ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ କ୍ରମଶଃ ମୃତ୍ୟୁ ମୁଖକୁ ଚାଲିଯାଉଛି। ୩୦ରୁ ୪୦ ବର୍ଷ ପୂର୍ବେ ଏହି ନଦୀର ଜଳଧାର ବର୍ଷସାରା ପ୍ରବାହିତ ହେଉଥିଲା। କିନ୍ତୁ ନଦୀର ସୁରକ୍ଷା ଅଭାବରୁ ନଦୀଶଯ୍ୟାରେ ମାଟି ପୋତି ହେବା ଯୋଗୁ ନଦୀ ଜଳଧାରଣ କ୍ଷମତା ହରାଇବସିଛି। ଏପରିକି ନଦୀ ଭିତରେ ବୁଦାଳିଆ ଜଙ୍ଗଲ ହେଲାଣି। ଫଳରେ ଏହା ନଦୀ ନା ଜଙ୍ଗଲ ଭ୍ରମ ସୃଷ୍ଟି କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ଷାଋତୁ ପରେ ନଦୀର ଜଳଧାର ଛିନ୍ନ ହୋଇ ଠାଏଠାଏ ପାଣି ଜମିରହେ। ନଦୀ ତାର ଜଳ ଧାରଣ କ୍ଷମତା ହରାଇଥିଲାବେଲେ ନଦୀର କେତେକ ସ୍ଥାନରେ ଥିବା ଗଣ୍ଡ ନଦୀଶଯ୍ୟା ରେ ଲୀନ ହୋଇଯାଇଛି। ଫୁଲବାରୀ ନିକଟ ସଫେଇ ନଦୀର ଧୋବାତୁଠ ଗଣ୍ଡି ଆଉ ଦେଖାଯାଉନାହିଁ। ସେଠାରେ ବର୍ତ୍ତମାନ ବିଭିନ୍ନ ଗଛ ଓ ଗୁଳ୍ମ ସହିତ ବାଲୁକା ଶଯ୍ୟାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଘାସ ଦେଖାଯାଉଛି। ନଦୀତଟରେ ଇଟା ଭାଟିଗୁଡ଼ିକର ମାଟି ଓ ପାଉଁଶ ନଦୀକୁ ପୋତି ଚାଲିଥିବାବେଳେ ମୃତ୍ତିକା ସଂରକ୍ଷଣ ଓ ନଦୀ ର ସୁରକ୍ଷା ପାଇଁ ନଦୀ ଖଣ୍ଡିରେ ଲଗାଯାଉଥିବା ଗୁଳ୍ମ ଦୀର୍ଘବର୍ଷ ହେଲା ଲଗାଯାଉନାହି। ରକ୍ଷଣାବେକ୍ଷଣ ଅଭାବରୁ ନଦୀରେ ମାଟି ପଶି ନଦୀକୁ ମତ୍ୟୁମୁହଁକୁ ଠେଲି ନେଉଛି। ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଜଳଉତ୍ସ ସଫେଇ ନଦୀର ସୁରକ୍ଷା ପ୍ରତି ସରକାରଙ୍କ ଦୃଷ୍ଟି ପଡୁନାହିଁ। ନଦୀଜଳକୁ ସେଚିତ କରିବା ଓ ପାନୀୟ ବ୍ୟବହାର ପାଇଁ ନଦୀରେ ପ୍ରକଳ୍ପ ତିଆରି ହେଉଥିଲେ ମଧ୍ୟ ନଦୀର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଫଳସ୍ବରୁପ କ୍ରମେ ନାଳରେ ପରିଣତ ହେଇଥିବା ଏହି ନଦୀ କେବଳ ଏକ ଛୋଟ ଜଳଧାର ହୋଇ ରହିଯିବ ଆଶଙ୍କାକୁ ଏଡ଼ାଯାଇ ନ ପାରେ। ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ପ୍ରେମରେ ଉବୁଟୁବୁ ଶେହନାଜ: କହୁ କହୁ କହିଦେଲେ…

ଆଜିକାଲି ପ୍ରେମରେ ଉବୁଟୁବୁ ହେଉଛନ୍ତି ଅଭିନେତ୍ରୀ ଶେହନାଜ ଗିଲ। ସିଦ୍ଧାର୍ଥ ଶୁକ୍ଲାଙ୍କ ଯିବା ପରେ ଶେହନାଜ ଏବେ ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି। ଏହାକୁ ନେଇ…

ମା’ ବାପାଙ୍କ ସହ ଘରେ ଶୋଇଥିବାବେଳେ କାମୁଡିଲା ସାପ, ଚାଲିଗଲା ସମରତଙ୍କ ଜୀବନ

କୁତ୍ରା ୧୫।୭( ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ କନ୍ଦେଇମୁଣ୍ଡା ପାହାଡ଼ଟୋଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ…

ନୂତନ ପରିଚାଳନା କମିଟି ଗଠନ: ସଭାପତି,ଉପସଭାପତି ଭାବେ ଚୟନ ହେଲେ…

ଗଞ୍ଜାମ,୧୫।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ଷ୍ଟେଶନ ରୋଡ଼ ପାର୍ଶ୍ୱରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ହୋଇଛି । ବିଦ୍ୟାଳୟ…

ଜୁଲାଇ ୧୬ରେ ରାଜଧାନୀର ବଡ଼ ଇଲାକାରେ କଟିବ ବିଜୁଳି, ଏହି ସବୁ ଏରିଆ ହେବ ପ୍ରଭାବିତ

ନୂଆଦିଲ୍ଲୀ, ୧୫।୭: ରାଜଧାନୀ ଦିଲ୍ଲୀରେ ବିଜୁଳି ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ଯୋଗୁଁ ଅଲଗା ଅଲଗା ଦିନରେ ଭିନ୍ନ ଭିନ୍ନ ଅଞ୍ଚଳରେ ବିଦ୍ୟୁତ ସମ୍ବନ୍ଧୀୟ କାମ କରାଯାଉଛି। ଏହି…

ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଛନ୍ତି କି? ସାବଧାନ! ଆପଣଙ୍କ ପକେଟ୍‌ ଉପରେ ପଡ଼ିପାରେ ଭାରି…

ନୂଆଦିଲ୍ଲୀ, ୧୫।୭: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ହୋଇଯାଇଛି। ବ୍ୟାଙ୍କକୁ ନଯାଇ ଘରେ ବସି ମୋବାଇଲ୍ ସାହାଯ୍ୟରେ ମିନିଟ୍‌କ ମଧ୍ୟରେ ନୂଆ…

କାର ଭିତରୁ ରାଇଫଲ ସହ ୯୩ ହଜାର ଜବତ: ୩ ଜଣଙ୍କୁ କୋର୍ଟଚାଲାଣ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଚେକିଂ ଚାଲିଥିବା ସମୟରେ ଗତକାଲି ଏକ ବେଆଇନ ଦେଶୀ ବନ୍ଧୁକ ସହ ୯୩ ହଜାର ଜବତ ହୋଇଛି। ଏହି…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri