Posted inଜାତୀୟ

ଆମେରିକା-ଇରାନ ଚୁକ୍ତି ମଧ୍ୟରେ ଭାରତ ପାଇଁ ଆସିଲା ଖୁସିଖବର

ନୂଆଦିଲ୍ଲୀ,୨୯।୫: ପଶ୍ଚିମ ଏସିଆର ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆଉ ଏକ ଭାରତୀୟ ଟ୍ୟାଙ୍କର ହର୍ମୁଜ ଷ୍ଟ୍ରେଟ ପାର୍‌ କରିସାରିଛି । ସାମୁଦ୍ରିକ ପରିବହନ ଉପରେ ନଜର ରଖୁଥିବା ଅନେକ ୱେବସାଇଟ ଏହି ସୂଚନା ଦେଇଛନ୍ତି । ‘ନିସୋସ କେରୋସ’ ନାମକ ଏହି ଜାହାଜଟି ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଛି । ଆସନ୍ତା ଜୁନ ୩ ସୁଦ୍ଧା ଏହା ସେଠାରେ ପହଞ୍ଚିବାର ସମ୍ଭାବନା ରହିଛି ।

ମାର୍ଶାଲ ଆଇଲ୍ୟାଣ୍ଡର ପତାକା ଥିବା ଏହି ଜାହାଜଟି ମେ’ ୨୧ ତାରିଖରେ ଶାରଜାହରୁ ବାହାରିଥିଲା। ଭାରତୀୟ ସମୟ ଅନୁସାରେ ଶୁକ୍ରବାର ସକାଳ ୬ଟାରେ ଏହାକୁ ଭାରତର ପଶ୍ଚିମ ଉପକୂଳ ନିକଟସ୍ଥ ଉତ୍ତର ଆରବ ସାଗରରେ ଦେଖିବାକୁ ମିଳିଥିଲା । ଜାହାଜଗୁଡ଼ିକର ସୂଚନା ରଖୁଥିବା ସଂସ୍ଥା ’ଅକ୍ଭିସର’ (Okviser) ଅନୁଯାୟୀ, ବିଶାଖାପାଟଣା ଆସୁଥିବା ଜାହାଜ ‘ନିସୋସ କେରୋସ’ର ମାଲିକ ହେଉଛନ୍ତି ଅରେଥୁସା ସିପିଙ୍ଗ କର୍ପୋରେସନ । ଏହାର ପରିଚାଳନା କିକ୍ଲେଡ୍ସ ମ୍ୟାରିଟାଇମ କର୍ପୋରେସନ କରୁଛି । ଏହି ଜାହାଜଟି ୩୩୩ ମିଟର ଲମ୍ବା ।

ଇରାନର ସମ୍ବାଦ ସରବରାହ ସଂସ୍ଥା ଗୁରୁବାର ସୂଚନା ଦେଇଛି ଯେ, ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଗତ ୨୪ ଘଣ୍ଟା ମଧ୍ୟରେ ୨୩ଟି ବାଣିଜ୍ୟିକ ଜାହାଜକୁ ହୋଇ ହର୍ମୁଜ ଷ୍ଟ୍ରେଟ ଦେଇ ଯିବାକୁ ଅନୁମତି ଦେଇଛି, ଯେଉଁଥିରେ ତେଲ ଟ୍ୟାଙ୍କର ଏବଂ କଣ୍ଟେନର ଜାହାଜ ସାମିଲ ଅଛି ।

ରିପୋର୍ଟରେ କୁହାଯାଇଛି ଯେ, ଇରାନ ସେନା ମୁତାବକ ସମସ୍ତ ଜାହାଜର ଚଳାଚଳ ଆଇଆରଜିସି (IRGC) ଅଧିକାରୀଙ୍କ ସହ ଆନୁଷ୍ଠାନିକ ବୁଝାମଣା ପରେ ହୋଇଛି । ତେବେ ହର୍ମୁଜ ଦେଇ ଗତି କରିବା ପାଇଁ ଜାହାଜଗୁଡ଼ିକୁ କୌଣସି ଟୋଲ (ଟ୍ୟାକ୍ସ) ଦେବାକୁ ପଡ଼ିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଇରାନ ପୂର୍ବରୁ ହିଁ କହିସାରିଛି ଯେ ସେ ହର୍ମୁଜ ଷ୍ଟ୍ରେଟ ଦେଇ ଯାଉଥିବା ଜାହାଜଗୁଡ଼ିକ ଠାରୁ ଟୋଲ ଆଦାୟ କରିପାରେ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri