Posted inଖେଳ

କଳିଙ୍ଗରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି:ଭାରତୀୟ ପୁରୁଷ ଦଳ ରୁଷିଆକୁ ଭେଟିବ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ସମେତ ଅନେକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରି ସାରିଥିବା କଳିଙ୍ଗ ଷ୍ଟାଡିୟମ ଉପରେ ଏବେ ପୁଣି କ୍ରୀଡ଼ାପ୍ରେମୀଙ୍କ ନଜର। ଏଠାରେ ଆଗାମୀ ନଭେମ୍ବରରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ସ ମ୍ୟାଚ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳର ମ୍ୟାଚ ଏଠାରେ ନଭେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ସୁଇଜରଲାଣ୍ଡର ଲାଉସାନେସ୍ଥିତ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏପଆଇଏଚ୍‌)ର ମୁଖ୍ୟ କାର୍ଯ୍ୟାଳୟରେ ସୋମବାର ଡ୍ର ଉଠାଣ ପରେ ଏହା ଚୂଡ଼ାନ୍ତ ହୋଇଛି। ଡ୍ର ଅନୁସାରେ ପରସ୍ପରକୁ ଭେଟିବାକୁଥିବା ଦଳ ଗୁଡ଼ିକ ୨ଟି ଲେଖାଏ ମ୍ୟାଚ ଖେଳିବେ। ବିଜେତା ଦଳ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ଘରୋଇ ପରିବେଶରେ ମ୍ୟାଚ ଖେଳିବା ନିୟମ ଥିବାରୁ ଭାରତ ଉଭୟ ମହିଳା ଓ ପୁରୁଷ ବିଭାଗ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବ।
ଟୋକିଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ସରେ ଭାରତୀୟ ପୁରୁଷ ଦଳ ରୁଷିଆ ଏବଂ ମହିଳା ଦଳ ଆମେରିକାକୁ ଭେଟିବ। ଲୋ ର଼୍ୟାଙ୍କିଙ୍ଗପ୍ରାପ୍ତ ରୁଷିଆକୁ ଭେଟିବାକୁ ଯାଉଥିବାରୁ ଭାରତୀୟ ପୁରୁଷ ଦଳପାଇଁ ଅଭିଯାନ ସହଜ ହେବ ବୋଲି ବିବେଚନା କରାଯାଉଛି। ତେବେ ମହିଳା ଦଳକୁ ଆମେରିକା ନିକଟରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ୮ ଥର ଅଲିମ୍ପିକ୍‌ ଚାମ୍ପିୟନ ଭାରତ ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୫ମ ସ୍ଥାନରେ ଥିବାବେଳେ ରୁଷିଆର ର଼୍ୟାଙ୍କିଙ୍ଗ୍‌ ୨୨। ଚଳିତବର୍ଷ ପ୍ରାରମ୍ଭରେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍‌ ସିରିଜ ଫାଇନାଲ୍ସରେ ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା। ଅନ୍ତର୍ଜାତୀୟ ମହିଳା ହକି ର଼୍ୟାଙ୍କିଙ୍ଗରେ ଭାରତ ଏବେ ୯ମ ସ୍ଥାନରେ ରହିଛି। ଆମେରିକା ୪ଟି ସ୍ଥାନ ତଳେ ଥିଲେ ହେଁ କଡ଼ା ଟକ୍କର ଦେବାକୁ ସକ୍ଷମ। ଶେଷଥରପାଇଁ ଭାରତ ଓ ଆମେରିକା ଲଣ୍ଡନ ବିଶ୍ୱକପରେ ପରସ୍ପରକୁ ଭେଟିଥିଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚଟି ୧-୧ ଗୋଲରେ ଡ୍ର ରହିଥିଲା। ତେଣୁ ରାଣୀ ରାମପାଲଙ୍କ ଭାରତ ପାଇଁ ଅଭିଯାନ ନିଶ୍ଚିତ କଷ୍ଟସାଧ୍ୟ ହେବ।
ଭାରତୀୟ ପୁରୁଷ ହକି ମୁଖ୍ୟ କୋଚ୍‌ ଗ୍ରାହାମ୍‌ ରିଡ୍‌ ଦଳର ଅଲିମ୍ପିକ୍ସ ଟିକେଟକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ”ଆମେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ପ୍ରତିଶ୍ରୁତିବଦ୍ଧ। ଅଭ୍ୟାସ ସମୟରେ ଆମେ ଡିଫେନ୍ସରେ ରହିଥିବା ତ୍ରୁଟିକୁ ସୁଧାରୁଛୁ। ଟ୍ରେନିଂ ସହିତ କିଛି ଶ୍ରେଷ୍ଠ ଦଳ ବିପକ୍ଷରେ ଖେଳି ଆମେ କ୍ୱାଲିଫାୟର୍ସ ପାଇଁ ପ୍ରସ୍ତୁତ ହୋଇଛୁ“ ବୋଲି ରିଡ୍‌ କହିଛନ୍ତି। ”ଆମେ ରୁଷିଆ ଦଳକୁ ଆଦୌ ହାଲ୍‌କାଭାବେ ନେଉନାହୁଁ। କେବଳ ରୁଷିଆ ନୁହେଁ, ଆମେ କୌଣସି ଟୁର୍ନାମେଣ୍ଟରେ କୌଣସି ବି ଦଳକୁ ହାଲ୍‌କାଭାବେ ନ ନେବାକୁ କୋଚ୍‌ ଗ୍ରାହାମ ରିଡ୍‌ ପରାମର୍ଶ ଦେଇଛନ୍ତି। ପ୍ରତିପକ୍ଷ ଦଳକୁ ଆମେ ସବୁବେଳେ ସମ୍ମାନ ଦେଇଥାଉ। ରୁଷିଆ ଏକ ଭଲ ଦଳ। ତେଣୁ ଆତ୍ମସନ୍ତୋଷ ଲାଭ କରିବାର ପ୍ରଶ୍ନ ଉଠୁନାହିଁ। ଏହା ଅଲିମ୍ପିକ୍‌ କ୍ୱାଲିଫାୟର ହୋଇଥିବାରୁ ରୁଷିଆ ଏଥର ଭଲ ପ୍ରସ୍ତୁତ ହୋଇ ଆସିଥିବ ବୋଲି ମୁଁ ଦୃଢ଼ ନିଶ୍ଚିତ। ସୁଯୋଗ ପାଇଲେ ଏହି ଦଳ ବିପର୍ଯ୍ୟୟ ସୃଷ୍ଟି କରିବାକୁ ସକ୍ଷମ। ତେଣୁ ଆମେ ଆମ ଗେମ୍‌ ଉପରେ ଫୋକସ କରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ“ ବୋଲି ଅଧିନାୟକ ମନପ୍ରୀତ ସିଂ ପ୍ରକାଶ କରିଛନ୍ତି।
ମହିଳା ହକି ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ମଧ୍ୟ ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ”ଭାରତୀୟ ଦଳ ଗତ କିଛିମାସଧରି ଉତ୍ତମ ପ୍ରଦର୍ଶନ କରି ଆସୁଛି। ସମସ୍ତ ଖେଳାଳି ଆତ୍ମବିଶ୍ୱାସରେ ଅଛନ୍ତି ଏବଂ ଘରୋଇ ପରିବେଶରେ କ୍ୱାଲିଫାୟର୍ସ ଖେଳିବାକୁ ବ୍ୟଗ୍ର“ ବୋଲି ମାରିଜନେ କହିଛନ୍ତି। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ବ୍ୟତୀତ ଭାରତୀୟ ମହିଳା ଦଳ ଚଳିତ ମାସରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ”ଆମେ ଭଲଭାବେ ପ୍ରସ୍ତୁତ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱୀ କିଏ ତାହାକୁ ନେଇ ଚିନ୍ତା କରୁନାହୁଁ। କେବଳ ମ୍ୟାଚ ଉପରେ ଆମର ଫୋକସ ରହିବ। ଆମକୁ କ୍ରମାଗତ ମ୍ୟାଚ ଖେଳିବାର ଅଛି। ତେଣୁ ଆମର ଯେଉଁ ବିଭାଗ ଦୁର୍ବଳ ଅଛି ତାହାକୁ ସୁଧାରି ମ୍ୟାଚ ଜିତିବାକୁ ଚେଷ୍ଟା କରିବୁ“ ବୋଲି ଅଧିନାୟିକା ରାଣୀ ପ୍ରକାଶ କରିଛନ୍ତି।
ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଅନ୍ୟ ପୁରୁଷ ଦଳ ଗୁଡ଼ିକ ମଧ୍ୟରେ ନେଦରଲାଣ୍ଡ୍ସ ଘରୋଇ ପରିବେଶରେ ପାକିସ୍ତାନକୁ ଭେଟିବ। ସେହିପରି ଅଷ୍ଟ୍ରିଆକୁ ଜର୍ମାନୀ, ମାଲେସିଆକୁ ଗ୍ରେଟ୍‌ ବ୍ରିଟେନ, ଫ୍ରାନ୍ସକୁ ସ୍ପେନ, କୋରିଆକୁ ନ୍ୟୁଜିଲାଣ୍ଡ ଏବଂ ଆୟର୍ଲାଣ୍ଡକୁ କାନାଡ଼ା ଘରୋଇ ପରିବେଶରେ ଭେଟିବ। ମହିଳା ବିଭାଗରେ ରୁଷିଆକୁ ଅଷ୍ଟ୍ରେଲିଆ, ଇଟାଲିକୁ ଜର୍ମାନୀ, ଚିଲିକୁ ଗ୍ରେଟ୍‌ ବ୍ରିଟେନ, କୋରିଆକୁ ସ୍ପେନ, କାନାଡ଼ାକୁ ଆୟର୍ଲାଣ୍ଡ ଏବଂ ବେଲଜିୟମ ସହିତ ଚାଇନା ଘରୋଇ ପରିବେଶରେ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri