ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
ପୋଲିସ କହିବା ଅନୁଯାୟୀ, ମଝୋଲା ଥାନା ଅନ୍ତର୍ଗତ କୁନ୍ଦନପୁରର ପଓ୍ବନ ଠାକୁର (୩୦) ୬ ବର୍ଷ ତଳେ ସମ୍ଭଲ ଅଞ୍ଚଳର ଆଞ୍ଚଲଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଝିଅ ରହିଛି। ୨ ବର୍ଷ ପୂର୍ବରୁ ଆଞ୍ଚଲଙ୍କର ପଓ୍ବନଙ୍କ ପୁତୁରା ଅଙ୍କିତଙ୍କ ସହ ଅବୈଧ ସମ୍ପର୍କ ହୋଇଥିଲା। ପଓ୍ବନ ଏହା ଜାଣି ବିରୋଧ କରିବାରୁ ଆଞ୍ଚଲ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

ସେ ବାପଘରେ ଭଉଣୀ ଶିଖା, ତାଙ୍କ ପୁରୁଷ ବନ୍ଧୁ ଅଜୟ ଦିଓ୍ବାକର ଏବଂ ଅଙ୍କିତଙ୍କ ସହ ମିଶି ପଓ୍ବନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଆଞ୍ଚଲ ଫୋନ୍‌ ଯୋଗେ ପଓ୍ବନଙ୍କୁ ଡାକିଥିଲେ। ସେ ପହଞ୍ଚତ୍ବା ପରେ ୪ ଜଣ ମିଶି ତାଙ୍କୁ ମାଡ଼ିବସି ବିଦ୍ୟୁତ୍‌ ଶକ୍‌ ଦେବା ପରେ ଜବରଦସ୍ତ ବିଷ ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପଓ୍ବନଙ୍କ ଶରୀରରେ ୯ଟି କ୍ଷତଚିହ୍ନ ଓ ବିଷ ଥିବାରୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri