ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ, ସଭାପତି ଗିରଫ, ଏହି ମାମଲାରେ…

ଯାଜପୁର/ ଯାଜପୁର ଟାଉନ୍‌ ୩ା୧(ହର୍ଷବର୍ଦ୍ଧନ ବେହେରା/ ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ମଲ୍ଲିକ ଓ ପୂର୍ବତନ ସଭାପତି ବଦ୍ରିନାରାୟଣ ରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଗିରଫ କରାଯାଇଛି। ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପାଇଁ ଆସିଥିବା ୩୨ ଲକ୍ଷ ୭ ହଜାର ୬୨୦ ସରକାରୀ ଅର୍ଥକୁ ଆତ୍ମସାତ କରିଥିବାରୁ ଭିଜିଲାନ୍ସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ନଂ. ୪୦/୩୧ା୧୨ା୨୦୨୫ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ରାଜ୍ୟ ଯୁବନୀତି ତଥା ଷ୍ଟେଟ୍‌ ୟୁଥ୍‌ ପଲିସି-୨୦୧୩ ନୀତି ଅନୁଯାୟୀ କଲେଜ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପ୍ରଣିତ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିମ ପାଇଁ ୨୦୨୪-୨୫ ବର୍ଷରେ ରାଜ୍ୟର ୩୧୬ କଲେଜକୁ ଦିଆଯାଇଥିବା ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନ ଥିଲା। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡେପୁଟି ସେକ୍ରେଟାରି ରମେଶ ଚନ୍ଦ୍ର ବେହେରା କଲେଜ ପ୍ରିନ୍ସିପାଲମାନଙ୍କୁ ଖର୍ଚ୍ଚ ହୋଇ ନ ଥିବା ସରକାରୀ ଅର୍ଥ ଫେରେଇଦେବାକୁ ୧୪ା୮ା୨୦୨୫ରେ ନିର୍ଦ୍ଦେଶ ଜାରି କରିଥିଲେ। କେତେକ କଲେଜ କର୍ତ୍ତୃପକ୍ଷ ୧୫ା୪ା୨୦୨୫ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିପାରି ନ ଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋକିମଙ୍କୁ ଅତୃପ୍ତ ଆତ୍ମା କହି ବର୍ଷିଲେ ଭକ୍ତ: କହିଲେ ମହାପ୍ରଭୁ ଭରସା

ଭୁବନେଶ୍ୱର,୩।୧: ମହମଦ୍‌ ମୋକିମଙ୍କୁ ଅତୃପ୍ତ ଆତ୍ମା କହି ଟାର୍ଗେଟ କଲେ ପସିସି ସଭାପତ ଭକ୍ତ ଦାସ। ସେ କହିଛନ୍ତି ଗୋଟିଏ ଦଳରେ ଶୃଙ୍ଖଳିତ ଭାବେ ରହି...

ରୁପାଲି ଛକକୁ ବାଛିଛି ଆମ ବସ୍‌: ଅଟୋ ପରେ ପୁଣି ସ୍କୁଟିକୁ …

ଭୁବନେଶ୍ୱର,୩।୧: ଦୁର୍ଘଟଣା ପାଇଁ ରୁପାଲି ଛକକୁ ବାଛି ନେଇଛି ଆମ ବସ୍‌। ସକାଳେ ଅଟୋକୁ ଧକ୍କା ଦେଲା ଆଉ ଏବେ ସ୍କୁଟିକୁ। କିଛି ସମୟ ପୂର୍ବରୁ...

କେତୁଙ୍କ ଗୋଚରରେ ଏହି ୩ରାଶିଙ୍କ ବଦଳିଯିବ ଜୀବନ, ଟଙ୍କାରେ ଭର୍ତ୍ତି ହୋଇଯିବ ସିନ୍ଦୁକ!

ବୈଦିକ ଜ୍ୟୋତିଷ ଅନୁସାରେ, କେତୁ ଏକ ଛାୟା ଗ୍ରହ। ଏହାକୁ ଜ୍ଞାନ, ମୋକ୍ଷ ଏବଂ ବିଚ୍ଛିନ୍ନତାର କାରକ ଭାବରେ ବିବେଚନା କରାଯାଏ। ଜାନୁଆରୀରେ କ୍ରୁର ଗ୍ରହ...

ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…

ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି...

ମନ୍ତ୍ରୀଙ୍କ ବଡ଼ ସୂଚନା: ଚିଲିକାର ପୁନରୁଦ୍ଧାର ପାଇଁ ହେବ DPR

ଭୁବନେଶ୍ୱର,୨।୧: ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ...

ବ୍ଲକ କାର୍ଯ୍ୟାଳୟରେ ପଶି ବିଡିଓଙ୍କୁ ଆକ୍ରମଣ: ପ୍ରତିବାଦରେ…

ରାଜନଗର,୩ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତ୍ତେଜନା...

ଥାନା ଅଧିକାରୀଙ୍କ ଦରମା ବନ୍ଦ: ମହଙ୍ଗା ପଡ଼ିଲା…

ତିର୍ତ୍ତୋଲ,୩।୧(ଗୌରାଙ୍ଗ ସ୍ବାଇଁ):ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା କାରଣରୁ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଦରମା ବନ୍ଦ କରାଯାଇଛିି। ଜଗତସିଂହପୁର ଜିଲାପାଳ, କିଲିପାଳ...

ଦୂତି ଚାନ୍ଦଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ପରିବାର ସହ ଆସୁଥିବାବେଳେ…

କଟକ,୩ା୧: ଦୌଡ଼ରାଣୀ ଦୂତି ଚାନ୍ଦଙ୍କ କାର୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ତାଙ୍କ ପରିବାର ସହ ଆସୁଥିବାବେଳେ କଟକର ତ୍ରିଶୂଳିଆ ବ୍ରିଜ୍‌ ନିକଟରେ କାର୍‌ ଦୁର୍ଘଟଣାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri