Posted inଖେଳ

ଆରମ୍ଭ ହେଲା କ୍ରିକେଟର ମହାକୁମ୍ଭ: ଉଦଘାଟନୀ ଉତ୍ସବରେ ମନ କିଣିଲେ ଶ୍ରେୟା ଘୋଷାଲ, ଦିଶା ପାଟନୀ, କରଣ ଔଜଲାଙ୍କ ସହ କିଙ୍ଗ ଖାନ

କୋଲାକାତା,୨୨।୩: IPL ୨୦୨୫ର ଉଦଘାଟନୀ ଉତ୍ସବ ଶେଷ ହୋଇଛି। IPLର ୧୮ତମ ସିଜିନ ଅବସରରେ, ଏକ କେକ କଟାଯାଇଥିଲା ଏବଂ ଆତସବାଜି ସହିତ IPL୨୦୨୫ର ଉଦଘାଟନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଉଦଘାଟନୀ ସମାରୋହ ସମୟରେ ଟସ ବିଳମ୍ବ ହୋଇଥିଲା ଏବଂ ଆରସିବି ଏବଂ କେକେଆର ମଧ୍ୟରେ ମ୍ୟାଚ ପାଇଁ ଟସ ଖୁବ ଶୀଘ୍ର ହେବ। ଆଇପିଏଲ ଉଦଘାଟନୀ ଉତ୍ସବ ଶାହରୁଖ ଖାନଙ୍କ ଭାଷଣ ସହିତ ଆରମ୍ଭ ହୋଇଥିଲା ଏବଂ ପରେ ବଲିଉଡ ଗାୟିକା ଶ୍ରେୟା ଘୋଷାଲ ସଙ୍ଗୀତ ପରିବେଷଣ ହୋଇଥିଲା।
ଶ୍ରେୟା ତାଙ୍କ ସୁମଧୁର ସ୍ବରରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହା ପରେ ବଲିଉଡ ଅଭିନେତ୍ରୀ ଦିଶା ପାଟନି ନିଜ ନୃତ୍ୟରେ ସମସ୍ତଙ୍କୁ ଖୁବ ମନୋରଞ୍ଜନ ଦେଇଥିଲେ। ତା’ପରେ ପଞ୍ଜାବୀ ଗାୟକ କରଣ ଔଜଲ କାର୍ଯ୍ୟକ୍ରମରେ ରଙ୍ଗ ଭରି ଦେଇଥିଲେ। ଶେଷରେ ଶାହରୁଖ ରିଙ୍କୁ ସିଂହ ଏବଂ ବିରାଟ କୋହଲିଙ୍କ ସହ ନାଚିଲେ। ଡିଫେଣ୍ଡିଂ ଚାମ୍ପିଅନ KKR ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ RCB ଅଧିନାୟକ ରଜତ ପାଟିଦାର ଚମକଦାର IPL ଟ୍ରଫି ସହିତ ମଞ୍ଚକୁ ଆସିଥିଲେ। ଶାହରୁଖଙ୍କ ସହ ମଞ୍ଚ ଉପରେ ବିସିସିଆଇର ପ୍ରମୁଖ ଅଧିକାରୀ, ଦିଶା ପାଟନୀ, ଶ୍ରେୟା ଘୋଷାଲ, କରଣ ଔଜଲା, ରାହାଣେ ଏବଂ ପାଟିଦାର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍‌ସ୍ଏସ୍, ଓଆରଏସ ପଦବି ନାହିଁ

ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍‌ଏସ୍ (OFS) ଏବଂ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri