କୋଲକାତା,୨୨।୫: ଗୋହତ୍ୟା କୌଣସି ଧାର୍ମିକ ଉତ୍ସବର ଅଂଶ ହୋଇ ନ ପାରେ । ସର୍ବସାଧାରଣ ସ୍ଥାନରେ ପଶୁହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହି କଲିକାତା ହାଇକୋର୍ଟ ପଶ୍ଚିମବଙ୍ଗରେ ଇଦ୍ ପାଳନ ବେଳେ ଗୋହତ୍ୟା ଉପରେ ଅଙ୍କୁଶ ଲାଗାଇବା ସପକ୍ଷରେ ରାୟ ପ୍ରକାଶ କରିଛନ୍ତି।
ଇଦ୍ ସମୟରେ ରାଜ୍ୟରେ ଗୋହତ୍ୟା ବନ୍ଦ କରିବାକୁ ପଶ୍ଚିମବଙ୍ଗ ସରକାର ଏକ ନିୟମାବଳୀ ଲାଗୁ କରିଥିଲାବେଳେ ଏହାକୁ ଚ୍ୟାଲେଞ୍ଜ କରି ଟିଏମସି ଏମ୍ପି ମହୁଆ ମୋଇତ୍ରାଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ସୁଜୟ ପଲ୍ ଏବଂ ଜଷ୍ଟିସ୍ ପାର୍ଥସାରଥି ସେନ୍ ଏହି ମାମଲାର ବିଚାର କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।

