ଟ୍ରମ୍ପ୍‌ଙ୍କୁ ଲକ୍ଷ୍ୟ

ମଧ୍ୟପ୍ରାଚ୍ୟ ସଙ୍କଟ ଦୂର କରିବା ଲାଗି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବାସ ଆରାଘାଚି ଆମେରିକୀୟ ପ୍ରତିନିଧି ଦଳ ସହ କଥାବାର୍ତ୍ତା କରିବା ପୂର୍ବରୁ ୨୫ ଏପ୍ରିଲରେ ଇସ୍‌ଲାମାବାଦ ଛାଡ଼ିଦେଇଥିଲେ। ଆମେରିକା ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ନାହିଁ ଓ ଇରାନ୍‌ର ସାମୁଦ୍ରିକ ଜଳପଥ ହର୍ମୁଜକୁ ଅବରୋଧ କରି ରଖୁଥିବାରୁ ତା’ ସହ ପ୍ରତ୍ୟକ୍ଷ କଥାବାର୍ତ୍ତାର ଆବଶ୍ୟକତା ନାହିଁ ବୋଲି ଆରାଘାଚି କହିଥିଲେ। ଅନ୍ୟପକ୍ଷରେ ଆମେରିକୀୟ ପ୍ରତିନିଧି ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଓ ଜାରେଡ୍‌ କୁଶନର ଇସ୍‌ଲାମାବାଦ ନ ଆସି ସେମାନଙ୍କ ନିଷ୍ପତ୍ତି ବଦଳାଇବା ଆଲୋଚନା ପ୍ରକ୍ରିୟାକୁ ବ୍ୟାହତ ପହଞ୍ଚାଇଛି। ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିଲେ ଯେ, ଇରାନ୍‌ ଯେକୌଣସି ସମୟରେ ଫୋନ୍‌ କରିପାରିବ, ଏଥିପାଇଁ ଦୀର୍ଘ ଘଣ୍ଟାର ବିମାନ ଯାତ୍ରାର ଆବଶ୍ୟକତା ନାହିଁ। ପାକିସ୍ତାନକୁ ମଝିରେ ରଖି ଏଭଳି ପରୋକ୍ଷ କଥୋପକଥନ ଦର୍ଶାଉଛି ଯେ, ଉଭୟ ଆମେରିକା ଓ ଇରାନ୍‌ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏଭଳି ସ୍ଥିତି କେବଳ ଦୁଇ ଦେଶ ନୁହେଁ, ସମଗ୍ର ବିଶ୍ୱକୁ ଶକ୍ତି ସଙ୍କଟ ସହ ବହୁସ୍ତରରେ ଅସ୍ଥିରତା ମଧ୍ୟକୁ ଠେଲି ନେଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପଶ୍ଚିମ ଏସିଆ ସଙ୍କଟ ନେଇ ନିଜ ଦେଶ ଭିତରେ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏହାର ଫଳ ସ୍ବରୂପ, ଆମେରିକାରେ ତୈଳ ମୂଲ୍ୟ ବୃଦ୍ଧି, ଅର୍ଥନୈତିକ ଅସ୍ଥିରତା ଓ ଟ୍ରମ୍ପ୍‌ ପ୍ରଶାସନ ପ୍ରତି ଅସନ୍ତୋଷ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଏଭଳି ଏକ ଯୁଦ୍ଧର କ’ଣ ଆବଶ୍ୟକତା ରହିଛି ବୋଲି ଅନେକେ ପ୍ରଶ୍ନ କରୁଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କ ଲକ୍ଷ୍ୟ ଇରାନ୍‌ର ତୈଳଭଣ୍ଡାର ଉପରେ ରହିଆସିଥିବା ବିଷୟରେ ଜାଣିବାଶୁଣିବା ମହଲର ଜ୍ଞାତ ଭିତରେ ରହିଛି। ଆମେରିକୀୟମାନେ ବୁଝିଲେଣି ଯେ, ଯୁଦ୍ଧ କେବଳ ସୈନ୍ୟବଳ ଓ କ୍ଷେପଣାସ୍ତ୍ର ପ୍ରଦର୍ଶନ ନୁହେଁ, ଏହା ମାନବୀୟ କ୍ଷତି ସହ ଦୀର୍ଘକାଳୀନ ଅସ୍ଥିରତା ବଢ଼ାଇଚାଲୁଛି। ହର୍ମୁଜ ଜଳପଥ ଅବରୋଧ ଓ ସେଠାରେ ଆକ୍ରମଣଜନିତ ଘଟଣା ବିଶ୍ୱର ତୈଳ ଯୋଗାଣକୁ ସମ୍ପୂର୍ଣ୍ଣ ବ୍ୟାହତ କରିଛି। ଏହାଦ୍ୱାରା ଭାରତ ମଧ୍ୟ ଘୋର ପ୍ରଭାବିତ ହୋଇଛି। ବିଶେଷଜ୍ଞଙ୍କ ମତରେ ଇରାନ୍‌ର ପାରମାଣବିକ କାର୍ଯ୍ୟକ୍ରମ ନିୟନ୍ତ୍ରଣ କରିବା ନେଇ ଆମେରିକାର ଲକ୍ଷ୍ୟ ଥିଲେ ମଧ୍ୟ ତାହା ଯୁଦ୍ଧ ମାଧ୍ୟମରେ କଦାପି ସମ୍ଭବ ନୁହେଁ। ଏଥିପାଇଁ ଦରକାର କୂଟନୈତିକ ଆଲୋଚନା ଓ ଅନ୍ତର୍ଜାତୀୟ ଚାପ। ଯେହେତୁ ଟ୍ରମ୍ପ୍‌ ଗୋଟେ ଜିଦିରେ ଇରାନ୍‌କୁ ଟାର୍ଗେଟ କରୁଛନ୍ତି, ତାହା ଦ୍ୱାରା ଲକ୍ଷ୍ୟପ୍ରାପ୍ତି ସମ୍ଭବ ହୋଇପାରିବ ନାହିଁ।
ବର୍ତ୍ତମାନର ଆମେରିକା ସ୍ଥିତି ଦେଖିଲେ ଟ୍ରମ୍ପ୍‌ଙ୍କୁ ନିଜ ଦେଶର ଅର୍ଥନୈତିକ ସ୍ଥିତି ଓ ତାଙ୍କ ପ୍ରତି ଥିବା ଜନମତ ବିଷୟରେ ଭାବିବା ଦରକାର। ବିଶେଷକରି ଆସନ୍ତା ନଭେମ୍ବରରେ ଥିବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଏ ଦୃଷ୍ଟିରୁ ଗୁରୁତ୍ୱ ବହନ କରେ। ୨୫ ଏପ୍ରିଲ ୨୦୨୬ରେ ଓ୍ବାଶିଂଟନର ହ୍ବାଇଟ୍‌ ହାଉସ୍‌ କରେସ୍‌ପଣ୍ଡେଣ୍ଟସ୍‌ ଆସୋସିଏଶନର ରାତ୍ରକାଳୀନ ଭୋଜିରେ ଗୁଳିକାଣ୍ଡ ଘଟିବା ଓ ଟ୍ରମ୍ପ୍‌ଙ୍କୁ ଟାର୍ଗେଟ କରାଯିବା ବିଷୟ ଅନେକ କିଛି ଦର୍ଶାଉଛି। ଟ୍ରମ୍ପ୍‌ ଖବରଦାତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଜଣେ ଯୁବକ ଯେଉଁ ସମୟରେ ଗୁଳିକଲେ ସେଠାରେ ଉପରାଷ୍ଟ୍ରପତି ଜେଡି ଭାନ୍ସ, ଟ୍ରମ୍ପ୍‌ଙ୍କ ସ୍ତ୍ରୀ ମେଲେନିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଅବଶ୍ୟ ଏଥିରେ ଜଣେ ସୁରକ୍ଷା ଅଧିକାରୀ ଆହତ ହେବା ବ୍ୟତୀତ ବିଶେଷ କ୍ଷତି ଘଟିନାହିଁ। ତେବେ କାଲିଫର୍ନିଆର ୩୧ ବର୍ଷୀୟ ଶିକ୍ଷିତ ଯୁବକ କୋଲ୍‌ ଟମାସ ଆଲେନଙ୍କୁ ସୁରକ୍ଷାକର୍ମୀମାନେ ହେପାଜତକୁ ନେଇଛନ୍ତି। ଆଲେନ କେଉଁଥିପାଇଁ ଗୁଳି କଲେ, ତାହା ଜଣାପଡ଼ି ନ ଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କ ପ୍ରତି ଏହା ଅସନ୍ତୋଷକୁ ଦର୍ଶାଉଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ଟ୍ରମ୍ପ୍‌ଙ୍କୁ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଗୁଳି କରାଯାଇଥିଲା, ଯେଉଁଥିରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏବର ସ୍ଥିତିକୁ ଦେଖିଲେ ଦ୍ୱିତୀୟ ପର୍ଯ୍ୟାୟ ଶାସନ ସମୟରେ ଟ୍ରମ୍ପ୍‌ଙ୍କ ପ୍ରତି ସମର୍ଥନ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି। ବର୍ତ୍ତମାନ ୫୮ ପ୍ରତିଶତ ଆମେରିକୀୟ ଟ୍ରମ୍ପ୍‌ଙ୍କ କାର୍ଯ୍ୟକୁ ନାପସନ୍ଦ କରୁଥିବା ବେଳେ ୩୯ ପ୍ରତିଶତ ନାଗରିକ ସମର୍ଥନ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏପରିକି ଯୁଦ୍ଧ ଓ ଅନ୍ୟ ଦେଶର ସାର୍ବଭୌମତ୍ୱରେ ଟ୍ରମ୍ପ୍‌ଙ୍କ ହସ୍ତକ୍ଷେପ ନେଇ ରିପବ୍ଲିକାନ୍‌ ପାର୍ଟିର ସିନେଟର ରାଣ୍ଡ୍‌ ପଲ୍‌, ଲିସା ମୁର୍କୋସ୍କି, ସୁସାନ୍‌ କୋଲିନ୍‌, ଟୋଡ୍‌ ୟଙ୍ଗ୍‌ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ଯୁଦ୍ଧ ପ୍ରଭାବରେ ଆମେରିକାର ଅର୍ଥନୀତି ଅତିରିକ୍ତ ଚାପର ସମ୍ମୁଖୀନ ହୋଇଥିବାରୁ ଯୁବବର୍ଗ ଟ୍ରମ୍ପ୍‌ଙ୍କ ଉପରେ କ୍ରୋଧିତ ଥିବା କୁହାଯାଉଛି। ଏଠାରେ ମନେପଡ଼େ ଗତବର୍ଷ ଜେନ୍‌ ଜି ଉତ୍‌କ୍ଷିପ୍ତ ହୋଇ ନେପାଳରେ ସୃଷ୍ଟି କରିଥିବା ଅସମ୍ଭାଳ ସ୍ଥିତି। ତେଣୁ ଏବର ସମୟରେ ଟ୍ରମ୍ପ୍‌ ନିଜଆଡ଼ୁ ବାସ୍ତବ ଦୃଷ୍ଟିକୋଣରୁ ଯୁଦ୍ଧ ବନ୍ଦ କରିବା ଦିଗରେ କାର୍ଯ୍ୟ କଲେ ଦୁଇଟି ଲାଭ ହୋଇପାରନ୍ତା। ଗୋଟେ ହେଲା ବିଶ୍ୱସ୍ତରରେ ଦେଖାଦେଇଥିବା ଶକ୍ତି ସଙ୍କଟ ଦୂର ହେବା ସହ ଅନ୍ତର୍ଜାତୀୟ ଆର୍ଥିକ ଅସ୍ଥିରତାରେ ସୁଧାର ଆସିପାରନ୍ତା ଏବଂ ଦ୍ୱିତୀୟରେ ଆମେରିକାରେ ଟ୍ରମ୍ପ୍‌ ସମ୍ପୂର୍ଣ୍ଣ ବିରୋଧର ସମ୍ମୁଖୀନ ହେବାରୁ ନିଜକୁ ରକ୍ଷା କରିପାରନ୍ତେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?