ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ବିପଦର ବନ୍ଧୁ, କବି ସମ୍ରାଟ ମିଡିଆ କ୍ଲବ, ରୋଟାରୀ କ୍ଲବ, ଜାତୀୟ ସେବା ଯୋଜନା ଶାଖା, ରେଡକ୍ରସ୍‌, ଏନସିସି ପ୍ରମୁଖ ସଂସ୍ଥାଗୁଡ଼ିକ ନିଃସ୍ବାର୍ଥପର ଭାବେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି। କିନ୍ତୁ ବର୍ତ୍ତମାନ ଗ୍ରୀଷ୍ମଋତୁ ଯୋଗୁ ବ୍ଲଡ଼ ବ୍ୟାଙ୍କରେ ରକ୍ତ ପ୍ୟାକେଟ ଅଭାବ ରହିଛି। ଶନିବାର ହାତଗଣତି କିଛି ପ୍ୟାକେଟ ରକ୍ତ ମହଜୁଦ ଅଛି। ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦୈନଦିନ ଭଞ୍ଜନଗର ମେଡିକାଲକୁ ଶତାଧିକ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି। ଫଳରେ ସେଥିରୁ କିଛି ରୋଗୀଙ୍କୁ ରକ୍ତ ଆବଶ୍ୟକ ପଡୁଛି। ବ୍ଲଡ଼ ବ୍ୟାଙ୍କରେ ରକ୍ତ ମହଜୁଦ ନ ଥିବା ବେଳେ ଅନ୍ୟପଟେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇପାରୁନାହିଁ। ଏହାର ପ୍ରଭାବ ରୋଗୀ ମାନଙ୍କ ଉପରେ ପଡୁଛି। ତେଣୁ ଅଞ୍ଚଳର ସ୍ବେଚ୍ଛାସେବୀ, ରକ୍ତଦାନ ଆୟୋଜନ କରୁଥିବା ସଂଗଠନଗୁଡ଼ିକ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଓ ଶନିବାର ଭଞ୍ଜନଗର ମେଡିକାଲରେ ଦୁଇଜଣ ସିକଲସେଲ ରୋଗୀଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା। କିନ୍ତୁ ବ୍ଲଡବ୍ୟାଙ୍କରେ ରକ୍ତ ନାହିଁ, ନୂତନ ରକ୍ତଦାତା ମିଳୁନାହାନ୍ତି। ଯାହାକୁ ନେଇ ରୋଗୀଙ୍କ ପରିବାର ଲୋକ ଚିନ୍ତାରେ ଥିଲେ। ଏହିଭଳି ପରିସ୍ଥିତିରେ ଅଞ୍ଚଳର ଜଣାଶୁଣା ଓମ୍‌ ସଙ୍ଗୀତ ଏକାଡ଼େମୀର ପରିଚାଳନା ନିର୍ଦ୍ଦେଶକ ତଥା କବି ସମ୍ରାଟ ମିଡିଆ କ୍ଲବର ସଭାପତି ପ୍ରଦୀପ ସାଇଁ ଜଣେ ରୋଗୀଙ୍କୁ ଗୋଟିଏ ରକ୍ତ ପ୍ୟାକେଟ ଦେବା ବ୍ୟବସ୍ଥା କରିଥିଲେ। ଆଉ ଗୋଟିଏ ପ୍ୟାକେଟ୍‌ ଅନ୍ୟ ଜଣେ ଯୁବକ ଦେଇଥିଲେ।
କବି ସମ୍ରାଟ ମିଡିଆ କ୍ଲବ କର୍ମକର୍ତ୍ତାମାନେ ଭଞ୍ଜନଗର ଅଞ୍ଚଳରେ ଏକାଧିକ ଥର ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଜୀନ ରକ୍ଷାରେ ସହାୟକ ହେଉଛନ୍ତି। ବର୍ତ୍ତମାନ ମେଡିକାଲରେ ଆବଶ୍ୟକ ରକ୍ତର ଅଭାବ ପୂରଣ ପାଇଁ ନୂତନ ରକ୍ତଦାତାମାନେ ଆଗଭର ହୋଇ ଆଗକୁ ଆସିବା ପାଇଁ ସାଧାରଣରେ ନିଦେନ କରାଯାଇଛି।

ସୂଚନାଯୋଗ୍ୟ, ଭଞ୍ଜନଗର ବ୍ଲଡ୍‌ବ୍ୟାଙ୍କରେ ୩୬୦ ପ୍ୟାକେଟ୍‌ ରକ୍ତ ମହଜୁଦ ରଖିବା ବ୍ୟବସ୍ଥା ଅଛି। କିନ୍ତୁ ଆଜି ମାତ୍ର ୧୦ଟି ପ୍ୟାକେଟ୍‌ ଅଛି। ଆଜକୁ ୫୦ ଦିନ ହେବ ଆଉ କେଉଁଠି କ୍ୟାମ୍ପ ହୋଇନାହିଁ। ଯାହାକି ଚିନ୍ତାଜନକ ବିଷୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?