ଢୋଲପାସ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଏମ୍ ଇଲେଭେନ୍‌କୁ ହରାଇ ଗୁମାବାହାଲ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ପଡ଼ିଆଠାରେ ଚାଲିଥିବା ପ୍ରତିଷ୍ଠିତ ଜିଲାସ୍ତରୀୟ ‘ରାଧାଗୋବିନ୍ଦ ନକ୍‌ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ (ସିଜନ-୧) ମଙ୍ଗଳବାର ଭବ୍ୟ ସମାରୋହ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ କଲମପୁର ବ୍ଲକର ଗୁମାବାହାଲ ଟିମ୍ ପଡୋଶୀ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏମ୍ ଇଲେଭେନ୍ (M-XI) ଦଳକୁ ୩୧ ରନ୍‌ରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।

ମେଗା ଫାଇନାଲରେ ଗୁମାବାହାଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮ ଉଇକେଟ୍ ହରାଇ ୧୨୬ ରନ୍‌ର ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲା। ଜବାବରେ ୧୨୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଏମ୍ ଇଲେଭେନ୍ ଟିମ୍ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୧ ଓଭରରେ ସମସ୍ତ ଉଇକେଟ୍ ହରାଇ ମାତ୍ର ୯୫ ରନ୍‌ରେ ସୀମିତ ରହିଥିଲା। ଫଳରେ ଗୁମାବାହାଲ ଦଳ ୩୧ ରନ୍‌ରେ ଚିତ୍ତାକର୍ଷକ ବିଜୟ ହାସଲ କରି ଟ୍ରଫି ଆପଣେଇ ନେଇଥିଲା। ଫାଇନାଲ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ ପାଇଁ ଗୁମାବାହାଲ ଦଳର ରମେଶଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଏବଂ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଖେଳ ପ୍ରଦର୍ଶନ ପାଇଁ ଏମ୍ ଇଲେଭେନ୍ ଦଳର ରାଜ୍‌ଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।

ଗତ ମେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ବୃହତ କ୍ରିକେଟ ମହାକୁମ୍ଭରେ ମୋଟ ୧୬ଟି ପ୍ରତିଷ୍ଠିତ ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ସେମିଫାଇନାଲରେ ମଣ୍ଟୁ ଇଲେଭେନ୍‌କୁ ପରାସ୍ତ କରି ଏମ୍ ଇଲେଭେନ୍ ଫାଇନାଲ ଟିକେଟ ହାସଲ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ପ୍ରବଳ ପ୍ରତାପୀ ବେନ୍ଦାଝୋଲା ଦଳକୁ ଧୂଳି ଚଟାଇ ଗୁମାବାହାଲ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିଥିଲା।

ଉଦଯାପନୀ ଉତ୍ସବରେ ଆୟୋଜକ କମିଟି ପକ୍ଷରୁ ଏକ ବିଶେଷ ପୁରସ୍କାର ବିତରଣୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ଏସ୍‌ସି ସେଲ୍ ସଭାପତି ବିଷ୍ଣୁ ନାଏକ, ବିଶିଷ୍ଟ ଯୁବ ନେତା ସୁଜାନ ନାଏକ, ଆଲୋକ ନାଏକ, ଅଡ୍ରି ପଞ୍ଚାୟତର ସରପଞ୍ଚ ନନ୍ଦାଇ ମାଝୀ ଓ ସମିତି ସଭ୍ୟ ରାମ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଅତିଥିମାନଙ୍କ ଦ୍ବାରା ବିଜେତା ଗୁମାବାହାଲ ଦଳକୁ ଆକର୍ଷଣୀୟ ଚମ୍ପିୟାନ ଟ୍ରଫି ସହ ନଗଦ ୫୦,୦୦୦/- ଟଙ୍କାର ଡେମୋ ଚେକ୍ ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଏମ୍ ଇଲେଭେନ୍ ଦଳକୁ ରନର୍ସଅପ୍ ଟ୍ରଫି ସହ ନଗଦ ୩୦,୦୦୦/- ଟଙ୍କାର ଡେମୋ ଚେକ୍ ପ୍ରଦାନ କରାଯାଇଥିଲା।

ସମଗ୍ର ଟୁର୍ଣ୍ଣାମେଣ୍ଟରେ ଆଙ୍କର ବା ଉଦ୍‌ଘୋଷକ ଭାବେ କେଶବ କୁମାର ନାଏକ ଅତି ଚମତ୍କାର ଶୈଳୀରେ ମଞ୍ଚ ଓ ଖେଳ ପରିଚାଳନା କରି ସମସ୍ତଙ୍କ ମନ ଜିଣିଥିଲେ। ଖେଳକୁ ଅମ୍ପାୟର ବିଜୟ ମାଝୀ ଓ ଗଣେଶ ନାଏକ ଅତି ନିରପେକ୍ଷ ଭାବେ ପରିଚାଳନା କରିଥିବା ବେଳେ ସ୍କୋରବୋର୍ଡ ଦାୟିତ୍ୱରେ ନମେନ୍ଦ୍ର ମାଝୀ ସହଯୋଗ କରିଥିଲେ। ଆୟୋଜକ କମିଟିର ସଭାପତି ଉପେନ୍ଦ୍ର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ କମିଟିର ସଦସ୍ୟ ଉଗ୍ରେସର ନାଏକ, କୃଷ୍ଣଚନ୍ଦ୍ର ସାହୁ, ସାଗୁରାମ ନାଏକ, ଅଭିରାମ ଠାକୁର, ସାନ ନାଗ, ମଦନ ସାହୁ, ମଦନ ମୁଦୁଲି, ଅମୃତ ନାଏକ, ବଂଶଧର ନାୟକଙ୍କ ସମେତ ସମସ୍ତ ଢୋଲପାସ ଗ୍ରାମବାସୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ପଡ଼ିଆରେ ଉପସ୍ଥିତ ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ଶୃଙ୍ଖଳିତ ସହଯୋଗ ଯୋଗୁଁ ଏହି ଭବ୍ୟ କ୍ରିକେଟ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?