ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ ସଂଗଠନର ମୁଖ୍ୟ ତଥା ଜମିୟତ ଉଲମା-ଏ-ହିନ୍ଦ୍‌ର ଅଧ୍ୟକ୍ଷ ମୌଲାନା ଅର୍ଶଦ ମଦାନୀ କହିଛନ୍ତି, ଏଥିରେ ମୁସଲମାନଙ୍କର କୌଣସି ଆପତ୍ତି ନାହିଁ, କାରଣ ଏହା ଭିଡ଼ ହିଂସାକୁ ବନ୍ଦ କରିବ। ମଦାନୀ କହିଛନ୍ତି, ଯେତେବେଳେ ଦେଶର ଅଧିକାଂଶ ଲୋକ ଗାଈକୁ ପବିତ୍ର ମନେକରନ୍ତି ଏବଂ ଏହାକୁ ‘ମା’ର ମାନ୍ୟତା ଦିଅନ୍ତି, ସେତେବେଳେ ସରକାରଙ୍କ ପାଇଁ ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା ନ କରିବା ପାଇଁ କୌଣସି ରାଜନୈତିକ ବାଧ୍ୟବାଧକତା ରହିବା ଉଚିତ ନୁହେଁ। ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନ୍‌ସାରୀ ମଧ୍ୟ ଏହା ଉପରେ ଗୁରୁତ୍ୱାରୋପ କରି ମଦାନୀ ଯାହା କହୁଥିଲେ ତାହା ଦୋହରାଇଥିଲେ। ଦେଶବ୍ୟାପୀ ଗୋହତ୍ୟା ନିଷେଧକୁ ସମର୍ଥନ କରୁଥିବା ଲୋକମାନେ କହନ୍ତି, ଏହା ଏକ ସାମ୍ବିଧାନିକ ଆବଶ୍ୟକତା। ତେବେ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ? ଆସନ୍ତୁ ଏହି ବିଷୟକୁ ଅନୁଧ୍ୟାନ କରିବା।
ଭାରତର ସମ୍ବିଧାନର ଧାରା ୪୮ ଏକ ନିର୍ଦ୍ଦେଶାତ୍ମକ ସିଦ୍ଧାନ୍ତ, ଅର୍ଥାତ୍‌ ଏହା ଆଇନ ନୁହେଁ, ବରଂ ଏକ ମାର୍ଗଦର୍ଶନ। ଏଥିରେ ଉଲ୍ଲେଖ ଅଛି, ”ଦେଶ ଆଧୁନିକ ଏବଂ ବୈଜ୍ଞାନିକ ଧାରାରେ କୃଷି ଏବଂ ପଶୁପାଳନକୁ ସୁନିୟୋଜିତ କରିବାକୁ ଚେଷ୍ଟା କରିବ ଏବଂ ବିଶେଷକରି ଗାଈ, ବାଛୁରି ଏବଂ ଅନ୍ୟାନ୍ୟ ପ୍ରଜାତିର କ୍ଷୀର ଦେଉଥିବା ତଥା ଭାରବାହୀ ଗୋରୁଙ୍କ ସଂରକ୍ଷଣ ଓ ବଂଶବୃଦ୍ଧି ପାଇଁ ପଦକ୍ଷେପ ନେବ। ଏହାସହ ସେମାନଙ୍କ ହତ୍ୟା ନିଷେଧ କରିବ।“ ଏଠାରେ ଧର୍ମୀୟ ମାନ୍ୟତା ଆଧାରରେ ନୁହେଁ ବରଂ ଏକ ଅର୍ଥନୈତିକ ଏବଂ ବୈଜ୍ଞାନିକ ଯୁକ୍ତି ଉପସ୍ଥାପିତ କରାଯାଇଛି। ହେଲେ ଯେଉଁମାନେ ନିଷେଧ ପାଇଁ ଚାପ ପକାଉଥିଲେ ସେମାନେ ଧର୍ମୀୟ ଭାବନାକୁ ଉଠାଇ ଚାଲିଥିଲେ ଏବଂ ସେମାନେ ଏହା ମଧ୍ୟ କହିଥିଲେ ଯେ ସଂଖ୍ୟାଲଘୁଙ୍କ ଉପରେ ଗୋହତ୍ୟା ନିଷେଧ ଲାଗୁ କରିବାକୁ ଚାହାନ୍ତି ନାହିଁ। କଂଗ୍ରେସର ଦୁଇଜଣ ସଦସ୍ୟ ସେଠ ଗୋବିନ୍ଦ ଦାସ ଏବଂ ପଣ୍ଡିତ ଠାକୁର ଦାସ ଭାର୍ଗବ ଗୋହତ୍ୟା ନିଷେଧକୁ ଗାଈର ମୌଳିକ ଅଧିକାର ଭାବରେ ଲାଗୁ କରିବାକୁ ଚାହିଁଥିଲେ। ଅନ୍ୟମାନେ ଚାହୁଁଥିଲେ ମଇଁଷି, ଷଣ୍ଢ ଏବଂ ଅନ୍ୟାନ୍ୟ ଗୋରୁଙ୍କୁ ଏହି ନିଷେଧରେ ଅନ୍ତର୍ଭୁକ୍ତ କରାଯାଉ। ତେବେ ଭାରତର ସାମ୍ବିଧାନିକ ଧର୍ମନିରପେକ୍ଷତା ବଜାୟ ରଖିବା ପାଇଁ ଆଇନ ନିର୍ମାତାମାନେ ଏହି ନିଷେଧ ପାଇଁ ଏକ ଅଣ-ଧର୍ମୀୟ କାରଣ ଚାହୁଁଥିଲେ। ସେମାନଙ୍କ ମତରେ ପିଲାଙ୍କୁ କ୍ଷୀର ସହିତ ପୋଷଣ ଯୋଗାଇବା ପାଇଁ ଗାଈର ଆବଶ୍ୟକତା ଥିବାରୁ ସେମାନଙ୍କୁ ହତ୍ୟା କରିବା ଭୁଲ୍‌। ରାଜେନ୍ଦ୍ର ପ୍ରସାଦ ସ୍ବାଧୀନତାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଅର୍ଥାତ୍‌ ୭ ଅଗଷ୍ଟ ୧୯୪୭ରେ ଜବାହରଲାଲ ନେହେରୁଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ଲେଖାଥିଲା, ”ଗତକାଲି ଆମର ବୈଠକରେ ଆଲୋଚନା ପାଇଁ ମୋ ପାଖରେ ଦୁଇଟି ପ୍ରସଙ୍ଗ ଥିଲା। ମୁଁ ଗୋହତ୍ୟା ବନ୍ଦ କରିବା ନେଇ ବ୍ୟାପିଥିବା ଆନ୍ଦୋଳନ ବିଷୟରେ ଦର୍ଶାଇଥିଲି, କିନ୍ତୁ ସମସ୍ତେ ଶୀଘ୍ର ଚାଲିଯିବାକୁ ବ୍ୟଗ୍ରଥିବାରୁ ଏହି ପ୍ରସଙ୍ଗ ଉପରେ ବିଚାର କରାଯାଇ ନ ଥିଲା। ମୋ ପାଖରେ ଅନେକ ସଂଖ୍ୟାରେ ପୋଷ୍ଟକାର୍ଡ, ଚିଠି, ପ୍ୟାକେଟ ଏବଂ ଟେଲିଗ୍ରାମ ପହଞ୍ଚତ୍ଛି, ଯେଉଁଥିରେ ଦାବି କରାଯାଇଛି ଆଇନ ଦ୍ୱାରା ଗୋହତ୍ୟା ବନ୍ଦ କରାଯିବା ଉଚିତ…। ମୁଁ ଭାବୁଛି, ଏହି ବିଷୟ ଉପରେ ଆଲୋଚନା ଆବଶ୍ୟକ ଏବଂ ଆମକୁ ଉଚିତ ବିଚାର ପରେ ନିଷ୍ପତ୍ତି ନେବାକୁ ପଡ଼ିବ।“
ସମ୍ବିଧାନ ସଭାରେ, ମୁସଲମାନମାନେ ନିଷେଧ ଜାରି କରିବାକୁ ହିନ୍ଦୁଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଧର୍ମୀୟ କାରଣ ସ୍ପଷ୍ଟ ଭାବରେ ଉପସ୍ଥାପନ କରିବାକୁ କହିଥିଲେ। ୟୁପିର ଜାହିର-ଉଲ-ହାସନ ଲାରି କହିଥିଲେ, ”ଯଦି ଗୃହର ମତ ହେଉଛି ଗୋହତ୍ୟା ନିଷେଧ କରାଯିବା ଉଚିତ, ତେବେ ଏହାକୁ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଭାବେ ଏବଂ ସ୍ପଷ୍ଟ ଶବ୍ଦରେ ନିଷେଧ କରାଯାଉ। ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସଦ୍ଭାବନା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଏହା ଉଚିତ। ଯଦି ହିନ୍ଦୁମାନେ ଧର୍ମୀୟ କାରଣରୁ ଗୋହତ୍ୟା ନିଷେଧ ଚାହାନ୍ତି, ତେବେ ଏହା ହେଉଛି ଉପଯୁକ୍ତ ସୁଯୋଗ ଓ ସଂଖ୍ୟାଗରିଷ୍ଠମାନେ ସ୍ପଷ୍ଟ ଏବଂ ନିଶ୍ଚିତ ଭାବରେ ନିଜର ମତ ପ୍ରକାଶ କରିବା ଉଚିତ।“ ସେ କହିଥିଲେ, ମୁସଲମାନମାନେ ଜାଣନ୍ତି ଯେ ସେମାନଙ୍କ ଧର୍ମରେ ଗାଈକୁ ବଳିଦାନ ଦେବା ଅନିବାର୍ଯ୍ୟ ନୁହେଁ; କିନ୍ତୁ ଏହାପାଇଁ ଅନୁମତି ଅଛି। ଲାରି କହିଥିଲେ, ଏହା ଧର୍ମ ଅପେକ୍ଷା ସ୍ବାଧୀନତା ଉପରେ ଅଧିକ ହସ୍ତକ୍ଷେପ। ସେ କହିଥିଲେ, ଗାଈକୁ ସୁରକ୍ଷା ଦେଉଥିବା ହିନ୍ଦୁଙ୍କ ରାସ୍ତାରେ ବାଧା ସୃଷ୍ଟି କରିବାକୁ ଚାହାନ୍ତି ନାହିଁ, କିନ୍ତୁ ଏହା ସପକ୍ଷରେ ଦର୍ଶାଯାଉଥିବା ଅର୍ଥନୈତିକ ଯୁକ୍ତି ଦୁର୍ବଳ। କୃଷିର ଆଧୁନିକ ଏବଂ ବୈଜ୍ଞାନିକ ବିକାଶ ପାଇଁ ଯାନ୍ତ୍ରିକୀକରଣ ଆବଶ୍ୟକ, ହେଲେ ଭାରବାହୀ ପ୍ରାଣୀ(ଗୋରୁ)ଙ୍କ ନିରନ୍ତର ବ୍ୟବହାର ନୁହେଁ। ତାଙ୍କର ଆବେଦନ ଶୁଣାଯାଇ ନ ଥିଲା ଏବଂ ସଂଶୋଧନ ଗୃହୀତ ହୋଇଥିଲା। ଏହି ସ୍ଥିତି ଜାରି ରହିଛି। ମୌଲାନା ମଦାନୀ ଆଉ ଏକ ସମସ୍ୟା ବି ଦର୍ଶାଇଛନ୍ତି- ”ଏକକ ନାଗରିକ ସଂହିତା ସପକ୍ଷରେ ଯୁକ୍ତି ଯେ ଦେଶ ଏକ ହୋଇଥିବାରୁ ଆଇନ ମଧ୍ୟ ଏକ ହେବା ଉଚିତ, କିନ୍ତୁ ଦେଶରେ ପଶୁହତ୍ୟା ସମ୍ପର୍କିତ ଆଇନ ସମସ୍ତ ରାଜ୍ୟରେ ସମାନ ଭାବରେ ପ୍ରଯୁଜ୍ୟ ନୁହେଁ।“ ଲେଖକ ରଶିଦ କିଦୱାଇ ଏହି ପ୍ରସଙ୍ଗରେ ଲେଖିଛନ୍ତି, ”ଏକ ଦେଶବ୍ୟାପୀ ସ୍ଥିତି ପାଇଁ ମୁସଲିମ୍‌ ଧର୍ମଗୁରୁଙ୍କ ଦାବିକୁ ଆତ୍ମସମର୍ପଣର ବିଷୟ ଭାବେ ନୁହେଁ, ବରଂ ଏକ ଆହ୍ବାନ ଭାବରେ ଦେଖାଯିବା ଉଚିତ। ଏହା ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ ତୁରନ୍ତ ବନ୍ଦ କରିବାକୁ ସରକାରଙ୍କୁ ଅନୁରୋଧ କରେ। ଏହା ରାଜନୈତିକ ବର୍ଗକୁ ଦ୍ୱନ୍ଦ୍ୱରୁ ଲାଭ ଉଠାଇବା ବନ୍ଦ କରିବାକୁ ମଧ୍ୟ ଅନୁରୋଧ କରେ। ଏହା ମଧ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ଅନୁରୋଧ କରେ କି ଗାଈ ଶାସନର ବିଷୟ ନା କେବଳ ଧ୍ରୁବୀକରଣର ଏକ ଅନୁଚିତ ଉପକରଣ। ”ଆମକୁ ମଧ୍ୟ ସରକାରଙ୍କୁ ପଚାରିବାକୁ ପଡ଼ିବ, ଭାରତ ଧର୍ମନିରପେକ୍ଷତା ଉପରେ ପ୍ରତିଷ୍ଠିତ ନା ଧର୍ମ ଉପରେ। ‘ଗୋଲାପୀ ବିପ୍ଳବ’କୁ ନେଇ ସ୍ବର ଉଠାଇଥିବା ପ୍ରଧାନମନ୍ତ୍ରୀ ଏକ ଉପଯୁକ୍ତ ଆଇନ ପ୍ରଣୟନ କରି ଏହ ସମସ୍ୟାର ସମାଧାନ କରିପାରିବେ। ଏହା ଗୋମାଂସ ଭିଡ଼ହତ୍ୟାର ଅନ୍ତ ଆଣିପାରେ କିମ୍ବା ନ ଆଣିପାରେ, କିନ୍ତୁ ଏହା ନିଶ୍ଚିତ ଭାବରେ କପଟତାକୁ ଶେଷ କରିବ।“

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri