ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ ବାସଭବନକୁ ଯାଇ ଜନଗଣନା ଫର୍ମ ପ୍ରଦାନ କରିଥିଲେ। ଜିଲାପାଳ ତାକୁ ଗ୍ରହଣ କରିବା ସହିତ ଛତ୍ରପୁର ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଗଣନା ଫର୍ମ ବଣ୍ଟନ ପୂର୍ବକ ବିଏଲଓ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।
ଜିଲାପାଳ ଏସ୍‌ଆଇଆର ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଜିଠାରୁ ଆରମ୍ଭ ହୋଇଥିବା ଜିଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆସନ୍ତା ଜୁନ୍‌ ୨୮ ପର୍ଯ୍ୟନ୍ତ ଜାରି ରହିବ।
ଏହି ଅଭିଯାନରେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ବାଣ୍ଟିବେ। ଏହି ଫର୍ମରେ ଭୋଟରଙ୍କ ପୁରୁଣା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍‌ ଲଗାଇବା ପାଇଁ ସ୍ଥାନ ରହିଛି। ଭୋଟରମାନେ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ସଠିକ ବିବରଣୀ ଯେପରିକି- ଜନ୍ମ ତାରିଖ, ଆଧାର ନମ୍ବର, ମୋବାଇଲ ନମ୍ବର ଏବଂ ଏପିକ୍‌ (EPIC) ନମ୍ବର ଆଦି ପୂରଣ କରିବେ। କୌଣସି ସନ୍ଦେହ ଉପୁଜିଲେ, ଫର୍ମରେ ଉଲ୍ଲେଖ ଥିବା ବିଏଲଓଙ୍କ ମୋବାଇଲ ନମ୍ବରରେ ଲୋକେ ସିଧାସଳଖ ଯୋଗାଯୋଗ କରିପାରିବେ।
ଫର୍ମ ବାଣ୍ଟିବାର କିଛି ଦିନ ପରେ ବିଏଲଓମାନେ ପୁଣିଥରେ ଘରକୁ ଆସି ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସଂଗ୍ରହ କରିବେ। ଏଥିସହିତ ସେମାନେ ଦୁଇଟି ଫର୍ମରୁ ଗୋଟିଏ ନିଜ ସହ ନେବେ ଏବଂ ନାଗରିକମାନଙ୍କୁ ପ୍ରମାଣ ସ୍ବରୂପ ଅନ୍ୟ ଫର୍ମ ଦସ୍ତଖତ କରି ପ୍ରଦାନ କରିବେ
ଭୋଟର ତାଲିକାରେ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଏବଂ ଅଯୋଗ୍ୟଙ୍କ ନାମ ହଟାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଯେଉଁମାନେ ବାହାରେ ରହୁଛନ୍ତି କିମ୍ବା ଅଫ୍‌ଲାଇନରେ ଫର୍ମ ପୂରଣ କରିପାରିବେ ନାହିଁ, ସେମାନେ (voters.eci.gov.in) ଜରିଆରେ ଅନଲାଇନ ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ, ଯାହାକୁ ପରେ ବିଏଲଓ ଏବଂ ଇଆରଓ ଯାଞ୍ଚ କରିବେ।
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ବିଏଲଓ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଗଞ୍ଜାମବାସୀଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି।ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ ବାସଭବନକୁ ଯାଇ ଜନଗଣନା ଫର୍ମ ପ୍ରଦାନ କରିଥିଲେ। ଜିଲାପାଳ ତାକୁ ଗ୍ରହଣ କରିବା ସହିତ ଛତ୍ରପୁର ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଗଣନା ଫର୍ମ ବଣ୍ଟନ ପୂର୍ବକ ବିଏଲଓ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।
ଜିଲାପାଳ ଏସ୍‌ଆଇଆର ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଜିଠାରୁ ଆରମ୍ଭ ହୋଇଥିବା ଜିଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆସନ୍ତା ଜୁନ୍‌ ୨୮ ପର୍ଯ୍ୟନ୍ତ ଜାରି ରହିବ।
ଏହି ଅଭିଯାନରେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ବାଣ୍ଟିବେ। ଏହି ଫର୍ମରେ ଭୋଟରଙ୍କ ପୁରୁଣା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍‌ ଲଗାଇବା ପାଇଁ ସ୍ଥାନ ରହିଛି। ଭୋଟରମାନେ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ସଠିକ ବିବରଣୀ ଯେପରିକି- ଜନ୍ମ ତାରିଖ, ଆଧାର ନମ୍ବର, ମୋବାଇଲ ନମ୍ବର ଏବଂ ଏପିକ୍‌ (EPIC) ନମ୍ବର ଆଦି ପୂରଣ କରିବେ। କୌଣସି ସନ୍ଦେହ ଉପୁଜିଲେ, ଫର୍ମରେ ଉଲ୍ଲେଖ ଥିବା ବିଏଲଓଙ୍କ ମୋବାଇଲ ନମ୍ବରରେ ଲୋକେ ସିଧାସଳଖ ଯୋଗାଯୋଗ କରିପାରିବେ।
ଫର୍ମ ବାଣ୍ଟିବାର କିଛି ଦିନ ପରେ ବିଏଲଓମାନେ ପୁଣିଥରେ ଘରକୁ ଆସି ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସଂଗ୍ରହ କରିବେ। ଏଥିସହିତ ସେମାନେ ଦୁଇଟି ଫର୍ମରୁ ଗୋଟିଏ ନିଜ ସହ ନେବେ ଏବଂ ନାଗରିକମାନଙ୍କୁ ପ୍ରମାଣ ସ୍ବରୂପ ଅନ୍ୟ ଫର୍ମ ଦସ୍ତଖତ କରି ପ୍ରଦାନ କରିବେ
ଭୋଟର ତାଲିକାରେ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଏବଂ ଅଯୋଗ୍ୟଙ୍କ ନାମ ହଟାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଯେଉଁମାନେ ବାହାରେ ରହୁଛନ୍ତି କିମ୍ବା ଅଫ୍‌ଲାଇନରେ ଫର୍ମ ପୂରଣ କରିପାରିବେ ନାହିଁ, ସେମାନେ (voters.eci.gov.in) ଜରିଆରେ ଅନଲାଇନ ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ, ଯାହାକୁ ପରେ ବିଏଲଓ ଏବଂ ଇଆରଓ ଯାଞ୍ଚ କରିବେ।
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ବିଏଲଓ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଗଞ୍ଜାମବାସୀଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ସନତ ପାଢ଼ୀ ହେଲେ ବରଗଡ଼ DIPRO, ଦାୟିତ୍ଵ ନେଇ ସହଯୋଗ…

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନୂତନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଡିଆଇପିଆରଓ)ଭାବେ ଦାୟିତ୍ବ ଗ୍ରହଣ କଲେ ସନତ ପାଢୀ । ସେ ପଦ୍ମପୁର ଉପଖଣ୍ଡ ସୂଚନା ଓ…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%

କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ…

ସେପ୍ଟେମ୍ୱର ୪ରେ କାମ କରିବନି UPI, ଜାଣନ୍ତୁ କେତେ ସମୟ ବନ୍ଦ ରହିବ?

ନୂଆଦିଲ୍‌ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri