ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ ସଂଗଠନର ମୁଖ୍ୟ ତଥା ଜମିୟତ ଉଲମା-ଏ-ହିନ୍ଦ୍‌ର ଅଧ୍ୟକ୍ଷ ମୌଲାନା ଅର୍ଶଦ ମଦାନୀ କହିଛନ୍ତି, ଏଥିରେ ମୁସଲମାନଙ୍କର କୌଣସି ଆପତ୍ତି ନାହିଁ, କାରଣ ଏହା ଭିଡ଼ ହିଂସାକୁ ବନ୍ଦ କରିବ। ମଦାନୀ କହିଛନ୍ତି, ଯେତେବେଳେ ଦେଶର ଅଧିକାଂଶ ଲୋକ ଗାଈକୁ ପବିତ୍ର ମନେକରନ୍ତି ଏବଂ ଏହାକୁ ‘ମା’ର ମାନ୍ୟତା ଦିଅନ୍ତି, ସେତେବେଳେ ସରକାରଙ୍କ ପାଇଁ ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା ନ କରିବା ପାଇଁ କୌଣସି ରାଜନୈତିକ ବାଧ୍ୟବାଧକତା ରହିବା ଉଚିତ ନୁହେଁ। ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନ୍‌ସାରୀ ମଧ୍ୟ ଏହା ଉପରେ ଗୁରୁତ୍ୱାରୋପ କରି ମଦାନୀ ଯାହା କହୁଥିଲେ ତାହା ଦୋହରାଇଥିଲେ। ଦେଶବ୍ୟାପୀ ଗୋହତ୍ୟା ନିଷେଧକୁ ସମର୍ଥନ କରୁଥିବା ଲୋକମାନେ କହନ୍ତି, ଏହା ଏକ ସାମ୍ବିଧାନିକ ଆବଶ୍ୟକତା। ତେବେ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ? ଆସନ୍ତୁ ଏହି ବିଷୟକୁ ଅନୁଧ୍ୟାନ କରିବା।
ଭାରତର ସମ୍ବିଧାନର ଧାରା ୪୮ ଏକ ନିର୍ଦ୍ଦେଶାତ୍ମକ ସିଦ୍ଧାନ୍ତ, ଅର୍ଥାତ୍‌ ଏହା ଆଇନ ନୁହେଁ, ବରଂ ଏକ ମାର୍ଗଦର୍ଶନ। ଏଥିରେ ଉଲ୍ଲେଖ ଅଛି, ”ଦେଶ ଆଧୁନିକ ଏବଂ ବୈଜ୍ଞାନିକ ଧାରାରେ କୃଷି ଏବଂ ପଶୁପାଳନକୁ ସୁନିୟୋଜିତ କରିବାକୁ ଚେଷ୍ଟା କରିବ ଏବଂ ବିଶେଷକରି ଗାଈ, ବାଛୁରି ଏବଂ ଅନ୍ୟାନ୍ୟ ପ୍ରଜାତିର କ୍ଷୀର ଦେଉଥିବା ତଥା ଭାରବାହୀ ଗୋରୁଙ୍କ ସଂରକ୍ଷଣ ଓ ବଂଶବୃଦ୍ଧି ପାଇଁ ପଦକ୍ଷେପ ନେବ। ଏହାସହ ସେମାନଙ୍କ ହତ୍ୟା ନିଷେଧ କରିବ।“ ଏଠାରେ ଧର୍ମୀୟ ମାନ୍ୟତା ଆଧାରରେ ନୁହେଁ ବରଂ ଏକ ଅର୍ଥନୈତିକ ଏବଂ ବୈଜ୍ଞାନିକ ଯୁକ୍ତି ଉପସ୍ଥାପିତ କରାଯାଇଛି। ହେଲେ ଯେଉଁମାନେ ନିଷେଧ ପାଇଁ ଚାପ ପକାଉଥିଲେ ସେମାନେ ଧର୍ମୀୟ ଭାବନାକୁ ଉଠାଇ ଚାଲିଥିଲେ ଏବଂ ସେମାନେ ଏହା ମଧ୍ୟ କହିଥିଲେ ଯେ ସଂଖ୍ୟାଲଘୁଙ୍କ ଉପରେ ଗୋହତ୍ୟା ନିଷେଧ ଲାଗୁ କରିବାକୁ ଚାହାନ୍ତି ନାହିଁ। କଂଗ୍ରେସର ଦୁଇଜଣ ସଦସ୍ୟ ସେଠ ଗୋବିନ୍ଦ ଦାସ ଏବଂ ପଣ୍ଡିତ ଠାକୁର ଦାସ ଭାର୍ଗବ ଗୋହତ୍ୟା ନିଷେଧକୁ ଗାଈର ମୌଳିକ ଅଧିକାର ଭାବରେ ଲାଗୁ କରିବାକୁ ଚାହିଁଥିଲେ। ଅନ୍ୟମାନେ ଚାହୁଁଥିଲେ ମଇଁଷି, ଷଣ୍ଢ ଏବଂ ଅନ୍ୟାନ୍ୟ ଗୋରୁଙ୍କୁ ଏହି ନିଷେଧରେ ଅନ୍ତର୍ଭୁକ୍ତ କରାଯାଉ। ତେବେ ଭାରତର ସାମ୍ବିଧାନିକ ଧର୍ମନିରପେକ୍ଷତା ବଜାୟ ରଖିବା ପାଇଁ ଆଇନ ନିର୍ମାତାମାନେ ଏହି ନିଷେଧ ପାଇଁ ଏକ ଅଣ-ଧର୍ମୀୟ କାରଣ ଚାହୁଁଥିଲେ। ସେମାନଙ୍କ ମତରେ ପିଲାଙ୍କୁ କ୍ଷୀର ସହିତ ପୋଷଣ ଯୋଗାଇବା ପାଇଁ ଗାଈର ଆବଶ୍ୟକତା ଥିବାରୁ ସେମାନଙ୍କୁ ହତ୍ୟା କରିବା ଭୁଲ୍‌। ରାଜେନ୍ଦ୍ର ପ୍ରସାଦ ସ୍ବାଧୀନତାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଅର୍ଥାତ୍‌ ୭ ଅଗଷ୍ଟ ୧୯୪୭ରେ ଜବାହରଲାଲ ନେହେରୁଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ଲେଖାଥିଲା, ”ଗତକାଲି ଆମର ବୈଠକରେ ଆଲୋଚନା ପାଇଁ ମୋ ପାଖରେ ଦୁଇଟି ପ୍ରସଙ୍ଗ ଥିଲା। ମୁଁ ଗୋହତ୍ୟା ବନ୍ଦ କରିବା ନେଇ ବ୍ୟାପିଥିବା ଆନ୍ଦୋଳନ ବିଷୟରେ ଦର୍ଶାଇଥିଲି, କିନ୍ତୁ ସମସ୍ତେ ଶୀଘ୍ର ଚାଲିଯିବାକୁ ବ୍ୟଗ୍ରଥିବାରୁ ଏହି ପ୍ରସଙ୍ଗ ଉପରେ ବିଚାର କରାଯାଇ ନ ଥିଲା। ମୋ ପାଖରେ ଅନେକ ସଂଖ୍ୟାରେ ପୋଷ୍ଟକାର୍ଡ, ଚିଠି, ପ୍ୟାକେଟ ଏବଂ ଟେଲିଗ୍ରାମ ପହଞ୍ଚତ୍ଛି, ଯେଉଁଥିରେ ଦାବି କରାଯାଇଛି ଆଇନ ଦ୍ୱାରା ଗୋହତ୍ୟା ବନ୍ଦ କରାଯିବା ଉଚିତ…। ମୁଁ ଭାବୁଛି, ଏହି ବିଷୟ ଉପରେ ଆଲୋଚନା ଆବଶ୍ୟକ ଏବଂ ଆମକୁ ଉଚିତ ବିଚାର ପରେ ନିଷ୍ପତ୍ତି ନେବାକୁ ପଡ଼ିବ।“
ସମ୍ବିଧାନ ସଭାରେ, ମୁସଲମାନମାନେ ନିଷେଧ ଜାରି କରିବାକୁ ହିନ୍ଦୁଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଧର୍ମୀୟ କାରଣ ସ୍ପଷ୍ଟ ଭାବରେ ଉପସ୍ଥାପନ କରିବାକୁ କହିଥିଲେ। ୟୁପିର ଜାହିର-ଉଲ-ହାସନ ଲାରି କହିଥିଲେ, ”ଯଦି ଗୃହର ମତ ହେଉଛି ଗୋହତ୍ୟା ନିଷେଧ କରାଯିବା ଉଚିତ, ତେବେ ଏହାକୁ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଭାବେ ଏବଂ ସ୍ପଷ୍ଟ ଶବ୍ଦରେ ନିଷେଧ କରାଯାଉ। ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସଦ୍ଭାବନା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଏହା ଉଚିତ। ଯଦି ହିନ୍ଦୁମାନେ ଧର୍ମୀୟ କାରଣରୁ ଗୋହତ୍ୟା ନିଷେଧ ଚାହାନ୍ତି, ତେବେ ଏହା ହେଉଛି ଉପଯୁକ୍ତ ସୁଯୋଗ ଓ ସଂଖ୍ୟାଗରିଷ୍ଠମାନେ ସ୍ପଷ୍ଟ ଏବଂ ନିଶ୍ଚିତ ଭାବରେ ନିଜର ମତ ପ୍ରକାଶ କରିବା ଉଚିତ।“ ସେ କହିଥିଲେ, ମୁସଲମାନମାନେ ଜାଣନ୍ତି ଯେ ସେମାନଙ୍କ ଧର୍ମରେ ଗାଈକୁ ବଳିଦାନ ଦେବା ଅନିବାର୍ଯ୍ୟ ନୁହେଁ; କିନ୍ତୁ ଏହାପାଇଁ ଅନୁମତି ଅଛି। ଲାରି କହିଥିଲେ, ଏହା ଧର୍ମ ଅପେକ୍ଷା ସ୍ବାଧୀନତା ଉପରେ ଅଧିକ ହସ୍ତକ୍ଷେପ। ସେ କହିଥିଲେ, ଗାଈକୁ ସୁରକ୍ଷା ଦେଉଥିବା ହିନ୍ଦୁଙ୍କ ରାସ୍ତାରେ ବାଧା ସୃଷ୍ଟି କରିବାକୁ ଚାହାନ୍ତି ନାହିଁ, କିନ୍ତୁ ଏହା ସପକ୍ଷରେ ଦର୍ଶାଯାଉଥିବା ଅର୍ଥନୈତିକ ଯୁକ୍ତି ଦୁର୍ବଳ। କୃଷିର ଆଧୁନିକ ଏବଂ ବୈଜ୍ଞାନିକ ବିକାଶ ପାଇଁ ଯାନ୍ତ୍ରିକୀକରଣ ଆବଶ୍ୟକ, ହେଲେ ଭାରବାହୀ ପ୍ରାଣୀ(ଗୋରୁ)ଙ୍କ ନିରନ୍ତର ବ୍ୟବହାର ନୁହେଁ। ତାଙ୍କର ଆବେଦନ ଶୁଣାଯାଇ ନ ଥିଲା ଏବଂ ସଂଶୋଧନ ଗୃହୀତ ହୋଇଥିଲା। ଏହି ସ୍ଥିତି ଜାରି ରହିଛି। ମୌଲାନା ମଦାନୀ ଆଉ ଏକ ସମସ୍ୟା ବି ଦର୍ଶାଇଛନ୍ତି- ”ଏକକ ନାଗରିକ ସଂହିତା ସପକ୍ଷରେ ଯୁକ୍ତି ଯେ ଦେଶ ଏକ ହୋଇଥିବାରୁ ଆଇନ ମଧ୍ୟ ଏକ ହେବା ଉଚିତ, କିନ୍ତୁ ଦେଶରେ ପଶୁହତ୍ୟା ସମ୍ପର୍କିତ ଆଇନ ସମସ୍ତ ରାଜ୍ୟରେ ସମାନ ଭାବରେ ପ୍ରଯୁଜ୍ୟ ନୁହେଁ।“ ଲେଖକ ରଶିଦ କିଦୱାଇ ଏହି ପ୍ରସଙ୍ଗରେ ଲେଖିଛନ୍ତି, ”ଏକ ଦେଶବ୍ୟାପୀ ସ୍ଥିତି ପାଇଁ ମୁସଲିମ୍‌ ଧର୍ମଗୁରୁଙ୍କ ଦାବିକୁ ଆତ୍ମସମର୍ପଣର ବିଷୟ ଭାବେ ନୁହେଁ, ବରଂ ଏକ ଆହ୍ବାନ ଭାବରେ ଦେଖାଯିବା ଉଚିତ। ଏହା ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ ତୁରନ୍ତ ବନ୍ଦ କରିବାକୁ ସରକାରଙ୍କୁ ଅନୁରୋଧ କରେ। ଏହା ରାଜନୈତିକ ବର୍ଗକୁ ଦ୍ୱନ୍ଦ୍ୱରୁ ଲାଭ ଉଠାଇବା ବନ୍ଦ କରିବାକୁ ମଧ୍ୟ ଅନୁରୋଧ କରେ। ଏହା ମଧ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ଅନୁରୋଧ କରେ କି ଗାଈ ଶାସନର ବିଷୟ ନା କେବଳ ଧ୍ରୁବୀକରଣର ଏକ ଅନୁଚିତ ଉପକରଣ। ”ଆମକୁ ମଧ୍ୟ ସରକାରଙ୍କୁ ପଚାରିବାକୁ ପଡ଼ିବ, ଭାରତ ଧର୍ମନିରପେକ୍ଷତା ଉପରେ ପ୍ରତିଷ୍ଠିତ ନା ଧର୍ମ ଉପରେ। ‘ଗୋଲାପୀ ବିପ୍ଳବ’କୁ ନେଇ ସ୍ବର ଉଠାଇଥିବା ପ୍ରଧାନମନ୍ତ୍ରୀ ଏକ ଉପଯୁକ୍ତ ଆଇନ ପ୍ରଣୟନ କରି ଏହ ସମସ୍ୟାର ସମାଧାନ କରିପାରିବେ। ଏହା ଗୋମାଂସ ଭିଡ଼ହତ୍ୟାର ଅନ୍ତ ଆଣିପାରେ କିମ୍ବା ନ ଆଣିପାରେ, କିନ୍ତୁ ଏହା ନିଶ୍ଚିତ ଭାବରେ କପଟତାକୁ ଶେଷ କରିବ।“

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

ବିସିସିଆଇ ଅଧିକାରୀଙ୍କ ସହ ସାକ୍ଷାତ କଲେ ରୋହିତ ଶର୍ମା; ଜାଣନ୍ତୁ କ’ଣ ହେଲା ବୈଠକରେ

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଗଣମାଧ୍ୟମରେ ଗୁରୁବାର ପ୍ରକାଶିତ ଖବରରୁ ଭାରତୀୟ କ୍ରିକେଟ ହଇଚଇ ସୃଷ୍ଟି ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ୧୯ ଜୁଲାଇରେ ଲର୍ଡସରେ ଇଂଲଣ୍ଡ…

୭ ମାସର ଗର୍ଭବତୀ ଥାଇ ଆକ୍ସନ କରୁଛନ୍ତି ଦୀପିକା

ବଲିଉଡ ହେଉ କି ହଲିଉଡ ଆଜିର ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ମଧ୍ୟ ଅତ୍ୟନ୍ତ ସମର୍ପିତ ହୋଇ ସେମାନଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି…

ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦୁଇ ଭଉଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତିନି ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ପରିବାରର ଦୁଇ ଭଉଣୀ ଏକା ସାଙ୍ଗେ ନିଟ ପରୀକ୍ଷାରେ…

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ…

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri