୧୩ ବର୍ଷର ରେକର୍ଡ ଭାଙ୍ଗିଲା ଶିମିଳିପାଳ, ପାରଦ -୧ ଡିଗ୍ରୀ

ବାରିପଦା,୯।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ) : ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଶୁକ୍ରବାର ତାପମାତ୍ରା ହ୍ରାସ ପାଇ ମାଇନାସ ୧ ଡିଗ୍ରୀରେ ପହଞ୍ଚିଛି । ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଉପରବାରହାକାମୁଡାରେ ତାପାମାତ୍ରା ଶୂନ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୪ ଘଣ୍ଟାରେ ତାପାମାତ୍ରା ମାଇନାସ ୧ ଡିଗ୍ରୀରେ ରହିଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ପ୍ରଦାନ କରିଛନ୍ତି । ଫଳରେ ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତର ଜାଡ ଅସମ୍ଭାଳ କରିଦେଇଛି । ଶୀତ କଷ୍ଟକୁ ଲାଘବ କରିବା ପାଇଁ ଲୋକେ ଗରମ ପୋଷାକ ଘୋଡାଇ ରହିବା ସହ ନିଆଁ ଜାଳି ଶୀତକଷ୍ଟକୁ ଲାଘବ କରୁଛନ୍ତି ।

ଜିଲାରେ ପ୍ରଦୂଷିତ ବାୟୁ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ଷତମାମ ଦେଖିବାକୁ ମିଳିଛି । ଖରାଦିନେ ଉତପ୍ତ ସହର ଭାବେ ବାରିପଦା ରେକର୍ଡ କରିଥିବା ବେଳେ ଚଳିତ ବର୍ଷ ୬ମାସ ଧରି ଅନବରତ ବର୍ଷା ଲାଗିରହିଥିଲା । ଏପରିକି ଶୀତ ଦିନେ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହୁଥିବା ବେଳେ ତାପମାତ୍ରା କ୍ରମଶଃ ହ୍ରାସ ପାଇ ମାଇନାସରେ ପହଞ୍ଚିଛି । ସେହିପରି ଶିମିଳିପାଳ ଅଭୟାରଣ୍ୟର ଚହଲା ଓ ଗୁଡୁଗୁଡିଆରେ ୨ଡିଗ୍ରୀ, ବରେହିପାଣିରେ ୫ଡିଗ୍ରୀ, ରାମତୀର୍ଥ ଓ ସାତକୋଶିଆରେ ୯ଡିଗ୍ରୀ ଏବଂ କିଆଝରୀରେ ୧୦ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜିଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ପାଖାପାଖି ରହୁଛି । ଅବାଧ ଗଛକଟା ଓ ଖଣିଖନନ ଯୋଗୁଁ ଏହାର ପ୍ରଭାବ ଜିଲାବାସୀଙ୍କ ଉପରେ ପଡୁଛି । ଯାହାକୁ ନେଇ ଶୀତ ଦିନେ ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ତେବେ ୨୦୧୪ରୁ ଶିମିଳିପାଳରେ ଶିମିଳିପାଳରେ ୧୩ବର୍ଷ ମଧ୍ୟରେ ତାପମାତ୍ରା ମାଇନାସକୁ ଆସିନଥିବା ବେଳେ ଚଳିତ ବର୍ଷ ପାରଦ କମିଥିବାରୁ ଉପରବାରହାକାମୁଡା ଅଂଚଳରେ ତୁହିନର ଆସ୍ତରଣ ପଡିଛି । ତାପମାତ୍ରା ରେକର୍ଡ କରାଯାଉଥିବା ବେଳେ ଅଦ୍ୟାବଧି ମାଇନାସ ତାପମାତ୍ରା ରେକର୍ଡ ହୋଇନଥିବା ନେଇ ଗୋଗିନେନୀ ଜଣାଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ମୋକିମ୍‌ଙ୍କ ବଡ଼ ଘୋଷଣା: ମାର୍ଚ୍ଚ ଶେଷ ସୁଦ୍ଧା…

ଭୁବନେଶ୍ୱର,୧୦।୧: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍‌ ବଡ଼ ସୂଚନା ଦେଇଛନ୍ତି। ମୋକିମ୍‌ କହିଛନ୍ତି, ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ।...

ସ୍କୁଲ ପରିସରରୁ ୩ ଛାତ୍ରୀ ନିଖୋଜ ଘଟଣା: ୫ ଘଣ୍ଟା ପରେ ଏକ କୁଡ଼ିଆରୁ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ଗତକାଲିଠୁ ନିଖୋଜ ଥିବା ୩ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ୫ ଘଣ୍ଟା ପରେ...

ମନମୋହିଲା କୁନି କୁନି ପିଲାଙ୍କ ନୃତ୍ୟ: ବିଧାୟକ କହିଲେ…

ଗଞ୍ଜାମ,୧୦।୧(ବିଦ୍ୟାଧର ସାହୁ):ଗଞ୍ଜାମ ସହରର ବହୁ ପୁରାତନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଷୋଡବିଂଶ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଛି। ଅତିଥି ଭାବେ ଛତ୍ରପୁର ନିର୍ବାଚନ...

କ୍ଷତିପୂରଣ ଦାବିରେ ରାସ୍ତାରୋକୋ: ପ୍ରଶାସନ-ପୋଲିସର ପ୍ରତିଶ୍ରୁତି ପରେ ହଟିଲା…

ବଲାଙ୍ଗୀର, ୯।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁ ପୋଖରୀରେ ଶୁକ୍ରବାର ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି...

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ...

ମନ୍ଥର ଗତିରେ ଚାଲିଛି ଧାନ ସଂଗ୍ରହ

ଭବାନୀପାଟଣା, ୧୦।୧ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ମନ୍ଥର ଗତିରେ ଚାଲୁଥିବା ଦେଖିବାକୁ ମିଳିଛି। ଗତ ୫ ରୁ...

ଭାରତକୁ ନେଇ ଏମିତି ଦାବି କଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ଅଯଥା ଦାବି କରିଛନ୍ତି। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବିବାଦକୁ ବନ୍ଦ କରିଥିବା...

ବେଆଇନ ଚାଲିଥିଲା ବାଲିଚାଲାଣ: ୫ ଟ୍ରାକ୍ଟର ମାଡ଼ିବସିଲା….

ଲୋଇସିଂହା,୧୦ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ୍‌ ଅଧୀନ ସାନଫାସଡସ୍ଥିତ ଅଙ୍ଗନଦୀ ପଠାରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣରେ ନିୟୋଜିତ ୫ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri