ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ ସହ ମିଶି ସୀମାଠାରୁ ବହୁ ଦୂରରେ ସମସ୍ୟା ସୃଷ୍ଟି କରିବାରେ ଆମେରିକାର ଅଭୂତପୂର୍ବ ଶକ୍ତି ରହିଛି। ଖୁବ୍‌ କମ୍‌ ଦେଶ ପାଖରେ ଅନ୍ୟ ଉପରେ ଚାପ ସୃଷ୍ଟି କରିବାର ଅନେକ ସାଧନ ରହିଥିବାବେଳେ ଆଉ କେତେକ ଘରୋଇ ସଂସ୍ଥା, ଅନ୍ୟ ଦେଶର ସରକାର ଏବଂ ବିଶ୍ୱ ବିନିମୟ ନେଟୱର୍କ ମାଧ୍ୟମରେ ଅଧିକ ଲାଭ ହାସଲ କରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଏହି ସାଧନଗୁଡ଼ିକୁ ଜାରି ରଖିବା କଷ୍ଟକର ହୋଇଯାଇଛି, କାରଣ ସେମାନେ ଯେଉଁ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି ତାହାକୁ ନଷ୍ଟ କରିଦେଉଛନ୍ତି। ବଳ ପ୍ରୟୋଗ କରିବା ଦ୍ୱାରା ରକ୍ତପାତ ହୁଏ, ଧନହାନି ଘଟେ ଏବଂ ବୈଧତା ଶେଷ ହୋଇଯାଏ। ଟାରିଫ୍‌ ଏବଂ ଆର୍ଥିକ କଟକଣା ବିକଳ୍ପ ବାଣିଜ୍ୟ ବ୍ୟବସ୍ଥା ଏବଂ ଦେୟ ବ୍ୟବସ୍ଥାଗୁଡ଼ିକୁ ଉତ୍ସାହିତ କରେ । ଏହାସହ ଆମେରିକାର ଶକ୍ତିକୁ ବଢ଼ାଇଥିବା ମେଣ୍ଟଗୁଡ଼ିକ ମଧ୍ୟରେ ଖର୍ଚ୍ଚ, ଉତ୍ତରଦାୟିତ୍ୱ କିମ୍ବା କାର୍ଯ୍ୟକୁ ନେଇ ପାରସ୍ପରିକ ବଣ୍ଟନରେ ବିବାଦ ଦେଖା ଦେଇପାରେ । ନିଃସନ୍ଦେହ ଯେ, ଇରାନ ପ୍ରତି ଥିବା ଆଭିମୁଖ୍ୟକୁ ଆମେରିକା କଡ଼ାକଡ଼ି କରିବାକୁ ସକ୍ଷମ ହୋଇଛି। ପ୍ରଶ୍ନ ହେଉଛି, ଲକ୍ଷ୍ୟ ପୂରଣ ପାଇଁ ଯେଉଁ ସ୍ଥିତିଗତ ସୁବିଧାକୁ ବ୍ୟବହାର କରି ଆମେରିକା ତା’ କ୍ଷମତାକୁ ଦୁନିଆର ଶୀର୍ଷରେ ପହଞ୍ଚାଇଛି ତାହାକୁ ଦୁର୍ବଳ କରିବାକୁ ବାଜି ଲଗାଇବ କି ନାହିଁ ତାହା ଦେଖିବା କଥା। ଅପରପକ୍ଷେ ଇରାନର ଅଳ୍ପ ସାମରିକ ଏବଂ ଅର୍ଥନୈତିକ ସମ୍ପତ୍ତି ଏବଂ ଅଳ୍ପ କେତୋଟି ମିତ୍ର ଦେଶ ଅଛନ୍ତି। କିନ୍ତୁ ଭୌଗୋଳିକ ସ୍ଥିତି ଏହାକୁ ଏପରି କିଛି କରିବାକୁ ସୁଯୋଗ ଦେଇଛି ଯାହା ଆମେରିକା କ୍ୱଚିତ କରିଥାଏ। ଇରାନର ଏକ ଉପାୟ ହେଉଛି ଟୋଲ୍‌ ବା ଶୁଳ୍କ ସଂଗ୍ରହ କରିବା କିମ୍ବା ଜରିମାନା ଲଗାଇବା। ଇସ୍‌ଲାମିକ ରିଭୋଲ୍ୟୁଶନାରି ଗାର୍ଡ କର୍ପସ ପୂର୍ବରୁ ହର୍ମୁଜ ଷ୍ଟ୍ରେଟ୍‌ ଦେଇ ଯାଉଥିବା ଜାହାଜଗୁଡ଼ିକଠାରୁ ଟୋଲ୍‌ ଆଦାୟ କରିବାକୁ ଚେଷ୍ଟା କରି ରାଜସ୍ବର ଏକ ଉତ୍ସରେ ପରିଣତ କରିଛି। ବର୍ତ୍ତମାନ ଇରାନର ଅଧିକାରୀ ତଥା ସରକାରଙ୍କ ସହ ଜଡ଼ିତ ଗଣମାଧ୍ୟମ ହର୍ମୁଜ ଷ୍ଟ୍ରେଟ ତଳେ ଥିବା ଅଣ୍ଡରୱେ କେବୁଲ ଉପରେ ଫି ଆଦାୟ କରିବାର ପ୍ରସ୍ତାବ ଦେଇଛନ୍ତି।
ଇରାନ କେବଳ ବିଶ୍ୱର ଡେଟା ପ୍ରବାହରେ ବାଧା ସୃଷ୍ଟି କରିବାକୁ ଧମକ ଦେଉନାହିଁ ବରଂ ଏକ ପ୍ରମୁଖ ଘରୋଇ କ୍ଷେତ୍ରର ଦୁର୍ବଳତାକୁ ମଧ୍ୟ ପରଖୁୁଛି। ଆମେରିକାର ବୃହତ ଟେକ୍ନୋଲୋଜି କମ୍ପାନୀ ଆମାଜନ, ଗୁଗଲ, ମେଟା ଏବଂ ମାଇକ୍ରୋସଫ୍ଟ ସେଠାକାର ସରକାର ସହିତ ଭଲ ଭାବେ ଜଡ଼ିତ, ଯାହାଙ୍କର କ୍ଲାଉଡ୍‌ ପ୍ଲାଟଫର୍ମ ଓ ଡେଟା ସେଣ୍ଟରଗୁଡ଼ିକ ସମୁଦ୍ରରେ ଯାଇଥିବା କେବଲ ସଂଯୋଗ ଉପରେ ନିର୍ଭର କରେ । ଇରାନ ଭୌଗୋଳିକ ସ୍ଥିତିକୁ ଟୋଲ ସଂଗ୍ରହର ସମ୍ପତ୍ତି ଭାବରେ ବ୍ୟବହାର କରୁଛି। ହର୍ମୁଜରେ ତୈଳ ଟ୍ୟାଙ୍କର୍‌କୁ ନେଇ ଯେଉଁ ସିଦ୍ଧାନ୍ତ ଆପଣାଇଛି ତାହାକୁ ଅନ୍ୟ କ୍ଷେତ୍ରକୁ ବିସ୍ତାର କରିଛି । ଜାହାଜ କମ୍ପାନୀ, ବୀମା କମ୍ପାନୀ ଏବଂ ନୌସେନା ଯୋଜନାକାରୀମାନେ ହର୍ମୁଜରେ ସଙ୍କଟର ସମ୍ମୁଖୀନ ହୋଇସାରିଲେଣି । ବର୍ତ୍ତମାନ କେବୁଲ ମାଲିକ, କ୍ଲାଉଡ ପ୍ରଦାନକାରୀ ଏବଂ ଟେକ୍ନୋଲୋଜି ପ୍ଲାଟଫର୍ମଗୁଡ଼ିକୁ ଇରାନ ସମାନ ପ୍ରକାରର ଚାପରେ ରଖିବାକୁ ଚାହୁଁଛି। ସମୁଦ୍ର ଭିତରେ ଯାଇଥିବା କେବୁଲ ମାନଚିତ୍ରକୁ ଦେଖିଲେ ସ୍ପଷ୍ଟ ଭାବେ ଭୂରଣନୀତିକ ସିଦ୍ଧାନ୍ତକୁ ଜାଣିହେବ। ଫାଲକନ, ଗଲ୍ଫ ବ୍ରିଜ ଇଣ୍ଟରନ୍ୟାଶନାଲ / ମଧ୍ୟ ପୂର୍ବ-ଉତ୍ତର ଆଫ୍ରିକା, କୁଏଟ୍‌-ଇରାନ ଏବଂ ୟୁଏଇ-ଇରାନ କେବୁଲ ସିଷ୍ଟମ ବିଶେଷକରି ଗଲ୍ଫ ଦେଇ ଏବଂ ହର୍ମୁଜ ଷ୍ଟ୍ରେଟ ନିକଟରେ ଯାଇଛି। ଫଳରେ ହର୍ମୁଜର ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ଟ୍ୟାଙ୍କର୍‌ ଏବଂ ନୌସେନାର ପାଟ୍ରୋଲିଂ ଭଳି ଡିଜିଟାଲ ଭିତ୍ତିଭୂମି ପାଇଁ ବି ସମାନ ସମସ୍ୟାଜନକ ସ୍ଥିତି ଉପୁଜିଛି।
ଭୌଗୋଳିକ ସ୍ଥିତକୁ ଦେଖିଲେ ଡେଟା ବହନ କରୁଥିବା ଭିତ୍ତିଭୂମି ପ୍ରତି ବିପଦ ଆସିପାରେ। ଆମେରିକୀୟ କମ୍ପାନୀଗୁଡ଼ିକ ସର୍ବାଧିକ ବିପଦର ସମ୍ମୁଖୀନ ହୋଇପାରନ୍ତି। ବାସ୍ତବରେ ବିପଦ ସିଲିକନ ଭ୍ୟାଲି କିମ୍ବା ସିଆଟଲରେ ନାହିଁ; ଏହା ଲାଣ୍ଡିଂପଏଣ୍ଟରେ, ଆଞ୍ଚଳିକ ସାମୁଦ୍ରିକ କ୍ଷେତ୍ରରେ ଏବଂ ସଂକୀର୍ଣ୍ଣ ସାମୁଦ୍ରିକ ପଥରେ କେନ୍ଦ୍ରିତ ହୋଇଛି। ଡିଜିଟାଲ ଅର୍ଥ ବ୍ୟବସ୍ଥାର ଲାଭ ସାରା ବିଶ୍ୱରେ ରହିଛି, କିନ୍ତୁ ଏହାକୁ ଚଳାଉଥିବା ଭିତ୍ତିଭୂମି କିଛି ଦୁର୍ବଳ ତଥା ଆଞ୍ଚଳିକ କ୍ଷେତ୍ରରେ ସୀମିତ ଅଛି ଏବଂ ଇରାନ ଏହି ସ୍ଥିତିରୁ ଲାଭ ଉଠାଇବା ଲାଗି ଅଣ୍ଟା ଭିଡ଼ିଛି। ଏବକାର ଟୋଲ୍‌ରୁ ଏହି ପ୍ରକାର ଲାଭ ଉଠାଇବାର କ୍ଷମତା ବିଂଶ ଶତାବ୍ଦୀର ତୈଳ, ଖଣିଜ ପଦାର୍ଥ, ଜମି, ବନ୍ଦର ଏବଂ ଆର୍ଥିକ ଭିତ୍ତିଭୂମିର ମାଲିକାନା ଉପରେ ରହିଥିବା ମଡେଲଠାରୁ ଭିନ୍ନ। ଇରାନ ଆକଳନ କରିଛି ଯେ, ଲାଭ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯୋଗାଣର ମାଲିକ ହେବା ଦରକାର ନାହିଁ; ଏହା କେବଳ ଗୋଟିଏ ସ୍ଥାନରେ ପରିବହନକୁ ଧମକ ଦେଇ ଲାଭ ପାଇବାକୁ ଚାହେଁ।
ଡିଜିଟାଲ କ୍ଲାଉଡର ଏକ ସାମୁଦ୍ରିକ ପଥ ଅଛି ଏବଂ ତଥ୍ୟ ପ୍ରବାହ ନିର୍ଦ୍ଦିଷ୍ଟ ଲ୍ୟାଣ୍ଡିଂ ଷ୍ଟେଶନ, ରିପେୟାରଶିପ୍‌, ଲାଇସେନ୍ସ, କର୍ପୋରେଟ ମାଲିକ ଏବଂ ସୁରକ୍ଷା ଗ୍ୟାରେଣ୍ଟି ଉପରେ ନିର୍ଭର କରେ। ଏହିପ୍ରକାର ନିର୍ଭରଶୀଳତା ଯୋଗୁ ଆଧୁନିକ ଯୁଦ୍ଧ କେବୁଲଗୁଡ଼ିକୁ ଟାର୍ଗେଟ କରିଥାଏ। ଏପରି କି ଏଥିରେ ସାମୟିକ କ୍ଷତି ଗୁରୁତର ଅର୍ଥନୈତିିକ, ସାମରିକ ଏବଂ ଆର୍ଥିକ ପରିଣାମ ଆଣିପାରେ।
କେବଳ ଇରାନ ସହିତ ଜଡ଼ିତ ବିଭିନ୍ନ ବ୍ୟବସ୍ଥା ଦେଇ ଗତି କରିବା ପରେ ସ୍ବୀକୃତିପ୍ରାପ୍ତ ଜାହାଜ ହର୍ମୁଜ ଅତିକ୍ରମ କରୁଛି। ତେବେ ଇରାନ ତାହାର ଫି ଆଦାୟ ସିଦ୍ଧାନ୍ତକୁ କେତେ ଦୂର ବିସ୍ତାର କରିପାରିବ ତାହା ସମୁଦ୍ର ତଳେ ଯାଇଥିବା କେବୁଲରୁ ସ୍ପଷ୍ଟ ହେବ। ଏହି ରଣନୀତି ଆମେରିକାକୁ ପରାସ୍ତ କରିବାକୁ କିମ୍ବା ବିଶ୍ୱର ଶକ୍ତି ଏବଂ ତଥ୍ୟ ପ୍ରବାହକୁ ବିଚ୍ଛିନ୍ନ କରିବାକୁ ଇରାନ ପାଇଁ ଆବଶ୍ୟକ ନାହିଁ। ସଫଳ ହେବା ପାଇଁ ଏପରିକି ରଣନୀତିରୁ ଲାଭ ଉଠାଇବା ଲାଗି ଇରାନକୁ କେବଳ ସେହି ଡେଟା ପ୍ରବାହ ବିଷୟରେ ଯଥେଷ୍ଟ ଅନିଶ୍ଚିତତା ସୃଷ୍ଟି କରିବାକୁ ପଡ଼ିବ, ଯେଉଁଥିରେ ବିପଦ ଥିଲେ ବି ଲାଭ ମିଳିପାରେ।
ଟ୍ରମ୍ପ ପ୍ରଶାସନ ସମ୍ଭବତଃ ଇରାନର ଆଇନଗତ ଟୋଲ୍‌ ସଂଗ୍ରହ କରିବା ଉପାୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବ, ଯାହାଦ୍ୱାରା ଇରାନ ମନଇଚ୍ଛା ଟୋଲ୍‌ ଆଦାୟ କଷ୍ଟକର ହୋଇଯିବ। ସମୟ କ୍ରମେ ଆମେରିକା କେବୁଲ ରୁଟ, ଲ୍ୟାଣ୍ଡିଂ ପଏଣ୍ଟ ଏବଂ ମରାମତି କ୍ଷମତାକୁ ବୃଦ୍ଧି କରି ସ୍ଥିରତା ସୃଷ୍ଟି କରିପାରିବ, ଶତ୍ରୁ ରାଷ୍ଟ୍ରଗୁଡ଼ିକ ନିକଟସ୍ଥ ଯେକୌଣସି ପାସ୍‌ ଉପରେ ନେଟ୍‌ୱର୍କର ନିର୍ଭରଶୀଳତାକୁ ହ୍ରାସ କରିବ। ଏହାର ଉଦ୍ଦେଶ୍ୟ କେବଳ ହର୍ମୁଜକୁ ଖୋଲା ରଖିବା ନୁହେଁ, ବରଂ ଅସୁରକ୍ଷା ଭାବନାରୁ ଲାଭ ଉଠାଇବାକୁ ରୋକିବା। କେବୁଲ ଫି ପ୍ରସ୍ତାବ କଦାପି କାର୍ଯ୍ୟକ୍ଷମ ନୀତି ହୋଇପାରିବ ନାହିଁ । କିନ୍ତୁ ଏହା ଇରାନର ସ୍ଥିତି ପାଇଁ ଉପଯୁକ୍ତ ଆକାଂକ୍ଷାକୁ ପ୍ରକାଶ କରେ । ସାମରିକ ଏବଂ ଅର୍ଥନୈତିକ ଚାପ ସାଧାରଣତଃ ଚାପ ସୃଷ୍ଟିକାରୀ ଏବଂ ପୀଡ଼ିତ ଉଭୟଙ୍କର କ୍ଷତି କରିଥାଏ। ଇରାନ ଏକ ବିକଳ୍ପ ଖୋଜୁଛି, ଯେଉଁଥିରେ ତାହାର ବିରୋଧୀର କ୍ଷତି ହେବା ସହ ନିଜର ଲାଭ ହେବ। ଆମେରିକାର ସାମରିକ କିମ୍ବା ଆର୍ଥିକ ସହ ସମକକ୍ଷ ହେଉ ନ ଥିବା ଇରାନ ଯୁଦ୍ଧକୁ ଏଡ଼ାଇବା ତଥା ବିଶ୍ୱକୁ ଦେୟ ଦେବା ପାଇଁ ଭୌଗୋଳିକ ସ୍ଥିତିକୁ ବ୍ୟବହାର କରିପାରେ।

କାର୍ଲା ନୋରଲୋଫ୍

ପ୍ରାଧ୍ୟାପକ, ରାଜନୀତି ବିଜ୍ଞାନ,ଟରଣ୍ଟୋ ବିଶ୍ୱବିଦ୍ୟାଳୟ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?