ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର ନହେବା ପୂର୍ବରୁ ଅନିୟମିତତା ଅଭିଯୋଗ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି। ଦିଗପହଣ୍ଡି ସହରର ସାମାଜିକ କର୍ମୀ ବିକାଶ ପଶୁପାଳକଙ୍କ ନେତୃତ୍ୱରେ କିଛି ଯୁବକ  ଶୁକ୍ରବାର ଏନଏସି  କାର୍ଯ୍ୟାଳୟ ରେ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିବାସହ ପୋଖରୀ ରୁ ସମ୍ପୂର୍ଣ୍ଣ ପଙ୍କ ଓ ମାଟି ଉତ୍ତୋଳନ ପରେ ହିଁ ଉନ୍ନୟନ କାମ କରିବାକୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର  ପ୍ରଦାନ କରିଛନ୍ତି । ଦୀର୍ଘ ବର୍ଷର ବାଦବିବାଦ ପରେ ବହୁ ପ୍ରତିକ୍ଷୀତ ବଡ଼ ବନ୍ଧ ପୋଖରୀର ପୁନରୁଦ୍ଧାର ପାଇଁ ଡ୍ରଇଂ ଡିଜାଇନ ଏବଂ ଆବଶ୍ୟକ ଖର୍ଚ୍ଚ ଅଟକଳ କୁ ପ୍ରଶାସନିକ ଅନୁମୋଦନ ମିଳିଥିଲା।ମୁଖ୍ୟମନ୍ତ୍ରୀଙ୍କ ସହରୀ ବିକାଶ ଯୋଜନା ଏବଂ ଜଳାଶୟ ଉନ୍ନତିକରଣ ଯୋଜନାରେ  ଏନଏସି ଅଧିନ ରେ ଥିବା ରାଜା ରାଜୁଡ଼ା ସମୟ ର ଏତିହ୍ୟ ସମ୍ପନ୍ନ ବଡ଼ବନ୍ଧ ପୋଖରୀର ପୁନଃରୁଦ୍ଧାର ଓ ବିକାଶ କରାଯିବ। ଏହି ପ୍ରକଳ୍ପ ରେ ପୋଖରୀ ହିଡ ରେ ମିନିପାର୍କ,ପୋଖରୀ ର ଚତୁର୍ଦ୍ଦିଗକୁ ସୋନ୍ଦର୍ଯ୍ୟକରଣ ସହ ଅତ୍ୟାଧୁନିକ ଆଲୋକୀ କରଣ ପାଇଁ ବ୍ୟବସ୍ଥା ରହିଛି।ପ୍ରଥମ ପର୍ଯ୍ୟାୟ ରେ ପ୍ରାୟ ୩ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ହେବାପରେ  ଗତ ମେ ୧୫ ତାରିଖରେ  ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଥିଲେ । କିନ୍ତୁ ସେହି ଉନ୍ନୟନ କାର୍ଯ୍ୟ ଅତି ତରବରିଆ ଭାବେ କରାଯାଇ ସେଥିରେ ବହୁ ଅନିୟମିତତା କରାଯାଉଥିବା ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଗତ ୧୫ ଦିନ ହେଲା ବଡବନ୍ଧ ପୋଖରୀରୁ ପଙ୍କ ବାହାର କରିବା କାର୍ଯ୍ୟ ଜାରି ରହିଥିବା ବେଳେ ଏହାର କୌଣସି ବିଲ୍ ମଧ୍ୟ ମଞ୍ଜୁର କରାଯାଇନାହିଁ। ତେଣୁ କାମରେ କୌଣସି ଅନିୟମିତତାର ପ୍ରଶ୍ନ ଉଠୁନାହିଁ।  ଦିଗପହଣ୍ଡି ସହରବାସୀଙ୍କ ସ୍ବପ୍ନକୁ ସାକାର କରିବା ସହ ସହରର ବିକାଶମୂଳକ କାର୍ଯ୍ୟକୁ ବିରୋଧ ନ କରି କାମ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସହଯୋଗ କରିବାକୁ ସେ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଙ୍କୁ ପଚାରିବାରୁ  ସହରବାସୀଙ୍କ ଦୀର୍ଘ ଦିନର ଦାବିକୁ ସମ୍ମାନ ଜଣାଇ ପୋଖରୀର ପୁନରୁଦ୍ଧାର କାର୍ଯ୍ଯ ଆରମ୍ଭ ହୋଇ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲୁଅଛି । କିଛିଦିନ ଭିତରେ ପୋଖରୀରୁ ସମ୍ପୂର୍ଣ୍ଣ ଭାବେ ପଙ୍କ ବାହାର କରାଯିବ । ଏପରିକି ପ୍ରକଳ୍ପ ର ଡିପିଆର ଅନୁସାରେ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ । ତେଣୁ ସହରବାସୀ ଏଥିରେ କୈାଣସି ରାଜନୈତିକ ମତଭେଦ ନରଖି ବିକାଶ କାର୍ଯ୍ୟକୁ କ୍ରିୟାଶୀଳ କରିବା ପାଇଁ ଏନଏସି ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ପ୍ରଥମଥର ଦିନିକିଆରେ କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?