‘ ବୁଢ଼ୀ ଠାକୁରାଣୀଙ୍କ  ଯାତ୍ରା ମହୋତ୍ସବ : ଆଗାମୀ ୨ ବର୍ଷ ପାଇଁ ମା ‘ଙ୍କୁ ମେଲାଣି

ଦିଗପହଣ୍ଡି,୨୮|୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଚୈତ୍ର ଶୁକ୍ଳ ନବମୀ ତିଥି ଗତ ମାର୍ଚ୍ଚ ୨୭ ତାରିଖରୁ ୧ ମାସ ବ୍ୟାପୀ ଚାଲିଥିବା  ପ୍ରସିଦ୍ଧ ମା ‘ ବୁଢ଼ୀ ଠାକୁରାଣୀଙ୍କ  ଯାତ୍ରା ମହୋତ୍ସବ  ସୋମବାର ବିଳମ୍ବିତ ରାତିରେ  ଉଦଯାପିତ ହୋଇଯାଇଛି। ଯାତ୍ରା ର ଉଦଯାପନୀ ଦିବସ ଉପଲକ୍ଷେ ଗ୍ରାମର ଲଛିବିଲ ସାହି ଓ ଖୁଣ୍ଟିଆ ସାହିରେ  ପୌରାଣିକ ମହାଭାରତ ନାଟକ ପରିବେଷଣ କରାଯାଇଥିବା ବେଳେ ଯାତ୍ରାପୀଠ ରେ ପୌରାଣିକ ରାଧାପ୍ରେମଲୀଳା ଗୀତି ନାଟକ ପରିବେଷଣ କରାଯାଇଥିଲା।ପୂର୍ବରୁ ଯାତ୍ରା ର ବିଭିନ୍ନ ଦିବସରେ ମା ‘ ବୁଢ଼ୀ ଠାକୁରାଣୀ ବାଘ,ଷଣ୍ଢ,ଦଶାବତାର, ଢେଙ୍କାନାଳ ର ସିଙ୍ଘ ବାଦ୍ୟ, ଆନ୍ଧ୍ରପ୍ରଦେଶର ଅଘୋରୀ, ବରଗଡ଼  ବରପାଲି ର ମା’ କାଳୀ ଘଣ୍ଟ ବାଦ୍ୟ କଳାଘୋଡା,ସମ୍ବଲପୁର ର ଦୁଲ୍ ଦୁଲି,ପୁରୀର ସାଇଯାତ,କୀର୍ତ୍ତନ ଓ ଘଣ୍ଟ ମୃଦଙ୍ଗ ପଟୁଆରେ ବିଭିନ୍ନ ସାହି ପରିକ୍ରମା କରିଥିଲେ।  ସାମାଜିକ ନାଟକ ” ଦରିଆ କୁଳର ଦରଦୀ ବନ୍ଧୁ ” ମଞ୍ଚସ୍ଥ ହୋଇଥିବା ବେଳେ ବିଭିନ୍ନ ସାହିରେ ପୌରାଣିକ ମହାଭାରତ,  ରାମାୟଣ, ଲକ୍ଷ୍ମୀ ପୁରାଣ ନାଟକ ମଞ୍ଚସ୍ଥ ହୋଇଥିଲା। ସୋମବାର ନିଶାର୍ଦ୍ଧରେ କର୍ତ୍ତା  ପଦ୍ମ ଲୋଚନ ପାଣିଗ୍ରାହୀ ଓ ତାଙ୍କ ସହଧର୍ମଣି ପ୍ରଭାସିନୀ ପାଣିଗ୍ରାହୀ ଙ୍କ ସମେତ ଯାତ୍ରା ପରିଚାଳନା କମିଟି ସଭାପତି ଟି. ବାବୁ ସୁବୁଦ୍ଧି,ସମ୍ପାଦକ ରଞ୍ଜନ ଖୁଣ୍ଟିଆ, ସହ ସମ୍ପାଦକ ଅରୁଣ ଖୁଣ୍ଟିଆ,କୋଷାଧ୍ୟକ୍ଷ ରଘୁନାଥ ବେହେରା,ଉପଦେଷ୍ଟା କୈଳାସ ସ୍ବାଇଁ , ଶଙ୍କର୍ଷଣ ସ୍ବାଇଁ,ଦିବାକର ପାଢ଼ୀ, ମୁକୁନ୍ଦ ଚନ୍ଦ୍ର ବରାଡ, କମିଟି ସଦସ୍ୟ  ସିମାଞ୍ଚଳ ସେଠୀ, ଏମ. ମାଧବ ରେଡ୍ଡୀ,ନରେନ୍ଦ୍ର ରେଡ୍ଡୀ,ପରମାନନ୍ଦ ନାୟକ,ଶ୍ରୀକାନ୍ତ ଖୁଣ୍ଟିଆ, ଏମ. ଚିନ୍ମୟ ରେଡ୍ଡୀ ଓ ବହୁସଂଖ୍ୟକ ଗ୍ରାମବାସୀ ଙ୍କ ଉପସ୍ଥିତିରେ  ପୂର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାୟୀ ମା ‘ ଙ୍କୁ ମହାସ୍ନାନ କରାଯାଇଥିଲା।  ମୁଖ୍ୟ ପୁରୋହିତ ପଣ୍ଡିତ ଚନ୍ଦନ ଶତପଥୀ,ପ୍ରମୋଦ ପୁରୋହିତ  ମା ‘ ଙ୍କୁ ପୂଜାର୍ଚ୍ଚନା କରିବା ସହ  ଭୋଗ  ମଣୋହି ପରେ ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମା ‘ ଙ୍କ ବାହୁଡ଼ା ଯାତ୍ରା ରେ ନିଜକୁ ସାମିଲ କରି ଫଗୁ ରଙ୍ଗ ଖେଳିବା ସହ ଆଗାମୀ ୨ ବର୍ଷ ପାଇଁ ମା ‘ ଙ୍କୁ ମେଲାଣି ଦେଇଥିଲେ।  ଆତସ ବାଜି ରୋଷଣୀ  ନୃତ୍ୟ ଗୀତ ବାଦ୍ୟ ବାଜଣା ସହକାରେ ବାଘ, ଘୋଡ଼ା, ତାଳ କୀର୍ତ୍ତନ, ଦଶ ଅବତାର ବେଶ ପଟୁଆର ରେ ମାନସିକଧାରୀ ଶ୍ରଦ୍ଧାଳୁ ମହିଳା ବୃନ୍ଦ ମସ୍ତକରେ ଘଟ ଧରି ପାଟପୁର – ରାଧାଦେଇପୁର ଗ୍ରାମ ପରିକ୍ରମା କରିବା ପରେ  ମା ‘ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ଯାତ୍ରାପୀଠ ରୁ ବାହାରି ସ୍ୱ – ମନ୍ଦିରରେ  ପ୍ରବେଶ କରିଥିଲେ।   ସେଠାରେ ସେବାୟତ(ଜାନି) ସମ୍ପ୍ରଦାୟ ପକ୍ଷରୁ ମନ୍ଦିର ପୀଠ କୁ ଶୋଧନ କରାଯାଇ ହୋମ ଯଜ୍ଞ କରାଯାଇଥିଲା। ପରେ ମା ‘ ଘଟ ତ୍ୟାଗ କରି ମନ୍ଦିର ପୀଠ କୁ ଗମନ କରିଥିଲେ।ପାଟପୁର ର ଗ୍ରାମଦେବତୀ ମା ‘ ବୁଢ଼ୀ ଠାକୁରାଣୀଙ୍କ ପୂଜା ଆରାଧନା ଯାତ୍ରା ପରମ୍ପରା ଗ୍ରାମରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ଗ୍ରାମଦେବତୀ ବୁଢ଼ୀ ଠାକୁରାଣୀଙ୍କୁ ଗ୍ରାମର ସୁରକ୍ଷା ଓ ଗ୍ରାମବାସୀ ଙ୍କ ମଙ୍ଗଳର ପ୍ରତୀକ ରକ୍ଷାକର୍ତ୍ତି ଭାବେ ବିଶ୍ୱାସ କରାଯାଏ। ଗ୍ରାମର  ଅତି ପ୍ରିୟ ଓ ସମଗ୍ର ଗ୍ରାମବାସୀ ଙ୍କ  ହିତ ସାଧନ କରୁଥିବା ଦେବୀଙ୍କ ମଧ୍ୟରେ ଗ୍ରାମଦେବତୀ ଠାକୁରାଣୀ  ପ୍ରଥମ ଆରାଧ୍ୟ୍ୟ ଦେବୀ । ପ୍ରାୟ ୬ ଶହ ବର୍ଷ ପୂର୍ବେ ପାଟପୁର ଗ୍ରାମ ସ୍ଥାପନ କରାଯାଇଥିଲା ବୋଲି ଗ୍ରାମର ପୁରୁଖା ବ୍ୟକ୍ତି ବୃନ୍ଦ ମତଦିଅନ୍ତି।କଳା ସାହିତ୍ୟ ସଂସ୍କୃତି ଉଚ୍ଚ ଶିକ୍ଷା ସହ ସାମାଜିକ ଓ ଅର୍ଥନୈତିକ ବିକାଶ ର ନେତୃତ୍ୱ ନେଇଥିବା ଏହି ଗ୍ରାମରେ ବହୁ ବର୍ଷ ଧରି  ଗ୍ରାମଦେବତୀ ମା, ବୁଢ଼ୀ ଠାକୁରାଣୀ ଙ୍କ ବାସନ୍ତୀକ ଯାତ୍ରା ମହୋତ୍ସବ ଖୁବ୍ ଉତ୍ସାହ ଉଦ୍ଦୀପନାର ସହ ପାଳନ ହୋଇଆସୁଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?