ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର ପ୍ରଭାବ ଏବେ ଦେଶର ଚାଷୀଙ୍କ ଉପରେ ପଡ଼ିିବ ବୋଲି ଆଲୋଚନା ହେଉଛି। ଅପରପକ୍ଷେ ଉକ୍ତ କାରଖାନା ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ପ୍ରାୟ ୧୦ ହଜାର ପରିବାର ନିର୍ଭରଶୀଳ। ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ବୋଲି କୁହାଯାଉଛି। ସାର ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ସଲ୍‌ଫୁରିକ ଏସିଡ୍‌, ଫସ୍‌ଫୁରିକ ଏସିଡ୍‌, ଆମୋନିଆ ଆଦି ବିଦେଶରୁ ଆସି ପାରୁନାହିଁ। କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିବେଶ ଓ ଇରାନ ପାଖ ସମୁଦ୍ର ଜଳପଥ ହର୍ମୁଜ ବାଟ ଦେଇ ଜାହାଜ ଚଳାଚଳ ଠିକ ଭାବେ ହେଉନାହିଁ। ସାର ପାଇଁ ଆବଶ୍ୟକ ଉପରୋକ୍ତ କଞ୍ଚାମାଲ ଗଲ୍ଫ ଦେଶ ଯଥା ଜୋର୍ଡାନ, ଅଷ୍ଟ୍ରିଆ, ଓମାନ, କୁଏତ୍‌, ଇଜିପ୍ଟ, ମରକ୍କୋ ଆଦି ଦେଶରୁ ଆସିଥାଏ। ଫେବୃଆରୀ ୨୮ରୁ ଇରାନ, ଇସ୍ରାଏଲ, ଆମେରିକା ଯୁଦ୍ଧ ପରଠାରୁ ହର୍ମୁଜ ଜାହାଜ ଚଳାଚଳ ପ୍ରଣାଳୀ ଉପରେ କଟକଣା ଜାରି ରହିଛି। ଏହାଦ୍ୱାରା ଭାରତରେ ଅଶୋଧିତ ତୈଳ ଓ ସାର କଞ୍ଚାମାଲ ଯୋଗାଣ ପ୍ରଭାବିତ ହୋଇଛି। ଏହି ସମୟରେ ଦେଶରେ କେବଳ ତେଲ ସଙ୍କଟ ଉପରେ ଚର୍ଚ୍ଚା ହେଉଛି। କିନ୍ତୁ ସାର ପ୍ରସଙ୍ଗ ଅନାଲୋଚିତ ରହିଥିଲା। ସାର ଉତ୍ପାଦନ ବନ୍ଦ ହେବା ପରେ ଆଗକୁ ଆହୁରି ଜଟିଳ ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ଭାରତର ୧୩ ରାଜ୍ୟରେ ସମୁଦାୟ ୩୬ ସାର କାରଖାନା ରହିଛି। ସେଗୁଡିକ ମଧ୍ୟରେ କେତେକ ଘରୋଇ ସଂସ୍ଥା ଓ ପବ୍ଲିକ ସେକ୍ଟର ୟୁନିଟ(ପିଏସ୍‌ୟୁ)ଦ୍ୱାରା ପରିଚାଳିତ। ସେଥିମଧ୍ୟରୁ ଦେଶର ସର୍ବବୃହତ୍‌ ସାର କାରଖାନା ମଧ୍ୟରେ ରହିଛି ଓଡ଼ିଶାର ଜଗତ୍‌ସିଂହପୁର ଜିଲା ପାରାଦୀପ ଇଫ୍‌କୋ ଓ ପାରାଦୀପ ଫସ୍‌ଫେଟସ ଲିମିଟେଡ୍‌(ପିପିଏଲ୍‌)। ମାତ୍ର ଅଦ୍ୟାବଧି ପିପିଏଲ୍‌ରେ ଉତ୍ପାଦନ ବନ୍ଦ ହୋଇନାହିଁ। ତେବେ ଉତ୍ପାଦନ କ୍ଷମତା ହ୍ରାସ ପାଇଛି ବୋଲି ପିପିଏଲ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପାରାଦୀପ ଇଫ୍‌କୋ ୟୁନିଟ୍‌ ଉତ୍ପାଦନ ଦେଶର ସାର ଯୋଗାଣ କ୍ଷେତ୍ରରେ ୨୦ ପ୍ରତିଶତ ରହିଛି। ଉକ୍ତ ୟୁନିଟ ଚଳିତ ବର୍ଷ ନାନୋ ତରଳ ସାର ଉତ୍ପାଦନ ଆରମ୍ଭ କରିଛି। ଯାହା ବିଶ୍ୱର ପ୍ରଥମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବାର୍ଷିକ ୨୨ ଲକ୍ଷ ମେଟ୍ରିକ ଟନ୍‌ ସାର ଉତ୍ପାଦନ କରୁଥିବା କାରଖାନା ସମ୍ପର୍କରେ ଗତ ଜାନୁଆରୀ ୨୬ରେ ଇଫ୍‌କୋ ମ୍ୟାନେଜିଂ ଡାଇରେକ୍ଟର କେ.