ସ୍ବରକୁ ବଢ଼ାଏ ସଙ୍ଗୀତ: ରୁମିତ୍‌ ଓ୍ବାଲିଆ

ଭାରତର ଲୋକପ୍ରିୟ ଏବଂ ପରିବେଶ ସଚେତନଧର୍ମୀ ବ୍ୟାଣ୍ଡ ମଧ୍ୟରେ ‘ବିରାହ’ ଅନ୍ୟତମ। ଏହି ବ୍ୟାଣ୍ଡର ନିଜସ୍ବ ପରିବେଷଣ ଶୈଳୀ ସାରା ଦେଶରେ ସଙ୍ଗୀତପ୍ରେମୀଙ୍କୁ ଅନେକ ବର୍ଷ ଧରି ବାନ୍ଧି ରଖିପାରିଛି। ଗ୍ଲୋବାଲ ପିସ୍‌ ଲିଡରଶିପ୍‌ କନ୍‌ଫରେନ୍ସ, ଆଇଟିପିଓ ପ୍ରଗତି ମଇଦାନ, ଆମେରିକାନ ସେଣ୍ଟର-ୟୁନାଇଟେଡ୍‌ ଷ୍ଟେଟ୍‌ସ ଏମ୍ବାସି ଏବଂ ରକ୍‌ ଭିୟୁ ଏୟାରଫୋର୍ସ ଷ୍ଟେଶନ ଭଳି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ ମାଧ୍ୟମରେ ଏହି ବ୍ୟାଣ୍ଡ ଅନେକ ଲକ୍ଷ ସଙ୍ଗୀତପ୍ରେମୀଙ୍କୁ ଅନୁଗାମୀ କରିପାରିଛି। ବ୍ୟାଣ୍ଡର ମୁଖ୍ୟ ଗାୟକ ରୁମିତ୍‌ ଓ୍ବାଲିଆ, ପ୍ରଚ୍ଛଦ ଭୋକାଲିଷ୍ଟ ତଥା ଗିଟାର ବାଦକ ଉତ୍ସବ ଭରଦ୍ୱାଜ ଏବଂ ଯନ୍ତ୍ରବାଦକ ତରୁନ୍‌ କୁମାର ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ -୨୦୨୪ ‘କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ’ କାର୍ଯ୍ୟକ୍ରମ ଅବସରରେ ଆସନ୍ତା ୨୩ତାରିଖରେ ହେବାକୁ ଥିବା ‘ଗ୍ରୀନ୍‌ ହିରୋଜ୍‌ ସ୍ପିକ୍‌ ମ୍ୟୁଜିକ୍‌’ କନ୍‌ସର୍ଟରେ ସଙ୍ଗୀତ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ବିରାହ ବ୍ୟାଣ୍ଡର ଗାୟକ ରୁମିତ୍‌ ଓ୍ବାଲିଆ ଧରିତ୍ରୀ ସହ ତାଙ୍କ ସଙ୍ଗୀତ ଯାତ୍ରା ଏବଂ ପରିବେଶ ସୁରକ୍ଷା ପାଇଁ ସଙ୍ଗୀତର ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି।

ପ୍ର.୧- ପରିବେଶ ସମ୍ପର୍କିତ ପ୍ରସଙ୍ଗରେ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ କ’ଣ ପ୍ରେରିତ କରିଛିି?
ଉ- ଅନ୍ୟମାନଙ୍କ ଭଳି ଆମେ ରକ୍‌ ମ୍ୟୁଜିକ୍‌ ଆରମ୍ଭ କରିଥିଲୁ। ସୁଫି ରକ୍‌ ଉପରେ ଆମର ସ୍ବତନ୍ତ୍ରତା ଥିଲା। ଆମେ ମଧ୍ୟ ଏନ୍‌ଭାଇରନ୍‌ମେଣ୍ଟାଲ ଗ୍ରୁପ୍‌ ‘ଟିୟର୍ସ ଅଫ୍‌ ଦ ଆର୍ଥ’ର ଏକ ଅଂଶ। ପ୍ରାରମ୍ଭରୁ ଆମେ ଲୋକପ୍ରିୟ ବଲିଉଡ୍‌ ଗୀତର ସ୍ବରର ତାଳରେ ପରିବେଶ ସମ୍ପର୍କିିତ ସଙ୍ଗୀତ ଗାନ କରୁଥିଲୁ। ପରେ ଆମେ ପରିବେଶ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ ହେଲୁ।
ପ୍ର.୨- ଆପଣଙ୍କ ସୃଜନଶୀଳତାକୁ କ’ଣ ସର୍ବାଧିକ ପ୍ରଭାବିତ କରିଛି?
ଉ- ଏହି ବ୍ୟାଣ୍ଡରେ ଆମେ ୩ଜଣ ରହିଛୁ। ପ୍ରତ୍ୟେକ ଭିନ୍ନ ଭିନ୍ନ ଶୈଳୀର ମ୍ୟୁଜିକ୍‌ ଦ୍ୱାରା ଆମେ ପ୍ରଭାବିତ। ବିଭିନ୍ନ ଯନ୍ତ୍ରବାଦ୍ୟ ବ୍ୟବହାର କରି କୀର୍ତ୍ତନ କରୁଥିବା ପରିବାରର ପରିବେଶ ଭିତରେ ତରୁନ୍‌ କୁମାର ବଢ଼ିଥିଲେ। ଗିଟାର ବାଦକ ଉତ୍ସବ ଭରଦ୍ୱାଜ କନ୍‌ଭେଣ୍ଟ ସ୍କୁଲରେ ପଢ଼ିବା ବେଳେ ବିବିଧ ବାଦ୍ୟଯନ୍ତ୍ରର ଶବ୍ଦ ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ଅନେକ ବାଦ୍ୟଯନ୍ତ୍ର ପରିଚାଳନାରେ ସିଦ୍ଧହସ୍ତ। ମୁଁ ମଧ୍ୟ ରକ୍‌ ଆଣ୍ଡ ବ୍ୟାଣ୍ଡ ଗୀତ ଦ୍ୱାରା ପ୍ରଭାବିତ ହୋଇ ଆସିଛି। ଆମେ ୩ଜଣ ଏକତ୍ରିତ ହେବା ପରେ ସୁଫି ଏବଂ ରକ୍‌ ମ୍ୟୁଜିକ ଜରିଆରେ ଯୋଡ଼ିହେଲୁ।
ପ୍ର.୩- ପରିବେଶ ସଂରକ୍ଷଣରେ ସଙ୍ଗୀତ କି ଭୂମିକା ନେଇପାରେ?
ଉ- ଜୀବନରେ ସଙ୍ଗୀତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନେକ ଘଣ୍ଟା ଧରି କହିବା ଏବଂ ଆଲୋଚନା କରିବା ଦ୍ୱାରା ଯାହା ପ୍ରକାଶ କରାଯାଇପାରେ ନାହିଁ, ସେ ସମ୍ପର୍କିତ ପ୍ରସଙ୍ଗର ସ୍ବରକୁ ଏହା ବହୁଗୁଣିତ କରିଥାଏ। ଯଦି ଆପଣ ପଛକୁ ଚାହିଁ ଦେଖିବେ ଅନେକ ଅଭିଯାନ ଓ ଆନ୍ଦୋଳନ ମ୍ୟୁଜିକ୍‌ ଯୋଗୁ ସଫଳ ହୋଇଥିବା ଜାଣିପାରିବେ।
ପ୍ର.୪- ରୋମାନ୍ସ କିମ୍ବା ଅବସାଦ ଉପରେ ଅଗଣିତ ଗୀତ ରଚନା କରାଯାଇଛି। କିନ୍ତୁ ପରିବେଶ ଉପରେ କାହିଁକି କ୍ୱଚିତ ଗୀତ ଲେଖା ବା ଗାନ କରାଯାଇଥାଏ?
ଉ: ଆପଣଙ୍କ କଥା କେତେକାଂଶରେ ଠିକ୍‌। ପୃଥିବୀ ଏବଂ ପ୍ରକୃତି ଉପରେ ଗ୍ରାମାଞ୍ଚଳରେ ଅନେକ ଗୀତ ଶୁଣିବାକୁ ମିଳିଥାଏ। କିନ୍ତୁ ଯୋଗାଯୋଗ ଅଭାବରୁ ଲୋକେ ସେଥିସହିତ ନିଜକୁ ଯୋଡ଼ି ପାରୁନାହାନ୍ତି। ଆମେ ସେହି ସୁମଧୁର ଗୀତ ସହିତ ଯୋଡ଼ିହୋଇଗଲେ, ଏହାଦ୍ୱାରା ବୃହତ୍‌ ସ୍ବାର୍ଥ ସାଧନ ହୋଇପାରିବ। ଆମେ ସେହି ଦିଗରେ କାର୍ଯ୍ୟରତ।
ପ୍ର.୫- ଭାରତୀୟ ଶ୍ରୋତାଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଉ- ପରିବେଶ ପ୍ରସଙ୍ଗକୁ ବୋଝ କରିଦିଅନ୍ତୁ ନାହିଁ। ନିଜ ଦାୟିତ୍ୱ ତୁଲାଇବା ସହ ଜୀବନ ଏବଂ ସଙ୍ଗୀତକୁ ଉପଭୋଗ କରନ୍ତୁ।
ପ୍ର.୬- ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ ସମ୍ପର୍କରେ କ’ଣ କହିବେ?
ଉ- ଏହା ଏପରି ଏକ କାର୍ଯ୍ୟକ୍ରମ, ଯେଉଁଥିରେ ସ୍ଥାନୀୟ ପରିବେଶ କର୍ମୀମାନେ ସମ୍ପୃକ୍ତ ରହିବା ସହିତ ତୃଣମୂଳ ସ୍ତରର ଲୋକେ ମଧ୍ୟ ଯୋଡ଼ିହେଉଛନ୍ତି। ସେମାନେ ନିଜ ଉଦ୍ୟମରେ ସ୍ବୀକୃତି ଲାଭ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri