Posted inଜାତୀୟ

ଡ୍ରୋନ୍‌ ଯୋଗେ ପାକ୍‌ ଏଜେଣ୍ଟଙ୍କ ପାଖକୁ ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦ା୫: ପାକିସ୍ତାନ ସହ ସମ୍ପୃକ୍ତ ଥିବା ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ୪ ରାଜ୍ୟର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଭାରତର ବିଭିନ୍ନ ସହରରେ ବିସ୍ଫୋରଣ ଘଟାଇବାକୁ ପାକ୍‌ ପରିଚାଳିତ ଆତଙ୍କବାଦୀମାନେ ଯୋଜନା ପ୍ରସ୍ତୁତ କରିଥିବାବେଳେ ଏଥିପାଇଁ ସେମାନଙ୍କ ଏଜେଣ୍ଟମାନଙ୍କ ନିକଟକୁ ଡ୍ରୋନ୍‌ ଯୋଗେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରଣ ସାମଗ୍ରୀ ଆସୁଥିବା ଜଣେ ଅଧିକାରୀ କହିଛନ୍ତି। ପାକିସ୍ତାନୀ ଅପରେଟିଭ୍‌ ଯଶବୀର ଚୌଧରୀ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ସୀମାପାର ଆତଙ୍କବାଦୀ ନେଟ୍‌ଓ୍ବର୍କ ଉପରେ ତଦନ୍ତ ଚଳାଇଥିବା ଏନ୍‌ଆଇଏ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୫ଟି ସ୍ଥାନ ସମେତ ମଧ୍ୟପ୍ରଦେଶର ୩, ବିହାର ଓ ରାଜସ୍ଥାନର ୨ଟି ଲେଖାଏ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଆତଙ୍କବାଦୀ କାର୍ଯ୍ୟ ପରିଚାଳନାରେ ସହାୟତା କରୁଥିବା ସ୍ଥାନୀୟ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରାଯାଇ ଶୁକ୍ରବାର ଭୋର ସମୟରୁ ଚଢ଼ାଉ ଆରମ୍ଭ ହୋଇଥିଲା। ଏନଆଇଏ କହିବା ଅନୁଯାୟୀ, ଡ୍ରୋନ୍‌ ଯୋଗେ ପାକିସ୍ତାନରୁ ବିପୁଳ ପରିମାଣର ଅସ୍ତ୍ର, ଗୁଳିଗୋଳା ଏବଂ ଆଇଇଡି ଅଣାଯାଇ ଭାରତ-ପାକ୍‌ ସୀମାରେ ପକାଯାଉଛି। ଯଶବୀର ଓ ତାଙ୍କ ସହ ସମ୍ପୃକ୍ତ ଭାରତୀୟ ସହଯୋଗୀମାନେ ଉକ୍ତ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରୁଛନ୍ତି। ପଞ୍ଜାବ, ଦିଲ୍ଲୀ ସମେତ ଦେଶର ଅନ୍ୟ ଭାଗରେ ଯୋଜନାବଦ୍ଧ ଆକ୍ରମଣ ପାଇଁ ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଉଦ୍ଦିଷ୍ଟ ବୋଲି ଏନ୍‌ଆଇଏ ଅଧିକାରୀ କହିଛନ୍ତି।
ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଗତ ଫେବୃଆରୀ ୧୦ରେ ପଞ୍ଜାବର ଷ୍ଟେଟ୍‌ ସ୍ପେଶାଲ ଅପରେଟିଭ୍‌ ସେଲ୍‌ (ଏସ୍‌ଏସ୍‌ଓସି) ଗୋଇନ୍ଦା ସୂଚନା ପାଇବା ପରେ ରାଜ୍ୟ ପୋଲିସ ପ୍ରଥମେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମାମଲା ସହ ଅନ୍ତର୍ଜାତୀୟ ସମ୍ପୃକ୍ତି ଏବଂ ସୀମା ସୁରକ୍ଷା ପ୍ରସଙ୍ଗ ଜଡ଼ିତ ଥିବାରୁ ମାର୍ଚ୍ଚ ୨୧ରେ ଏନ୍‌ଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରଣ ଜବତ ହେବା ପରେ ଭାରତରେ ଆତଙ୍କର ବାତାବରଣ ସୃଷ୍ଟି କରିବା ଓ ବ୍ୟାପକ କ୍ଷୟକ୍ଷତି ଘଟାଇବା ଲକ୍ଷ୍ୟରେ ବୃହତ୍ତର ଷଡ଼ଯନ୍ତ୍ର ଚାଲିଥିବା ଅଧିକାରୀମାନେ ବିଶ୍ୱାସ କରୁଛନ୍ତି। ଆତଙ୍କବାଦ ନେଟ୍‌ଓ୍ବର୍କର ଚେର କେତେ ଗଭୀରକୁ ଯାଇଛି, ପାକ୍‌ ଆତଙ୍କବାଦୀମାନଙ୍କୁ କେଉଁ ସ୍ଥାନୀୟ ଅପରେଟିଭ୍‌ମାନେ ସହାୟତା କରୁଛନ୍ତି ଓ ଷଡ଼ଯନ୍ତ୍ର ସହ ଜଡ଼ିତ ସମ୍ଭାବ୍ୟ ସ୍ଲିପର ସେଲ୍‌ଗୁଡ଼ିକ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ହରିୟାଣାର ସିର୍ସାରେ ଏକ ମହିଳା ଥାନା ଉପରେ ଗତବର୍ଷ ନଭେମ୍ବରରେ ହୋଇଥିବା ଗ୍ରେନେଡ୍‌ ଆକ୍ରମଣ ସହ ଜଡ଼ିତ ୨ ଜଣ ପାକିସ୍ତାନୀଙ୍କ ସମେତ ୯ ଜଣଙ୍କ ବିରୋଧରେ ଏନ୍‌ଆଇଏ ମଙ୍ଗଳବାର ଚାର୍ଜଶିଟ୍‌ ଦାଖଲ କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ପାକିସ୍ତାନୀ ହ୍ୟାଣ୍ଡଲର ଶାହଜାଦ ଭଟ୍ଟି ଏବଂ ସୋହେଲ ଅହମଦ ଓରଫ ସୋହେଲ ବାଲୋଚ ରହିଛନ୍ତି। ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ) ଏବଂ ଭାରତୀୟ ନ୍ୟାୟ ସଂହିତା ସମେତ ବିସ୍ଫୋରକ ସାମଗ୍ରୀ ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri