Posted inଜାତୀୟ

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ ଭାବେ ଚାଲିଥିବା ‘ଇଞ୍ଜେକ୍ଟେବଲ କସ୍‌ମେଟିକ୍ସ’ ପ୍ରକ୍ରିୟାର ଅପବ୍ୟବହାରକୁ ରୋକିବା ଏବଂ ଗ୍ରାହକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ମେ’ ୧୮ ତାରିଖରେ ଜାରି କରାଯାଇଥିବା ସର୍ବସାଧାରଣ ନୋଟିସ୍‌ରେ ସିଡିଏସ୍‌ସିଓ ସ୍ପଷ୍ଟ କରିଛି ଯେ, କସ୍‌ମେଟିକ୍ସ ରୁଲ୍ସ, ୨୦୨୦ ଅନୁଯାୟୀ ପ୍ରସାଧନ ସାମଗ୍ରୀ କେବଳ ଶରୀରରେ ‘ଘଷିବା, ଢାଳିବା, ବିଞ୍ଚିବା କିମ୍ବା ସ୍ପ୍ରେ’ କରିବା ପାଇଁ ଉଦ୍ଦିଷ୍ଟ। ଏହାର ବ୍ୟବହାର କେବଳ ଶରୀରର ସ୍ବଚ୍ଛତା, ସୌନ୍ଦର୍ଯ୍ୟ ବୃଦ୍ଧି, ଆକର୍ଷଣୀୟତା ବଢ଼ାଇବା କିମ୍ବା ବାହ୍ୟ ଚେହେରାରେ ପରିବର୍ତ୍ତନ ଆଣିବା ପାଇଁ କରାଯାଇପାରିବ।
ନିୟାମକ ସଂସ୍ଥା କହିଛି, ‘ଇଞ୍ଜେକ୍ସନ ଆକାରରେ ଦିଆଯାଉଥିବା ପ୍ରଡକ୍ଟଗୁଡ଼ିକ ଆଦୌ କସ୍‌ମେଟିକ୍ସର ସଂଜ୍ଞା ଅଧୀନରେ ଆସୁନାହିଁ। ତେଣୁ କୌଣସି କ୍ଲିନିକ କିମ୍ବା ବ୍ୟକ୍ତିବିଶେଷ ଏହାକୁ ଇଞ୍ଜେକ୍ସନ ଭାବେ ପ୍ରୟୋଗ କରିପାରିବେ ନାହିଁ।’ କସ୍‌ମେଟିକ ସାମଗ୍ରୀ ମାଧ୍ୟମରେ କୌଣସି ପ୍ରକାରର ରୋଗ ବା ସମସ୍ୟାର ‘ଚିକିତ୍ସା’ କରାଯାଇପାରିବ ନାହିଁ। ଯଦି କୌଣସି ସଂସ୍ଥା ପ୍ରସାଧନ ସାମଗ୍ରୀରେ ନିଷିଦ୍ଧ ଉପାଦାନ ବ୍ୟବହାର କରେ, ଗ୍ରାହକଙ୍କୁ ଭ୍ରମିତ କଲାଭଳି ବିଜ୍ଞାପନ ଦିଏ
କିମ୍ବା ଇଞ୍ଜେକ୍ସନ ମାଧ୍ୟମରେ ଏହାକୁ ପ୍ରୟୋଗ କରେ, ତେବେ ତାହା ‘ଡ୍ରଗ୍ସ ଆଣ୍ଡ୍‌ କସ୍‌ମେଟିକ୍ସ ଆକ୍ଟ’ ଏବଂ ‘କସ୍‌ମେଟିକ୍ସ ରୁଲ୍ସ, ୨୦୨୦’ର ସିଧାସଳଖ ଉଲ୍ଲଂଘନ ବୋଲି ଧରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍‌) ଦ୍ୱାରା ଅସୁରକ୍ଷିତ ଓ କଟକଣା ରହିଥିବା କେମିକାଲ୍‌ର ତାଲିକା ଜାରି କରାଯାଇଛି। ଯଦି କୌଣସି କ୍ଲିନିକ୍‌ କିମ୍ବା ସଂସ୍ଥା ବେଆଇନ ଭାବେ ଏଭଳି ପ୍ରଥା ଆପଣାଉଥିବା ନଜରକୁ ଆସେ, ତେବେ ଜନସାଧାରଣ ସେମାନଙ୍କ ବିରୋଧରେ ସରକାରୀ ଇ-ମେଲ କିମ୍ବା ରାଜ୍ୟ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କ ନିକଟରେ ସିଧାସଳଖ ଅଭିଯୋଗ କରିପାରିବେ ବୋଲି ନୋଟିସ୍‌ରେ କୁହାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?