SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ ସଚେତନତା ରାଲି ବାହାରିଥିଲା। ଉପଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ସେଠାରେ ଏକ ସଭା ହୋଇଥିଲା। ଏଥିରେ ଉପଜିଲାପାଳ ଯୋଗଦେଇ ଅବାଧ ମୁକ୍ତ ନିର୍ବାଚନ ପାଇଁ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିହାତି ଆବଶ୍ୟକ ବୋଲି କହିଥିଲେ। ତେଣୁ ଏସଆଇଆର ପ୍ରକ୍ରିୟା ୨୪ ବର୍ଷ ପରେ ପୁଣି ଆଜିଠୁ ଆରମ୍ଭ ହୋଇଛି । ଏସଆଇଆର ପ୍ରକ୍ରିୟାକୁ ସଫଳ କରିବା ପାଇଁ ଉପଜିଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଜିଲାପାଳ ପ୍ରଧାନ ଟୁଲିଆମା,ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସୁଶାନ୍ତ ବେହେରା ସଭାକୁ ସଂଯୋଜନା କରିଥିଲେ। ଡେପୁଟୀ କଲେକ୍ଟର ରଚିତା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ନିର୍ବାଚନ ସେକ୍‌ନ କର୍ମଚାରୀ ମୁକ୍ତିକାନ୍ତ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ।

ଏହି ଅବସରରେ ନାଟକ ଅବୁଝା ମଣିଷ ଜୀନ ଦଶା ନାଟକ ପରିବେଷଣ ହୋଇଥିଲା। ଏଥିରେ ଶିକ୍ଷକ ବୀଷ୍ଠୁ ପାତ୍ର, ସନ୍ତୋଷ ରଥ, ସୁଶୀଲ ସାହୁ, ପ୍ରଭାତ ମହାରଣା, ପ୍ରଦୀପ ସାସମଲ, ମମତା ମହାନ୍ତି, ସସ୍ମିତା ମାହାପାତ୍ର, ବାବୁଲି ରଥ ଅଭିନୟ କରିଥିଲେ। ଏଥିସହ ଗାହଣ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।

ସୂଚନାଯୋଗ୍ୟ ଯେ, ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଓଡ଼ିଶା ୨୦୨୬ ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହୋଇଛି। ଆଜିଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ପ୍ରତି ଘରକୁ ୩ ଥର ଯିବେ । ଏହି ସମୟରେ ସେମାନେ ପରିଗଣନା ଫର୍ମରେ ତଥ୍ୟ ଆଣିବେ। ଏହି ସମୟରେ ବିଏଲଓମାନେ ୧୨ଟି ପ୍ରମାଣପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ତଥ୍ୟ ଆଣିବେ। ସେଗୁଡିକ ହେଲା ପେନସନ ପେପର, ବ୍ୟାଙ୍କ ଡିପୋଜିଟ, ଜନ୍ମପ୍ରମାଣ ପତ୍ର, ପାସ ପୋର୍ଟ, ବିଦ୍ୟାଳୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଜଙ୍ଗଲ ଭିତରେ ରହୁଥିଲେ ତାର ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଭୋଟର ତାଲିକା ନାମ, ଜମି ପଟ୍ଟା ଅଛି, ଆଧାର କାର୍ଡ । କିନ୍ତୁ ଆଧାର କାର୍ଡ ଯେଉଁମାନେ ଦେଖାଇବେ ସେମାନେ ଆଉ ଗୋଟିଏ ଅତିରିକ୍ତ ପ୍ରମାଣପତ୍ର ଦେବେ। ବିଏଲଓ ମାନେ ଡକ୍ୟୁମେଣ୍ଟ ଦେଖିବେ, ନକଲ ମାଗିବେ ନାହିଁ। ଏହି ପ୍ରକ୍ରିୟା ସରିବା ପରେ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବ। ଏହାପରେ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଲୋକେ ଦାବି ଓ ଆପତ୍ତି ଦାଖଲ କରିବେ। ଏହାପରେ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଉପରେ ନିଷ୍ପତ୍ତି ନିଆଯିବ। ଏହାପରେ ଚୂଡ଼ାନ୍ତ ଯୋଗ୍ୟ ଭୋଟର ତାଲିକା ସେପ୍ଟେମ୍ବର ୬ ତାରିଖର ପ୍ରକାଶିତ ହେବ। ଜନସଂଖ୍ୟା ବୃଦ୍ଧି ସହ ଲୋକେ ସହର ଅଭିମୁଖେ ଚାଲି ଆସିବା, ମୃତ, ନକଲି ଭୋଟର ଯୋଗୁ ଭୋଟର ତାଲିକା ସଂଶୋଧନ ଆବଶ୍ୟକ ପଡୁଛି। ୨୦୦୨ ମସିହାରେ ସ୍ବତନ୍ତ୍ର ସଘନ ସଂଶୋଧନ ହୋଇଥିଲା। ଦୀର୍ଘ ୨୪ ବର୍ଷ ପରେ ପୁଣି ଏସଆଇଆର ହେଉଛି। ଏସଆଇଆରରେ ସ୍ବଚ୍ଛତା ପାଇଁ ରାଜନୈତିକ ଦଳର ଏଜେଣ୍ଟ, ସ୍ବେଚ୍ଛାସେବୀମାନେ ସାମିଲ ହେବେ, ୫ ଜଣ ସ୍ବେଚ୍ଛାସେବୀ ପ୍ରତି ବୁଥରେ ନିୟୋଜିତ ହେବେ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

ଗୋଛାବାଡ଼ି ଆଶ୍ରମରେ ନନ୍ଦୋତ୍ସବ: ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ…

ଜଗନ୍ନାଥପ୍ରସାଦ,୫ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ଗ୍ରାମସ୍ଥିତ ଶ୍ରୀ ଗୌରାଙ୍ଗ ରାଧାକୃଷ୍ଣ ଆଶ୍ରମ ପରିସରରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri