ଲିଜ୍‌ ଏଗ୍ରିମେଣ୍ଟ ଜାଲିଆତି କରି ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ, ଆରଟିଆଇରେ ତଥ୍ୟ ମିଳିବା ପରେ…

ବଲାଙ୍ଗୀର/ଲୋଇସିଂହା, ୪ା୧୨ (ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ): ଲିଜ୍‌ ଏଗ୍ରିମେଣ୍ଟ ଜାଲିଆତି କରି ବଲାଙ୍ଗୀରର ଏକ ଦମ୍ପତି ପ୍ରାଣୀଧନ ବିଭାଗରୁ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ମାନସ ମହାନ୍ତି ନାମକ ଜଣେ ଯୁବକ ବଲାଙ୍ଗୀର ଟାଉନ ଥାନାରେ ବୁଧବାର ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତବର୍ଷ (୨୦୨୪) ସତ୍ୟମ କୁମାର ସାହୁ ଏକ କୁକୁଡା ଫାର୍ମ କରିବେ ବୋଲି ମାନସ କୁମାର ମହାନ୍ତିଙ୍କ ସହ ଏକ ଲିଜ୍‌ ଏଗ୍ରିମେଣ୍ଟ (ଷ୍ଟାମ୍ପ ନମ୍ବର ୧୪୬୩୩୫/୨୦୨୪) କରିଥିଲେ। ବାର୍ଷିକ ନବୀକରଣ ହିସାବରେ ୭ ବର୍ଷ ପାଇଁ ଏହି ଲିଜ୍‌ ଏଗ୍ରିମେଣ୍ଟ କରାଯାଇଥିଲା। ତେବେ ମେ ମାସ ୨ ତାରିଖରେ କରାଯାଇଥିବା ଏହି ଲିଜ୍‌ ଏଗ୍ରିମେଣ୍ଟ କରିବାର କିଛିଦିନ ପରେ ସତ୍ୟମ କୁଆଡେ କୁକୁଡା ଫାର୍ମ କରିବାକୁ ମନା କରି ଦେଇଥିଲେ ଏବଂ ଅରିଜିନାଲ ଲିଜ୍‌ ଡିଡ୍‌ କପି ଫେରାଇ ନ ଥିଲେ। କିଛି ମାସ ପରେ ସନ୍ଦେହ କରି ମାନସ ଲୋଇସିଂହା ପ୍ରାଣୀଧନ ଅଫିସରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ତାଙ୍କ ନାମ ବଦଳରେ କୁଞ୍ଜବିହାରୀ ମିଶ୍ରଙ୍କ ସହ ସତ୍ୟମଙ୍କ ଏଗ୍ରିମେଣ୍ଟ ହୋଇଥିବା ଜାଣିବାକୁ ପାଇଥିଲେ ା ଅଧିକ ତଦନ୍ତ କରିବାରୁ ୨୦୨୩ ମସିହାରେ କୁଞ୍ଜବିହାରୀଙ୍କ ମୃତ୍ୟୁ ହୋଇସାରିଥିବା ଏବଂ ସମାନ ଲିଜ୍‌ ଡିଡ୍‌ ନମ୍ବର ଥିବା କପିରେ ସତ୍ୟମ କୁମାର ସାହୁ ୩ ଥର ଏବଂ ତାଙ୍କ ସ୍ତ୍ରୀ ୫ ଥର ଲୋଇସିଂହା ପ୍ରାଣୀଧନ ବିଭାଗରେ ପ୍ରକଳ୍ପ ପାଇଁ ବ୍ୟବହାର କରି ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବା ଜାଣିବାକୁ ପାଇଥିଲେ। ଆରଟିଆଇ ତଥ୍ୟ ମାଗିବାରୁ ଏଭଳି ଜାଲିଆତି ହୋଇଥିବା ଜାଣିବା ପରେ ମାନସ ଟାଉନ ଥାନାକୁ ଆସି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅନୁରୋଧ କରିବା ସହ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଟାଉନ ଥାନା ପୋଲିସ ଲୋଇସିଂହା ଥାନାରେ ଅଭିଯୋଗ କରିବାକୁ କହିବାରୁ ମାନସ ଅନ୍‌ ଲାଇନ ଜରିଆରେ ଅଭିଯୋଗ କରିବେ ବୋଲି ଜଣାଇଛନ୍ତି। ଏହି ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ମାନସ କହିଛନ୍ତି। ଆମ ଲୋଇସିଂହା ପ୍ରତିନିଧିଙ୍କ ସୂତ୍ରରୁ ଜଣାଯାଇଛି ଯେ, ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଆନନ୍ଦ ସାଗର ସେଠ କହିଛନ୍ତି, ଏହି ଦମ୍ପତି ୬ ବର୍ଷ ପାଇଁ ସେହି ଜମିକୁ ଲିଜ୍‌ ନେଇ ଫାର୍ମ କରିଛନ୍ତି ା ପ୍ରକଳ୍ପ ମଞ୍ଜୁର ପାଇଁ ବିଭାଗ ପକ୍ଷରୁ ଯେତେବେଳେ କ୍ଷେତ୍ର ପରିଦର୍ଶନ କରାଯାଇଥିଲା, ସେତେବେଳେ ସେ ପ୍ରକୃତ ଦସ୍ତାବିଜ ଦେଖାଇଥିଲେ ା ସେହିସବୁ ଦସ୍ତାବିଜ ସବୁ ଅନ୍‌ଲାଇନରେ ଉପଲବ୍ଧ ରହିଛି ା ଦସ୍ତାବିଜ ଜାଲିଆତିକୁ ସେ ଖଣ୍ଡନ କରିଛନ୍ତି ା ଏହାଛଡା ଅଭିଯୋଗ ପରେ ତଦନ୍ତ ପାଇଁ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି ା ତଦନ୍ତରେ ଯଦି ଅନିୟମିତତା ଜଣାପଡେ ତେବେ ସମ୍ପୃକ୍ତ ହିତାଧିକାରୀଙ୍କ ଠାରୁ ଦିଆଯାଇଥିବା ଅନୁଦାନ ଫେରସ୍ତ ହେବ ବୋଲି କହିଛନ୍ତି ା

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri