Odisha Congress: ଫେରିଲେ ସୁର, ଆସିବେ ଏହି ନେତା…ଓଡ଼ିଶା ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୫।୨: ରାଜ୍ୟ କଂଗ୍ରେସର ମଙ୍ଗ ଦରିଛନ୍ତି Bhakta Das। ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ଆକ୍ସନ ମୁଡ୍‌କୁ ଆସିଛନ୍ତି ଭକ୍ତ। Congress ହାତର ହାତମୁଠା ଶକ୍ତ କରିବା ଶୁକ୍ରବାର କ୍ଷମା ପତ୍ର ଜାରି କରିଛନ୍ତି। ଯାହାପରେ ଦଳରୁ ବିଦା ହୋଇଥିବା Sura routray ଶନିବାର ଘରକୁ ବାହୁଡିଛନ୍ତି। ୫୦ ବର୍ଷ କଂଗ୍ରେସରେ ରହିବା ପରେ ସୁରଙ୍କୁ ବିଦା କରିଥିଲା ଦଳ। ହେଲେ କଂଗ୍ରେସ ପାଇଁ ସୁରଙ୍କ ଦରକାର ବୋଲି ଭକ୍ତ ଦାସ କହିବା ପରେ ସୁରଙ୍କ ମନ କୁଣ୍ଢେ ମୋଟ। ସିଧା କହିଛନ୍ତି କଂଗ୍ରେସ ଯାହା କହିବ ତାକୁ ମାନି ନେବି।

ସାନ ପୁଅ ମନ୍ମଥ BJD ରେ ଯୋଗ ଦେବା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଲଢିବା ଦିନଠୁ କଂଗ୍ରେସ ଏବଂ ସୁରଙ୍କ ମଧ୍ୟରେ ଅପଡ ହୋଇଥିଲା। ବିଭିନ୍ନ ଫୋରମରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ୫୦ ବର୍ଷ ଧରି କଂଗ୍ରେସ ସହିତ ଜଡିତଥିବା ସୁରଙ୍କ ସହିତ ସମ୍ପର୍କ ତୁଟାଇ ଥିଲା ହାତ। ପୁତ୍ର ମୋହରେ ଯଦିଓ ସୁର କଂଗ୍ରେସ ନେତାଙ୍କ ବିରୋଧରେ ବୟାନ ଦେଇଥିଲେ କିନ୍ତୁ ପୁରୁଣା ଦଳ ପ୍ରତି ତାଙ୍କର ପ୍ରୀତି ଯାଇନାହି। ଯାହାକୁ ନେଇ ଏବେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ସୁର ଜଣେ କଂଗ୍ରେସ ମ୍ୟାନ। ତାଙ୍କ ଭଳି ଲୋକ କଂଗ୍ରେସ ପାଇଁ ଦରକାର ଅଛି। ସୁର ରାଉତରାୟ ଯଦି ଚାହିଁବେ ତେବେ କଂଗ୍ରେସକୁ ଫେରି ପାରିବେ।

ତେବେ ଆଜି Sura routray ଦଳକୁ ଫେରିବା ପରେ ଚର୍ଚ୍ଚା ହେଉଛି କି ଦଳ ଛାଡିତିବା ସଦସ୍ୟ ପୁରି ଫେରିବେ କି? ନିର୍ବାଚନ ସମୟରେ କଂଗ୍ରେସର ବହୁ ସଦସ୍ୟ ଦଳ ଛାଡି ଟିକେଟ୍‌ ପାଇଁ BJD ଯୋଗ ଦେଇଥିଲେ। ହେଲେ ଏବେ ବିଜେଡି ଓଡ଼ିଶାରେ ଗାଦିଚ୍ୟୁତ ହୋଇଛି। ଏହିକ୍ରମରେ ସେମାନେ ପୁଣି କଂଗ୍ରେସକୁ ଫେରିବେ କି? ଏହାରି ଭିତରେ କଂଗ୍ରେସକୁ ଫେରିବା ନେଇ ବଡ଼ ସଙ୍କେତ ଦେଇଛନ୍ତି ବିଜେଡି ନେତା ଡା. ପ୍ରଫୁଲ୍ଲ ମାଝୀ। ସେ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା। ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ। ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡ଼ି ବିଜେଡି ଆସିଥିଲ। ମାତ୍ର ତାହା ଯଦି ହୋଇ ନ ପାରିଲା ଏହି ଦଳରେ କାହିଁକି ରହିବା। ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ବଂସ ହୋଇଯିବ। ଏହି ଦଳର ଭବିଷ୍ୟତ କିଛି ନାହିଁ, ଫୋନ କଲେ ଉଠାନ୍ତି ନାହିଁ। ସେହିପରି ସେ ଭକ୍ତ ଦାସଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ତାଙ୍କ ପାଖରେ ଦକ୍ଷତା ଅଛି, ଦଳକୁ ପୁର୍ନଜୀବିତ କରିପାରିବେ। ଘରକୁ ଫେରିବି ନ ଫେରିବି ଏବେଠୁ କହିପାରିବି ନାହିଁ।

ସେହିପରି କଂଗ୍ରେସରୁ ବିଦା ହୋଇଥିବା ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ଭକ୍ତଙ୍କ ଉଦ୍ୟମ ଭଲ। କିନ୍ତୁ ମୁଁ ଗୋଟେ ଦଳରେ ଅଛି। ମୁଁ କଂଗ୍ରେସରୁ ବାହାରି ନ ଥିଲି। କଂଗ୍ରେସ ମୋତେ ବାହାର କରି ଦେଇଥିଲା। ମୁଁ ମାଟି ପାଇଁ ଲଢ଼େ, ଭକ୍ତ ମୋ ସାନ ଭାଇ। ତେବେ ଅପେକ୍ଷା କରନ୍ତୁ ସମୟ କହିବ କୁଆଡେ ଯିବି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri