ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ‘ଲକ୍ଷ୍ୟ ନିକେତନ’ ଯୋଜନା ଚଳିତ ବର୍ଷ ଆରମ୍ଭ କରାଯାଇଥିଲା।

ଏହି ଯୋଜନା ଅଧୀନରେ ଜିଲ୍ଲାର ୩ଟି ଉପଖଣ୍ଡ—ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରରେ ୩ଟି ତାଲିମ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ଜିଲାର ବଛା ବଛା ୧୫୦ ଜଣ ଯୁବତୀ-ଯୁବକଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରଶିକ୍ଷଣ ଦିଆଯାଉଛି।

କିଛି ମାସ ପୂର୍ବରୁ ପ୍ରକାଶିତ ୟୁପିଏସସି ୨୦୨୫ ପରୀକ୍ଷାରେ ଜିଲାର ୫ ଜଣ ପ୍ରାର୍ଥୀ କୃତିତ୍ୱ ଅର୍ଜନ କରିଥିବା ବେଳେ ଏହାକୁ ଯୋଜନାର ପ୍ରଥମ ସଫଳତା ଭାବେ ଦେଖାଯାଇଥିଲା। ଇତିମଧ୍ୟରେ ପ୍ରକାଶିତ ଓପିଏସସି ପରୀକ୍ଷାରେ ମଧ୍ୟ ଜିଲାର ଏକାଧିକ ପ୍ରାର୍ଥୀ ସଫଳତା ଅର୍ଜନ କରିଛନ୍ତି।

ସେଥିମଧ୍ୟରୁ ଭଞ୍ଜନଗର ଉପଖଣ୍ଡର ୪ ଜଣ ପ୍ରାର୍ଥୀଙ୍କୁ ଶୁକ୍ରବାର ଭଞ୍ଜନଗର ଲକ୍ଷ୍ୟ ନିକେତନ ତାଲିମ କେନ୍ଦ୍ରରେ ସମ୍ବର୍ଦ୍ଧନା ଦିଆଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ଭାଷଣରେ ସେ କହିଥିଲେ, “ନୂତନ ଅଧିକାରୀମାନେ ଜିଲା ଓ ବିଭାଗର ବିକାଶ, ଲୋକସେବା ଓ ଶାସନ ପ୍ରଣାଳୀର ମୂଳ ସ୍ତମ୍ଭ ହେବେ। ସେମାନେ ସତ୍ୟନିଷ୍ଠା, ସମୟପାଳନ ଓ ପ୍ରଶାସନିକ ଦକ୍ଷତା ସହିତ ଲୋକମାନଙ୍କୁ ଗୁଣବତ୍ତାପୂର୍ଣ୍ଣ ସେବା ଯୋଗାଇବେ।”

ସେ ଆହୁରି କହିଥିଲେ ଯେ, ‘ଲକ୍ଷ୍ୟ ନିକେତନ’ ପରି ଯୋଜନା ଆଗାମୀ ଦିନରେ ଅଧିକ ପ୍ରାର୍ଥୀଙ୍କୁ ସଫଳତା ଦିଗରେ ଆଗେଇ ନେବ। ସମ୍ବର୍ଦ୍ଧିତ ଓପିଏସସି କୃତୀ ପ୍ରାର୍ଥୀମାନେ ହେଲେ ଭଞ୍ଜନଗର ଉପଖଣ୍ଡ ବୁଗୁଡ଼ା ବ୍ଲକର ସଂଘମିତ୍ରା ପାତ୍ର (ର‍୍ୟାଙ୍କ ୧୮୭), ଆସ୍କା ବ୍ଲକର ଇତିଶ୍ରୀ ଜେନା (ର‍୍ୟାଙ୍କ ୧୦), ସ୍ନିଗ୍ଧା ସେନାପତି (ର‍୍ୟାଙ୍କ ୬୩) ଓ ସୋରଡ଼ା ବ୍ଲକର କାହୁଁ ଚରଣ ବେହେରା (ର‍୍ୟାଙ୍କ ୫୬)।ଏହି ସମ୍ବର୍ଦ୍ଧନା ଉତ୍ସବରେ ଭଞ୍ଜନଗର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ବିଡିଓ ଭାରତୀ ଦେବୀ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଜିଲାପାଳଙ୍କ ‘ଲକ୍ଷ୍ୟ ନିକେତନ’ ଯୋଜନା ସଫଳତା ଦିଗରେ ଦୃତ ଗତିରେ ଆଗେଇ ଚାଲିଛି, ଯାହା ଜିଲାବାସୀଙ୍କ ପାଇଁ ଖୁସିର ଖବର।ଏହି କେନ୍ଦ୍ରରେ ମାଗଣା କୋଚିଂ, ପ୍ରଶିକ୍ଷଣ, ମାର୍ଗଦର୍ଶନ, ମକ୍ ଇଣ୍ଟରଭ୍ୟୁ, ଡିଜିଟାଲ୍ କ୍ଲାସରୁମ୍ ଓ ଆଧୁନିକ ଲାଇବ୍ରେରି ସୁବିଧା ଯୋଗାଇ ଦିଆଯାଉଛି। ସେଥିସହ ଦକ୍ଷ ଅଧିକାରୀମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି।ଭବିଷ୍ୟତରେ ଅଧିକରୁ ଅଧିକ ଯୁବତୀ-ଯୁବକ ଏହି ପରୀକ୍ଷାମାନେରେ ସଫଳତା ଅର୍ଜନ କରିପାରିବେ ବୋଲି ଜିଲା ପ୍ରଶାସନ ଓ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ

ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା…

ଜୋରଦାର ଚର୍ଚ୍ଚା, ଆଜି ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ

ଭୁବନେଶ୍ବର,୧।୯(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି…

ପତ୍ନୀଙ୍କ ନାମ ନେବାରୁ ରାଗିଲେ ଆମେରିକାର ଉପରାଷ୍ଟ୍ରପତି ଭାନ୍ସ, ହେଲେ କାହିଁକି? ଜାଣନ୍ତୁ…

ଓ୍ବାଶିଂଟନ,୧।୯: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମିଶିଗନର ଡେମୋକ୍ରାଟିକ ସିନେଟ ପ୍ରାର୍ଥୀ ଅବଦୁଲ ଏଲ-ସାୟଦଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଏକ ପ୍ରଚାର ରାଲିରେ ଭାଷଣ ଦେଇ…

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

କେତେ ସମ୍ପତ୍ତିର ମାଲିକ ଲିଓନେଲ ମେସି? ଜାଣନ୍ତୁ ବିରାଟ-ରୋହିତଙ୍କ ତୁଳନାରେ ସେ କେତେ ଧନୀ

ନୂଆଦିଲ୍ଲୀ,୧।୯: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଗଣାଯାଉଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ସୋମବାର (ଅଗଷ୍ଟ 31) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ମେସି ସୋସିଆଲ…

୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଭୋଟର ସର୍ଭେ

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଏବଂ ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri