ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା ତାଙ୍କ ପରିସ୍ଥିତି ସୃଷ୍ଟି କରିଥିଲା। ‘ମଣିଷ ପରିସ୍ଥିତିକୁ ସୃଷ୍ଟି କରେନାହିଁ ବରଂ ପରିସ୍ଥିତି ମଣିଷକୁ ସୃଷ୍ଟି କରେ’ ଏହା କେବଳ ଗୋଟିଏ ଦାର୍ଶନିକ ଚିନ୍ତାଧାରା ନୁହେଁ, ବରଂ ସର୍ବକାଳୀନ ମାନବ ଜୀବନଯାତ୍ରା ପଦ୍ଧତିର ଗୋଟିଏ କଠୋର ସତ୍ୟ; ଯାହା ତାହାର ଚାଲିଚଳନ, କଥାବାର୍ତ୍ତା, ଚରିତ୍ର, ଆଚରଣ, ଉଚ୍ଚାରଣ, ନୀତି ଓ ନିଷ୍ପତ୍ତିର ମୂଳଭିତ୍ତିକୁ ପ୍ରକାଶ କରିଥାଏ। ମହାନ୍‌ ଦାର୍ଶନିକ ଜିନ୍‌ ଜାକୁଇସ ରୌସିଉଙ୍କ ଭାଷାରେ ‘ମଣିଷ ସ୍ବାଧୀନ ଭାବରେ ଜନ୍ମ ନେଇଥାଏ, କିନ୍ତୁ ସମାଜ ଓ ପରିସ୍ଥିତି ତାକୁ ନିଜ ଅନୁସାରେ ସଜେଇ ଦେଇଥାଏ’।
ଆଜି ବିଶ୍ୱର ଅନେକ ଅଞ୍ଚଳ ଯୁଦ୍ଧ ଓ ରାଜନୈତିକ, ପରିବେଶଗତ ଓ ଆର୍ଥିକ ଅସ୍ଥିରତା ଆଦି ସମସ୍ୟାରେ ଜର୍ଜରିତ। ତେଣୁ ଏଭଳି ପରିସ୍ଥିତିରେ ଜନ୍ମ ନେଉଥିବା ଶିଶୁମାନେ ଶାନ୍ତି ଓ ସୁଖର ମୂଲ୍ୟ ବୁଝିବା ପୂର୍ବରୁ ହିଂସା ଓ ଭୟର ସମ୍ମୁଖୀନ ହୁଅନ୍ତି। ସାମୀ ବିବେକାନନ୍ଦଙ୍କ ଭାଷାରେ ‘ଆମର ଚିନ୍ତାଧାରା, ପରିସ୍ଥିତି ଆମକୁ ଗଢ଼ିତୋଳେ’। ଗୋଟିଏ ଗରିବ ପରିବାରର ଶିଶୁ ଏବଂ ଗୋଟିଏ ଧନୀ ପରିବାରର ଶିଶୁଙ୍କ ମଧ୍ୟରେ ଥିବା ଭିନ୍ନତାର ମୂଳ କାରଣ ହେଉଛି ତା’ର ପରିବାର ଓ ପରିସ୍ଥିତି। ଖାଦ୍ୟ, ଶିକ୍ଷା, ସ୍ବାସ୍ଥ୍ୟ ସୁରକ୍ଷା, ବାସସ୍ଥାନ ଆଦିର ଅଭାବ ଗରିବ ପରିବାରର ଶିଶୁଟିକୁ ବାଲ୍ୟକାଳରୁ ସଂଘର୍ଷମୟ ଜୀବନଶୈଳୀକୁ ଗ୍ରହଣ କରିବାକୁ ବାଧ୍ୟକରେ। ପରିସ୍ଥିତି ଚାପରେ କେତେକ ଶିଶୁ ଜୀବନଜୀବିକା ପାଇଁ ଅପରାଧମୁଖୀ କାର୍ଯ୍ୟରେ ଜଡିତ ହୋଇପଡ଼ନ୍ତି। ଗ୍ରାମ କିମ୍ବା ସହରର ବସ୍ତି ଅଞ୍ଚଳର କିଛି ଶିଶୁ, ଅନେକ ସମୟରେ ବିଭିନ୍ନ ଆପରାଧିକ ଗ୍ୟାଙ୍ଗରେ ଯୋଗ ଦେଇଥାଆନ୍ତି, କାରଣ ସେଠାରେ ସେମାନେ ଅର୍ଥ, ସୁରକ୍ଷା ଓ ପରିଚୟକୁ ସୁବିଧାରେ ପାଇବାର ପ୍ରତିଶ୍ରୁତି ପାଇଥାଆନ୍ତି। ସେହିପରି ଯଦି ଶିଶୁ ମଦ୍ୟପାନ, ଘରୋଇ ହିଂସା କିମ୍ବା ଅପରାଧପ୍ରବଣ ସ୍ଥାନରେ ବଢ଼ିଥାଏ, ସେଠାରେ ସେହି ଆଚରଣକୁ ନିଜର କରିନେଇ ଶକ୍ତି, ମଦ ଓ ହିଂସା ଦ୍ୱାରା ସବୁକିଛି ସମସ୍ୟା ସମାହିତ ହୋଇଥାଏ ବୋଲି ଭାବିଥାଏ। ବିଶ୍ୱର ଅନେକ ରାଷ୍ଟ୍ରକୁ ଅନୁଧ୍ୟାନ କଲେ ଦେଖିବା ଯେ, ଯୁଦ୍ଧ ଓ ଦ୍ୱନ୍ଦ୍ୱରେ ଜଡ଼ିତ ରାଷ୍ଟ୍ରଗୁଡ଼ିକ ସେଠାକାର ଶିଶୁଙ୍କୁ ଛୋଟବେଳୁ ଶିକ୍ଷା ବଦଳରେ ଅସ୍ତ୍ର ଧରିବାକୁ ବାଧ୍ୟ କରିଥାଆନ୍ତି। ଆଫ୍ରିକା ଏବଂ ଏସିଆର କିଛି ରାଷ୍ଟ୍ରରେ ରହିଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନ ଓ ମଧ୍ୟପୂର୍ବର ସଂଘର୍ଷପୂର୍ଣ୍ଣ ଅଞ୍ଚଳର ଅନେକ ସ୍ଥାନରେ ଶିଶୁ ସୈନିକଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଯୁଦ୍ଧରେ ଯୋଗ ଦେବାକୁ ବାଧ୍ୟ କରାଯାଏ।
ଏହା ଆମକୁ ଶିକ୍ଷାଦିଏ, ଯଦି ପରିସ୍ଥିତି ଶିଶୁମାନଙ୍କୁ ଭୁଲ୍‌ ଦିଗକୁ ନେଉଛି, ତେବେ ସମାଜର ଦାୟିତ୍ୱ ହେଉଛି ସେହି ପରିସ୍ଥିତିକୁ ସୁଧାରିବା। ଏହା ସହ ଗୁଣାତ୍ମକ ଓ ନୈତିକ ଶିକ୍ଷା, ପରିବାରରେ ସୁସ୍ଥ ପରିବେଶ, ଗରିବୀ ହ୍ରାସ ଓ ରୋଜଗାର ସୁଯୋଗ, ଶିଶୁଙ୍କୁ ସକାରାତ୍ମକ ଆଦର୍ଶ ଦେଖାଇବା, ଡିଜିଟାଲ ମାଧ୍ୟମର ନିୟନ୍ତ୍ରଣ ଓ ସଚେତନତା ଆଦି ଦ୍ୱାରା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା। ଏହି ବିପର୍ଯ୍ୟୟକୁ ବୁଝାଇବାକୁ ଯାଇ ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ କହିଥିଲେ , ”ସମସ୍ୟା ମଣିଷକୁ ଶକ୍ତିଶାଳୀ କରେ, କିନ୍ତୁ ପରିସ୍ଥିତି ତାକୁ ଗଢ଼ିଥାଏ।“
ସବୁ ସମୟରେ ଅର୍ଥନୈତିକ ବୈଷମ୍ୟ ହେତୁ ଧନୀ-ଦରିଦ୍ର ମଧ୍ୟରେ ତାରତମ୍ୟ ସୃଷ୍ଟି ହୋଇଥାଏ। ସୁଯୋଗ, ସମ୍ମାନ, ଶିକ୍ଷା ଓ ନ୍ୟାୟରେ ଅସମାନତା ମଣିଷକୁ ଅନେକ ସମୟରେ ଅପରାଧୀ ଭାବରେ ଗଢ଼ି ତୋଳିଥାଏ। ଯେତେବେଳେ ଜଣେ ମଣିଷ ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ, ବସ୍ତ୍ର, ବାସସ୍ଥାନ ଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିବାକୁ ଅସମର୍ଥ ହୁଏ, ସେତେବେଳେ ତା’ ମନ ଭିତରେ ନୈରାଶ୍ୟ, ହତାଶା ଓ କ୍ଷୋଭ ସୃଷ୍ଟି ହୋଇଥାଏ। ଫଳରେ ସେ ଚୋରି, ଡକାୟତି କିମ୍ବା ଅନ୍ୟାନ୍ୟ ଅପରାଧମୂଳକ କାର୍ଯ୍ୟକୁ ନିଜର ବିକଳ୍ପ ଭାବରେ ଭାବିଥାଏ। ଏଠାରେ ଅପରାଧ ଗୋଟିଏ ପସନ୍ଦ ଭାବରେ ନୁହେଁ, ବରଂ ବଞ୍ଚତ୍ବାର ଉପାୟ ଭାବରେ ଉଭା ହୋଇଥାଏ। ପୁନଶ୍ଚ ଯେତେବେଳେ ଗରିବ ଲୋକ ଧନୀମାନଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀକୁ ଦେଖନ୍ତି, ସେତେବେଳେ ସେମାନଙ୍କ ମନରେ ଈର୍ଷା ଓ ଅସନ୍ତୋଷ ବଢ଼ିଥାଏ ଯଥା- ସେମାନେ ସବୁ ପାଉଛନ୍ତି, ମୁଁ କାହିଁକି ନୁହେଁ? ଏହି ପ୍ରଶ୍ନ ମଣିଷକୁ ଅନ୍ୟାୟ ପଥରେ ପାଦଦେବାକୁ ଉତ୍ସାହିତ କରିଥାଏ। ଅନେକ ସମୟରେ ନ୍ୟାୟିକ ବ୍ୟବସ୍ଥାର ନୀତିଗତ ପକ୍ଷପାତିତା ଦ୍ୱାରା ସମାଜରେ ଗୋଟିଏ ବିପରୀତ ଧାରଣା ସୃଷ୍ଟି ହୁଏ। ଧନୀମାନେ ଅପରାଧ କଲେ ଦଣ୍ଡ ପାଆନ୍ତି ନାହିଁ, କିନ୍ତୁ ଗରିବମାନେ ସହଜରେ ଦଣ୍ଡିତ ହୁଅନ୍ତି। ତେବେ ଏହି ତାରତମ୍ୟ ଗରିବଙ୍କ ମନରେ ବିରୋଧ ଓ ବିଦ୍ରୋହୀ ମନୋଭାବ ସୃଷ୍ଟି କରି ଅପରାଧକୁ ନ୍ୟାୟସଙ୍ଗତ ଭାବେ ଉପସ୍ଥାପନ କରିଥାଏ। ମନୁଷ୍ୟକୃତ ସମସ୍ୟାକୁ ବାଦ୍‌ଦେଲେ କିଛି ପ୍ରାକୃତିକ ସମସ୍ୟା ମଧ୍ୟ ସମାଜକୁ ଭିନ୍ନ ଦିଗକୁ ନେଇଥାଏ। କୋଭିଡ୍‌-୧୯ ମହାମାରୀ ସମୟରେ ସମସ୍ତ ମଣିଷ ପରିସ୍ଥିତିର ଦାସ ହୋଇ ପଡ଼ିଥିଲା। ଲକ୍‌ଡାଉନ୍‌, ଚାକିରି ଛଟେଇ, ଆର୍ଥିକ ସଂକଟ ଆଦି ସବୁ ମଣିଷଙ୍କ ଜୀବନକୁ ପରିବର୍ତ୍ତନ କରିଥିଲା। ଏଠାରେ ପ୍ରକୃତି ଦ୍ୱାରା ସୃଷ୍ଟ ପରିସ୍ଥିତି ସହିତ ସମାଜ ଦ୍ୱାରା ସୃଷ୍ଟ ପରିସ୍ଥିତିର ମିଶ୍ରଣରେ ଭୟଙ୍କର ପରିସ୍ଥିତି ଉପୁଜିଥିଲା ଓ ସେହି ପରିସ୍ଥିତି ସେମାନଙ୍କୁ ନୂତନ ଜୀବନଶୈଳୀକୁ ଆପଣେଇବା ଶିଖାଇଦେଲା।
ଡିଜିଟାଲ ଯୁଗରେ ପ୍ରଯୁକ୍ତି ବିଦ୍ୟାର ପାରଦର୍ଶିତା ଦ୍ୱାରା ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ୍‌ ମଣିଷକୁ ଏକ ନୂତନ ଦୁନିଆକୁ ନେଇଯାଇଛି, ଯାହା ଗୋଟିଏ ମାନବକୃତ ପରିସ୍ଥିତି। ଏହା ମଣିଷର ଆଚରଣ, ମନୋଭାବ ଓ ସମ୍ପର୍କକୁ ପ୍ରଭାବିତ କରିଛି। ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ବିବାହ ବିଚ୍ଛେଦ, ମାନସିକ ଅବସାଦ, ଆତ୍ମହତ୍ୟା, ଚିଡ଼ିଚିଡ଼ାପଣ ଆଦି ସମସ୍ୟା ଦେଖାଦେଇଛି; ଯାହାକୁ ଡୋପାମିନ ଆକ୍ରାନ୍ତ କୁହାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ନୂତନ କୃଷି ପ୍ରଣାଳୀ, ଜୀବନଶୈଳୀ ପରିବର୍ତ୍ତନ, ପରିବେଶ ସୁରକ୍ଷା, ସ୍ଥାୟୀ ବିକାଶ ଆଦି ଅନେକ ପଦକ୍ଷେପ ଆଜି ପ୍ରାଥମିକତା ପାଇଛି।
ପ୍ରାକୃତିକ ସମସ୍ୟାଗୁଡ଼ିକର ସାମୂହିକ ସମାଧାନ ଏବଂ ମନୁଷ୍ୟକୃତ ସମସ୍ୟାଗୁଡ଼ିକୁ ପ୍ରତିହତ କରିବା ସର୍ବାଦୌ ସମାଜ ପାଇଁ ଗୋଟିଏ ଅନୁକୂଳ ପରିସ୍ଥିତି ଆବଶ୍ୟକ। ମହାନ୍‌ ସମାଜବିଜ୍ଞାନୀ, ଦାର୍ଶନିକ କାର୍ଲ ମାର୍କ୍ସଙ୍କ ମତରେ, ”ମଣିଷ ନିଜ ଇତିହାସ ନିଜେ ତିଆରି କରେ, କିନ୍ତୁ ନିଜର କର୍ମ ନିଜ ଇଚ୍ଛାନୁସାରେ ନୁହେଁ, ବରଂ ପୂର୍ବରୁ ସୃଷ୍ଟ ପରିସ୍ଥିତିକୁ ନେଇ କରିଥାଏ’। ମୁଷ୍ଟିମେୟ ବ୍ୟକ୍ତି ପରିସ୍ଥିତିକୁ ଚ୍ୟାଲେଞ୍ଜ କରି ସଫଳତା ଲାଭ କରିଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସୁଯୋଗ ଓ ସମର୍ଥନ ବ୍ୟତୀତ ମଣିଷ ପରିସ୍ଥିତିର ସମ୍ମୁଖୀନ ହେବା କଠିନ। ତେଣୁ ନିଜର ପରିସ୍ଥିତି ଓ ପରିବେଶକୁ ସୁଧାରିପାରିଲେ ଆମେ ଗୋଟିଏ ନୂଆ ବିଶ୍ୱର ପରିକଳ୍ପନା କରିପାରିବା। ଏଡାସହ ପରିବେଶକୁ ସୁଧାରି ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରି ସୁସ୍ଥ ମଣିଷସମାଜ ଗଢ଼ିପାରିବା।

ଡ. ବିମଳ ଷଡ଼ଙ୍ଗୀ

ମୋ:୯୪୩୭୧୨୩୮୯୨

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?