ଜେ. ପଟେଲ ତାଙ୍କ ଅଭିଭାଷଣରେ ସୂଚିତ କରିଥିଲେ। ତାଙ୍କ ମତରେ ବୈଶ୍ୱିକ ଯୋଗାଣ ପ୍ରଭାବିତ ହେବା ଯୋଗୁ କଞ୍ଚାମାଲ ଆମଦାନୀ କରିବା ବ୍ୟୟବହୁଳ ହେଉଛି। ଫଳରେ କାରଖାନା ଚଳାଇବା କଷ୍ଟକର ହେଉଛି ବୋଲି ସେତେବେଳେ କହିଥିଲେ। ଏହାପରେ ଗତ ମାର୍ଚ୍ଚ ୬ରେ ମଧ୍ୟ କେନ୍ଦ୍ର ସମବାୟ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ ଅମିତ୍‌ ଶାହା ଇଫ୍‌କୋ ଗସ୍ତ ସମୟରେ ଏ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ଗସ୍ତ ପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସଚିବ, ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଇଫ୍‌କୋ ଗସ୍ତ କରି ଆଲୋଚନା କରିଛନ୍ତି। ତଥାପି କଞ୍ଚାମାଲ ଯୋଗାଣ ସୁଗମ ହୋଇପାରିନାହିଁ। ଏପରି ଅବସ୍ଥା ଦେଶର ଅନ୍ୟ ସାର କାରଖାନା ଉପରେ ପଡ଼ିଥିବା ଜଣାଯାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ ଭାଜପାକୁ ପଛରେ ପକାଇଲା ‘କକ୍‌ରୋଚ ଜନତା ପାର୍ଟି’: ନୂଆ ଆକାଉଣ୍ଟ ସହ ଫେରିଲେ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୨ା୫(ପି.ଟି.):ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଥିବା ବ୍ୟଙ୍ଗାତ୍ମକ ଡିଜିଟାଲ ଆନ୍ଦୋଳନ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି) ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏହି ପାର୍ଟିର…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

ପୁଅ ବିବାହରେ ଯୋଗଦେଲେ ମୋତେ ମାରି ଦିଆଯିବ: କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୨।୫: ଇରାନ ସମ୍ପର୍କରେ ପରିସ୍ଥିତିରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ତାଙ୍କ ନିଜ ପୁଅର ବିବାହରେ ଯୋଗଦେବା ପାଇଁ ସମୟ ନାହିଁ। ଟ୍ରମ୍ପ…

୨୩ରେ ସମ୍ମାନିତ ହେବେ ୯୦%ରୁ ଅଧିକ ମାର୍କ ରଖିଥିବା ୮୪ ଛାତ୍ରୀଛାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…

ଭବାନୀପାଟଣା,୨୨।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଭବାନୀପାଟଣା ଟାଉନ ହଲରେ ଭବ୍ୟ ସମ୍ବର୍ଦ୍ଧନା ସଭା ମେଧା…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri