ୍ସ ସମ୍ମିଳନୀରେ, ଭାରତ ସମସ୍ତ ପ୍ରମୁଖ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଭାରତ ଲକ୍ଷ୍ୟ ରଖିଛି ଯେ ଶିଖର…

ବିପଦରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦବୀ? BCCI ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୧।୯: ଅଜିତ ଆଗରକର ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଭାବରେ ରହିବେ କି ନାହିଁ ସେ ବିଷୟରେ BCCI ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବାକୁ…

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri