Posted inଖେଳ

ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ

କିଙ୍ଗଷ୍ଟନ(ଜାମାଇକା), ୨।୯-
ସାବିନା ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୧୭ ରନ କରି ଅଲଆଉଟ ହୋଇଛି। ମାତ୍ର ଭାରତ ଘରୋଇ ଦଳକୁ ଫଲୋଅନ ଡାକରା ଦେଇନାହିଁ। ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ରବିବାର ୩ୟ ଦିବସରେ ଖବର ମିଳିବା ବେଳକୁ ୪ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଛି। ଫଳରେ ଦଳର ମୋଟ ଅଗ୍ରଣୀ ବ୍ୟବଧାନ ୩୭୧ ରନରେ ପହଞ୍ଚତ୍ଛି। ମୟଙ୍କ ଅଗ୍ରଓ୍ବାଲ ୪, ଲୋକେଶ ରାହୁଲ ୬, ଚେତେଶ୍ୱର ପୂଜାରା ୨୭ ରନରେ ଏବଂ ଅଧିନାୟକ ବିରାଟ କୋହଲି ଗୋଲ୍ଡେନ ଡକ୍‌(୦)ରେ ଆଉଟ ହୋଇଛନ୍ତି। ଏହାକୁ ମିଶାଇ କୋହଲି ଟେଷ୍ଟ କ୍ରିକେଟରେ ୪ର୍ଥ ଥରପାଇଁ ବିନା ସ୍କୋରରେ ପ୍ୟାଭିଲିୟନ ଫେରିଛନ୍ତି। ପୂର୍ବରୁ ସେ ୨୦୧୧-୧୨ରେ ମେଲବୋର୍ନରେ ଅଷ୍ଟ୍ରେଲିଆର ବେନ୍‌ ହିଲ୍‌ଫେନହାଉସ, ୨୦୧୪ରେ ଲଡର୍‌ସଠାରେ ଇଂଲଣ୍ଡର ଲିଆମ ପ୍ଲଙ୍କେଟ, ୨୦୧୮ରେ ଓଭାଲଠାରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରେ ଏବଂ ଏବେ କେମର ରୋଚ୍‌ଙ୍କ ବଲ୍‌ରେ ଗୋଲ୍ଡେନ ଡକ୍‌ରେ ଆଉଟ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ମଧ୍ୟରେ କେମର ରୋଚ୍‌ ୩ଟି ଏବଂ ଜାସନ ହୋଲ୍ଡର ଗୋଟିଏ ଉଇକେଟ ନେଇଛନ୍ତି।
ଦ୍ୱିତୀୟ ଦିବସର ଅସମାପ୍ତ ଇନିଂସ ୮୭/୭ରୁ ଖେଳ ଆରମ୍ଭ କରିଥିବା ଓ୍ବେଷ୍ଟଇଣ୍ଡିଜ ଆଉ ୩୦ ରନ ଯୋଗକରି ଅବଶିଷ୍ଟ ୩ଟି ଉଇକେଟ ହରାଇଥିଲା। ରାନକିମ କର୍ନଓ୍ବାଲ ୧୭, ଜାମର ହାମିଲଟନ ୫ ଓ କେମର ରୋଚ୍‌ ୧୭ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରକାଶଯୋଗ୍ୟ ଯେ, ଦ୍ୱିତୀୟ ଦିବସରେ ୨୨ ରନରେ ୫ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ମଧ୍ୟଭାଗରେ ଶିମରନ ହେଟମେରଙ୍କ ୩୪ ଓ ଟେଲଏଣ୍ଡରଙ୍କ ସହାୟତାରେ ୧୦୦ ରନ ପୂରଣ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ସହ ସର୍ବାଧିକ ୬ଟି, ମହମ୍ମଦ ସାମି ୨ଟି ଏବଂ ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ଅବସରରେ ସାମି ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୧୬ ରନ ସ୍କୋର କରିଥିଲା। ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ ହେବାରୁ ଭାରତ ୨୯୯ ରନରେ ଅଗ୍ରଣୀ ଲାଭ କରିଥିଲା। ତେବେ ଫଲୋଅନ ନ ଡାକି ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ଉଚିତ ମଣିଥିଲା। ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ଏକ ବଡ଼ ଟାର୍ଗେଟ ରଖିବା ଭାରତର ଲକ୍ଷ୍ୟ ଥିବା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବୃହତ୍‌ ଅଗ୍ରଣୀ ସତ୍ତ୍ୱେ ପ୍ରତିପକ୍ଷ ଦଳକୁ ଫଲୋଅନ ନ ଡାକିବା ଭାରତ ପାଇଁ ଏହା ତୃତୀୟ ଦୃଷ୍ଟାନ୍ତ। ୨୦୦୭ରେ ଓଭାଲଠାରେ ଇଂଲଣ୍ଡ ବିପକ୍ଷରେ ୩୧୯ ଓ ୨୦୧୭ରେ ଗାଲେଠାରେ ଶ୍ରୀଲଙ୍କା ବିପକ୍ଷରେ ୩୦୯ ରନରେ ଅଗ୍ରଣୀ ସତ୍ତ୍ୱେ ଭାରତ ଫଲୋଅନ ଡାକରା ଦେଇ ନ ଥିଲା। ୨୦୧୮-୧୯ରେ ମେଲବୋର୍ନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୨ ଓ ୨୦୦୩-୦୪ରେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୩୧ ରନରେ ଅଗ୍ରଣୀ ସତ୍ତ୍ୱେ ଦଳ ସମାନ ରଣନୀତି ଅବଲମ୍ବନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୪୧୬(ହନୁମା ବିହାରୀ-୧୧୧, ବିରାଟ କୋହଲି-୭୬, ଈଶାନ୍ତ ଶର୍ମା-୫୭, ମୟଙ୍କ ଅଗ୍ରଓ୍ବାଲ-୫୫, ଜାସନ ହୋଲ୍ଡର-୫/୭୭, ରାନକିମ କର୍ନଓ୍ବାଲ-୩/୧୦୫)। ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୧୭/ଅଲଆଉଟ(ଶିମରନ ହେଟମେର-୩୪, ଜାସନ ହୋଲ୍ଡର-୧୮, ଯଶପ୍ରୀତ ବୁମ୍‌ରା-୬/୨୭, ମହମ୍ମଦ ସାମି-୨/୩୪, ଈଶାନ୍ତ ଶର୍ମା-୧/୨୪, ରବୀନ୍ଦ୍ର ଜାଡେଜା-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri