ଆମେରିକାକୁ ବଡ଼ ଝଟ୍‌କା: ଇରାନ ସହ ଯୁଦ୍ଧରେ ହରାଇଲା…

ଓ୍ବାଶିଂଟନ୍‌,୨୧।୫:ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍‌ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍‌ ଓ ଡ୍ରୋନ୍‌ ସମେତ ୪୨ଟି ବିମାନ ହରାଇଥିବା ଏହାର ଏକ ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକା କଂଗ୍ରେସର ରିସର୍ଚ୍ଚ ସର୍ଭିସ ରିପୋର୍ଟ ଅନୁଯାୟୀ, କ୍ଷତିଗ୍ରସ୍ତ ଓ ନଷ୍ଟ ହୋଇଥିବା ବିମାନ ସଂଖ୍ୟାରେ ଆଗାମୀ ଦିନରେ ପରିବର୍ତ୍ତନ ହୋଇପାରେ, କାରଣ ଏହା ବର୍ଗୀକରଣ, ଚାଲିଥିବା ଯୁଦ୍ଧ କାର୍ଯ୍ୟକଳାପ ଏବଂ କ୍ଷତିର ପ୍ରକୃତ କାରଣ ଭଳି ଅନେକ ବିଷୟ ଉପରେ ନିର୍ଭର କରେ। କ୍ଷତିଗ୍ରସ୍ତ ହୋଇଥିବା ଯୁଦ୍ଧବିମାନ ମଧ୍ୟରେ ରହିଛି ୪ଟି ଏଫ୍‌-୧୫ଇ ଷ୍ଟ୍ରାଇକ୍‌ ଇଗଲ ଲଢ଼ୁଆ ଜେଟ୍‌, ଗୋଟିଏ ଏଫ୍‌-୩୫ଏ ଲାଇଟ୍‌-୨ ଲଢ଼ୁଆ ବିମାନ, ଗୋଟିଏ ଏ-୧୦ ଥଣ୍ଡରବୋଲ୍ଟ-୨ ସ୍ଥଳ ଆକ୍ରମଣ ବିମାନ, ୭ଟି କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କର ଏରିଆଲ ରିଫୁଏଲିଂ ବିମାନ, ଗୋଟିଏ ଇ-୩ ସେଣ୍ଟ୍ରି ଏଡବ୍ଲ୍ୟୁଏସିଏସ୍‌ ବିମାନ, ୨ଟି ଏମ୍‌ସି-୧୩୦ଜେ କମାଣ୍ଡୋ-୨ ସ୍ବତନ୍ତ୍ର ଅପରେଶନ ବିମାନ, ଗୋଟିଏ ଏଚ୍‌ଏଚ୍‌-୬୦ଡବ୍ଲ୍ୟୁ ଜୋଲି ଗ୍ରିନ୍‌-୨ ହେଲିକପ୍ଟର, ୨୪ଟି ଏମ୍‌କ୍ୟୁ-୯ ରିପର ଡ୍ରୋନ୍‌ ଓ ଗୋଟିଏ ଏମ୍‌କ୍ୟୁ-୪ସି ଟ୍ରିଟନ ଡ୍ରୋନ୍‌। ଆମେରିକା କଂଗ୍ରେସର ହାଉସ୍‌ ଆପ୍ରୋପ୍ରିଏଶନ୍ସ ଉପକମିଟିରେ ଶୁଣାଣି ବେଳେ ପେଣ୍ଟାଗନ୍‌ର କାର୍ଯ୍ୟକାରୀ କମ୍ପଟ୍ରୋଲର ସାକ୍ଷ୍ୟ ଦେଇ ଇରାନ ବିରୋଧରେ ସାମରିକ ଅଭିଯାନର ବିଭାଗୀୟ ଖର୍ଚ୍ଚ ଆକଳନ ୨୯ ବିଲିୟନ ଡଲାର ହେବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?