ସୈନିକ ସ୍କୁଲ ଡମ୍ପିଂୟାର୍ଡରୁ ପୁଣି ଦୁର୍ଗନ୍ଧ

ଭୁବନେଶ୍ୱର,୧୮ା୧୧(ଅନିଲ ଦାସ): ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ସରକାର ବଦଳିଛି ହେଲେ ସହରର ବର୍ଜ୍ୟ ପରିଚାଳନାରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୈନିକ ସ୍କୁଲ ଡମ୍ପିଂୟାର୍ଡରୁ ବାହାରୁଥିବା ଦୁର୍ଗନ୍ଧ ପୁଣି ସାରା ସହରକୁ ଅସ୍ତବ୍ୟସ୍ତ କରିଛି । ପଚାଶଢ଼ା ଗନ୍ଧରେ ନାକ ଫାଟିପଡୁଛି। ଅଦୂରଦର୍ଶୀ ବର୍ଜ୍ୟବସ୍ତୁ ପରିଚାଳନାର ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ। ରାତି ହେବା ମାତ୍ରେ ଏହି ଗନ୍ଧ ଏତେ ଉତ୍କଟ ହେଉଛି ଯେ ଘରେ ରହିବା ମଧ୍ୟ ଅସମ୍ଭବ ହେଲାଣି। ସହରରୁ ଦୈନିକ ବାହାରୁଥିବା ଶହ ଶହ ଟନ୍‌ ପଚାଶଢ଼ା ଆବର୍ଜନା ସହରର ମଧ୍ୟସ୍ଥଳ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପାହାଡ଼ ଭଳି ଗଦାହୋଇ ରହୁଛି। ସକାଳ ହେବା ମାତ୍ରେ ଡମ୍ପିଂୟାର୍ଡରେ ଶହ ଶହ ଅଳିଆବୁହା ଗାଡ଼ି ଲାଗିଯାଉଛି। ତେବେ ଏହାର ସ୍ଥାୟୀ ସମାଧାନକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ପୌର ପ୍ରଶାସନ ଏକ ପ୍ରକାର ବାଟବଣା ହୋଇଛନ୍ତି। ଦିନକୁ ଦିନ ବର୍ଜ୍ୟ ଗନ୍ଧ ଉତ୍କଟ ହେବାରେ ଲାଗିଛି।
ରାଜଧାନୀର କଳେବର ବୃଦ୍ଧିକୁ ଦେଖି ୧୯୪୯ ଅଗଷ୍ଟ ୧୯ରୁ କଟକରୁ ଭୁବନେଶ୍ୱର ରାଜଧାନୀ ସ୍ଥାନାନ୍ତର କରାଯାଇଥିଲା। ଏହି ସହରକୁ ଅତ୍ୟାଧୁନିକ ଓ ସୁନ୍ଦର, ସ୍ବାସ୍ଥ୍ୟକର ସହର ପରିକଳ୍ପନା କରି ୧୯୪୬ରେ ଜର୍ମାନ ଆକ୍ଟ ଟେକ୍ସ ଓଟୋ କୋନିସବର୍ଗ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ। ଇତିହାସ କହେ ୩ ହଜାର ବର୍ଷ ତଳେ ଏହା ମନ୍ଦିରମାଳିନି କଳିଙ୍ଗ ସାମ୍ରାଜ୍ୟ ଭାବେ ପରିଚିତ ଥିଲା। ଭୁବନେଶ୍ୱର ମ୍ୟୁନିସିପାଲିଟିରୁ ଏହା ୧୯୯୪ରେ ମହାନଗର ନିଗମରେ ପରିଣତ ହୋଇଛି। ୪୫ ଓ୍ବାର୍ଡରୁ ୬୭ ଓ୍ବାର୍ଡକୁ ବୃଦ୍ଧି ପାଇଛି। ଜନସଂଖ୍ୟା ମଧ୍ୟ ୧ ଲକ୍ଷରୁ ୧୫ ