Posted inଖେଳ

IPLରେ ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି କୋହଲି, ଜାଣନ୍ତୁ କେତେ

ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ ଖେଳାଳିମାନଙ୍କଠାରୁ ଯଥେଷ୍ଟ ଅଧିକ। ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କର ମୋଟ ଆୟ ପ୍ରାୟ ୨୩୦କୋଟି ଟଙ୍କା। ଫ୍ରାନାଟିକ୍‌ ସ୍ପୋଟର୍‌ସ ଆଣ୍ଡ୍‌ ହୁରୁନ ନାମକ ଏକ ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆଇପିଏଲ୍‌ର ସମସ୍ତ ୧୦ ଫ୍ରାଞ୍ଚାଇଜର ମୋଟ ମୂଲ୍ୟ ୧.୬୩ଲକ୍ଷ କୋଟି। ମୂଲ୍ୟାୟନରେ ଶାହାରୁଖ ଖାନ୍‌ଙ୍କ ମାଲିକାନରେ ରହିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ମୂଲ୍ୟ ୧୯,୦୦୦ କୋଟି ଟଙ୍କା ଏହା ପଛକୁ ରହିଛନ୍ତି ଅମ୍ବାନୀ ପରିବାର ମାଲିକାନାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ (୧୮,୪୦୦ କୋଟି ଟଙ୍କା) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (୧୮,୪୦୦ କୋଟି ଟଙ୍କା)। କୌତୂହଳର କଥା ଏହିକି ଯେ, ଏକ ଆଇପିଏଲ୍‌ ଟିମ୍‌ର ହାରାହାରି ମୂଲ୍ୟାୟନ ବର୍ତ୍ତମାନ ୧.୮ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ୨୦୩୨ ବେଳକୁ ଏହାର ପରିମାଣ ୧୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚତ୍ୟାଇଥିବ। ସର୍ବକାଳୀନ ଆଇପିଏଲ୍‌ ଆୟରେ କୋହଲିଙ୍କ ପଛକୁ ରୋହିତ ଶର୍ମା (୨୨୭.୨ କୋଟି ଟଙ୍କା ) ଏବଂ ଏମ୍‌ଏସ୍‌ ଧୋନି (୨୦୦କୋଟି ଟଙ୍କା) ବୋଲି ରିପୋର୍ଟରେ କୁହାଯାଇଛି। ସେ ତୁଳନାରେ ମହିଳା କ୍ରିକେଟରମାନଙ୍କ ମଧ୍ୟରେ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଏପର୍ଯ୍ୟନ୍ତ ସୁଦ୍ଧା ସବୁଠାରୁ ଅଧିକ ଆୟ ୧୩.୭ କୋଟି ଟଙ୍କା ସ୍ମୃତି ମନ୍ଧାନା କରିଛନ୍ତି। ଶ୍ରେଷ୍ଠ ୧୦ ମହିଳା ଖେଳାଳି ଏପର୍ଯ୍ୟନ୍ତ ସୁଦ୍ଧା ମାତ୍ର ୧୦ କୋଟି ଟଙ୍କା ଆୟ କରିଛନ୍ତି। ହକି କଥା ଯଦି କୁହାଯାଏ ତେବେ ଡିଫେଣ୍ଡର ହରମନପ୍ରୀତ୍‌ ସିଂ (୭୮ଲକ୍ଷ ଟଙ୍କା) ହେଉଛନ୍ତି ସର୍ବାଧିକ ଆୟ କରୁଥିବା ଖେଳାଳି। ତାଙ୍କ ପଛକୁ ରହିଛନ୍ତି ଫରଓ୍ବାର୍ଡ ଅଭିଷେକ ନାଇନ୍‌ (୭୦ ଲକ୍ଷ ଟଙ୍କା) ଏବଂ ହାର୍ଦ୍ଦିକ ସିଂ (୭୦ ଲକ୍ଷ ଟଙ୍କା)। ହକିରେ ୧୪ ବର୍ଷୀୟ କେତନ କୁଶ୍ୱାହା ଏବଂ ଦୁଇ ୧୫ବର୍ଷୀୟ ପୂର୍ତ୍ତି ଆଶିଷ ତାନି ଓ ରାହୁଲ ଯାଦବଙ୍କ ଭଳି ଯୁବ ପ୍ରତିଭା ସୃଷ୍ଟି ହୋଇଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ଯେଉଁ ଖେଳ ଭାରତକୁ ଅଲିମ୍ପିକ୍ସରେ ବଡ଼ ଗୌରବ ଆଣି ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଋଣ ବୋଝରେ ଚେପା ଆମେରିକା! ଇତିହାସରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୮: ବିଶ୍ୱର ପ୍ରମୁଖ ଶକ୍ତି ଭାବରେ ନିଜକୁ ସ୍ଥାନିତ କରୁଥିବା ଯୁକ୍ତରାଷ୍ଟ୍ର ଏକ ବର୍ଦ୍ଧିତ ଋଣ ଭାର ତଳେ ଦବି ଯାଉଛି। ଦେଶର ଋଣ ଭାର ନିରନ୍ତର…

କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ବଡ଼ ଖୁସିଖବର, ଗୋଟିଏ ଭିଡିଓ କଲେ ୧ ଲକ୍ଷ ଟଙ୍କା ଦେବେ ସରକାର! ଏତିକି ଦରକାର views

ପାଟନା,୨୦।୮: ବିହାର ସରକାର ସୋସିଆଲ ମିଡିଆ କ୍ରିଏଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ବିହାର ସୋସିଆଲ ମିଡିଆ ନୀତିରେ ନୂଆ ସଂଶୋଧନକୁ ମଞ୍ଜୁରୀ…

ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିନି କୋଟିଏରୁ ଅଧିକ ଟଙ୍କା, ଜିଲାପାଳଙ୍କ ଅଫିସ ଘେରାଉ କରି…

ନୂଆପଡ଼ା,୨୦ା୮(ମକାରୁ ବେମାଲ): ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ଧାନକିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ। ସାବଲମ୍ବୀ ହେବା ପାଇଁ ଏସ୍‌ଏଚ୍‌ଜିଙ୍କ ପାଇଁ…

ଦେଶି କନ୍ୟାଙ୍କୁ ବିଦେଶୀ ବର: କେରଳ ଝିଅଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ସ୍କଟିସ ସାଂସଦ ମାର୍ଟିନ ଡେ

ଥିରୁଭାନନ୍ତପୁରମ,୨୦।୮: ପୂର୍ବତନ ସ୍କଟିସ ସାଂସଦ ମାର୍ଟିନ ଡେ, କେରଳର ତ୍ରିସୁରରେ ପାରମ୍ପରିକ ହିନ୍ଦୁ ପ୍ରଥା ଅନୁସରଣ କରି ପିରାଭୋମର ଜଣେ ମାଲାୟାଲୀ ମହିଳା ନିଧିନ ଚାନ୍ଦଙ୍କୁ ବିବାହ…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri