ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ବିପଦର ବନ୍ଧୁ, କବି ସମ୍ରାଟ ମିଡିଆ କ୍ଲବ, ରୋଟାରୀ କ୍ଲବ, ଜାତୀୟ ସେବା ଯୋଜନା ଶାଖା, ରେଡକ୍ରସ୍‌, ଏନସିସି ପ୍ରମୁଖ ସଂସ୍ଥାଗୁଡ଼ିକ ନିଃସ୍ବାର୍ଥପର ଭାବେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି। କିନ୍ତୁ ବର୍ତ୍ତମାନ ଗ୍ରୀଷ୍ମଋତୁ ଯୋଗୁ ବ୍ଲଡ଼ ବ୍ୟାଙ୍କରେ ରକ୍ତ ପ୍ୟାକେଟ ଅଭାବ ରହିଛି। ଶନିବାର ହାତଗଣତି କିଛି ପ୍ୟାକେଟ ରକ୍ତ ମହଜୁଦ ଅଛି। ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦୈନଦିନ ଭଞ୍ଜନଗର ମେଡିକାଲକୁ ଶତାଧିକ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି। ଫଳରେ ସେଥିରୁ କିଛି ରୋଗୀଙ୍କୁ ରକ୍ତ ଆବଶ୍ୟକ ପଡୁଛି। ବ୍ଲଡ଼ ବ୍ୟାଙ୍କରେ ରକ୍ତ ମହଜୁଦ ନ ଥିବା ବେଳେ ଅନ୍ୟପଟେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇପାରୁନାହିଁ। ଏହାର ପ୍ରଭାବ ରୋଗୀ ମାନଙ୍କ ଉପରେ ପଡୁଛି। ତେଣୁ ଅଞ୍ଚଳର ସ୍ବେଚ୍ଛାସେବୀ, ରକ୍ତଦାନ ଆୟୋଜନ କରୁଥିବା ସଂଗଠନଗୁଡ଼ିକ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଓ ଶନିବାର ଭଞ୍ଜନଗର ମେଡିକାଲରେ ଦୁଇଜଣ ସିକଲସେଲ ରୋଗୀଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା। କିନ୍ତୁ ବ୍ଲଡବ୍ୟାଙ୍କରେ ରକ୍ତ ନାହିଁ, ନୂତନ ରକ୍ତଦାତା ମିଳୁନାହାନ୍ତି। ଯାହାକୁ ନେଇ ରୋଗୀଙ୍କ ପରିବାର ଲୋକ ଚିନ୍ତାରେ ଥିଲେ। ଏହିଭଳି ପରିସ୍ଥିତିରେ ଅଞ୍ଚଳର ଜଣାଶୁଣା ଓମ୍‌ ସଙ୍ଗୀତ ଏକାଡ଼େମୀର ପରିଚାଳନା ନିର୍ଦ୍ଦେଶକ ତଥା କବି ସମ୍ରାଟ ମିଡିଆ କ୍ଲବର ସଭାପତି ପ୍ରଦୀପ ସାଇଁ ଜଣେ ରୋଗୀଙ୍କୁ ଗୋଟିଏ ରକ୍ତ ପ୍ୟାକେଟ ଦେବା ବ୍ୟବସ୍ଥା କରିଥିଲେ। ଆଉ ଗୋଟିଏ ପ୍ୟାକେଟ୍‌ ଅନ୍ୟ ଜଣେ ଯୁବକ ଦେଇଥିଲେ।
କବି ସମ୍ରାଟ ମିଡିଆ କ୍ଲବ କର୍ମକର୍ତ୍ତାମାନେ ଭଞ୍ଜନଗର ଅଞ୍ଚଳରେ ଏକାଧିକ ଥର ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଜୀନ ରକ୍ଷାରେ ସହାୟକ ହେଉଛନ୍ତି। ବର୍ତ୍ତମାନ ମେଡିକାଲରେ ଆବଶ୍ୟକ ରକ୍ତର ଅଭାବ ପୂରଣ ପାଇଁ ନୂତନ ରକ୍ତଦାତାମାନେ ଆଗଭର ହୋଇ ଆଗକୁ ଆସିବା ପାଇଁ ସାଧାରଣରେ ନିଦେନ କରାଯାଇଛି।

ସୂଚନାଯୋଗ୍ୟ, ଭଞ୍ଜନଗର ବ୍ଲଡ୍‌ବ୍ୟାଙ୍କରେ ୩୬୦ ପ୍ୟାକେଟ୍‌ ରକ୍ତ ମହଜୁଦ ରଖିବା ବ୍ୟବସ୍ଥା ଅଛି। କିନ୍ତୁ ଆଜି ମାତ୍ର ୧୦ଟି ପ୍ୟାକେଟ୍‌ ଅଛି। ଆଜକୁ ୫୦ ଦିନ ହେବ ଆଉ କେଉଁଠି କ୍ୟାମ୍ପ ହୋଇନାହିଁ। ଯାହାକି ଚିନ୍ତାଜନକ ବିଷୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri