Posted inଖେଳ

ଏଥର ମାଗଣାରେ ଦେଖିପାରିବେ IPL ମ୍ୟାଚ୍‌: ଜିଓ ଆଣିଲା ଧମାକାଦାର୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୮।୩:: ମୁକେଶ ଅମ୍ବାନୀ ପରିବାରର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବଜାରରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଚମତ୍କାର ଅଫର ଆଣିଛି। ଜିଓ ସିମ ୟୁଜର୍ସମାନେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ରିଚାର୍ଜ କଲେ ପୂରା ଆଇପିଏଲ ୨୦୨୫ ସିଜିନ ମାଗଣାରେ ଦେଖିପାରିବେ। ଜିଓ ୯୦ ଦିନର ମାଗଣା ସବ୍‌ସ୍କ୍ରିପସନ ଲଞ୍ଚ କରିଛି।

ସୂଚନାଯୋଗ୍ୟ, ଆଇପିଏଲର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ମେ ୨୫ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ନାମେଣ୍ଟର ମୋଟ ୭୪ଟି ମ୍ୟାଚ ୧୩ଟି ସହରରେ ଖେଳାଯିବାକୁ ଥିବା ବେଳେ ଉଦଘାଟନୀ ଉତ୍ସବ କୋଲକାତାରେ ଅନୁଷ୍ଠିତ ହେବ। ଜିଓ ୨ଟି ପ୍ଲାନ ଜାରି କରିଛି । ବର୍ତ୍ତମାନଠାରୁ ମାର୍ଚ୍ଚ ୩୧ ମଧ୍ୟରେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ରିଚାର୍ଜ କରୁଥିବା ବର୍ତ୍ତମାନର ୟୁଜର୍ସମାନେ ଏହି ଅଫରର ଲାଭ ଉଠାଇପାରିବେ । ଏହାବ୍ୟତୀତ ଯେଉଁମାନେ ନୂଆ ଜିଓ ସିମ ପାଇବେ ଏବଂ ମାର୍ଚ୍ଚ ୩୧ ସୁଦ୍ଧା ଅତି କମ୍‌ରେ ୨୯୯ ଟଙ୍କାରେ ରିଚାର୍ଜ କରିବେ ସେମାନଙ୍କୁ ମଧ୍ୟ ୯୦ ଦିନର ମାଗଣା ସବ୍‌ସ୍କ୍ରିପସନ ମିଳିବ।

କମ୍ପାନୀ ତରଫରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି, ଜିଓ ୟୁଜର୍ସଙ୍କୁ ‘ଜିଓ ହଟଷ୍ଟାର’ର ୯୦ ଦିନର ମାଗଣା ସବ୍‌ସ୍କ୍ରିପସନ ମିଳିବ। ଆପଣ ଟିଭିରେ କିମ୍ବା ମୋବାଇଲରେ ମ୍ୟାଚ ଦେଖୁଛନ୍ତି, ତେବେ ଏହାର ଭିଡିଓ କ୍ୱାଲିଟି ୪କେ ବୋଲି ଦାବି କରାଯାଉଛି। କମ୍ପାନୀ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଏହି ଅଫର କେବଳ ମାର୍ଚ୍ଚ ୧୭ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସୂଚନାଯୋଗ୍ୟ, ମୁକେଶ ଅମ୍ବାନୀଙ୍କ କମ୍ପାନୀ ଜିଓ ଫାଇବର/ଏୟାର ଫାଇବର ପାଇଁ ୫୦ ଦିନର ମାଗଣା ସଂଯୋଗ ଘୋଷଣା କରିଛି ।

ଯେଉଁମାନେ ନୂଆ ପ୍ଲାନ କିଣିବେ ସେମାନେ ମାର୍ଚ୍ଚ ୨୨ରୁ ଏହାକୁ ସକ୍ରିୟ କରିବେ, ସେହିଦିନ ଆଇପିଏଲ ୨୦୨୫ ସିଜିନ କେକେଆର୍‌ ବନାମ ଆରସିବି ମ୍ୟାଚ ସହିତ ଆରମ୍ଭ ହେବ। ଯେହେତୁ ଆଇପିଏଲ ସିଜିନ୍‌ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଚାଲିବ, ତେଣୁ ସିଜିନ୍‌ ଶେଷ ହେବାର ଏକ ମାସ ପରେ ମଧ୍ୟ ଗ୍ରାହକମାନେ ମାଗଣା ସବ୍‌ସ୍କ୍ରିପସନ ପ୍ଲାନ ଉପଭୋଗ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri