Posted inଖେଳ

ଜନ୍ମଦିନରେ ଖୁସି ଖବର: ବାପା ହେବେ କ୍ରିକେଟର୍‌ ପ୍ରଜ୍ଞାନ ଓଝା

ମୁମ୍ବାଇ, ୬।୯- ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝା ଗୁରୁବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ଓଝା ଏକ ଖୁସି ଖବର ଶେୟାର କରିଛନ୍ତି। ଚଳିତ ମାସରେ ତାଙ୍କ ସ୍ତ୍ରୀ କର୍ବି କୈଳାଶ ପ୍ରଥମ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଏଥିଲାଗି ଉଭୟ ପ୍ରଜ୍ଞାନ ଓ କର୍ବି ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। କର୍ବି ଗର୍ଭବତୀ ଥିବା ଜଣାଇ ପ୍ରଜ୍ଞାନ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଓ ରୋମାଞ୍ଚତ୍ତ ରହିଛି। ଉଭୟଙ୍କ ଲାଗି ଏହା ବଡ଼ ପରିବର୍ତ୍ତନ ଆଣିବ। ଆମେ ଦୁଇଜଣ ବର୍ତ୍ତମାନ ଉତ୍ସାହିତ ଓ ନର୍ଭସ ମଧ୍ୟ ରହିଛୁ। ଏହା ମୋ ଜୀବନର ସବୁଠୁ ବଡ଼ ପ୍ରତିବଦ୍ଧତା ଓ କଠିନ ସମୟ। ଏହି ନିଷ୍ପତ୍ତି ଲାଗି ଆମ ପରିବାର ସମର୍ଥନ ଦେଇଛି’ ବୋଲି ପ୍ରଜ୍ଞାନ ସୋସିଆଲ ମିଡିଆରେ ଏହା ଉଲ୍ଲେଖ କରିଛନ୍ତି। ୨୦୧୦ରେ କର୍ବିଙ୍କୁ ବିବାହ କରିଥିଲେ ପ୍ରଜ୍ଞାନ।
ଉଲ୍ଲେଖଯୋଗ୍ୟ, ୨୦୦୮ରେ ବାଂଲାଦେଶ ବିପକ୍ଷରେ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ୩୩ବର୍ଷୀୟ ପ୍ରଜ୍ଞାନ ୧୮ ଦିନିକିଆରୁ ୨୧ ଉଇକେଟ୍‌ ନେଇଛନ୍ତି। ଟେଷ୍ଟରେ କିନ୍ତୁ ଏହି ବାମହାତୀ ସ୍ପିନର ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ମୋଟ୍‌ ୨୪ ଟେଷ୍ଟରୁ ସେ ୧୧୩ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସେହିଭଳି ୬ ଟି୨୦ ମ୍ୟାଚ୍‌ରୁ ପ୍ରଜ୍ଞାନଙ୍କ ନାମରେ ୧୦ ଉଇକେଟ୍‌ ରହିଛି। ୨୦୧୩ରେ ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଜ୍ଞାନ ୧୦ ଉଇକେଟ୍‌ ହାସଲ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ସଫଳ ପ୍ରଦର୍ଶନ ସତ୍ତ୍ୱେ ଏହି ମ୍ୟାଚ୍‌ ପରଠାରୁ ସେ ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri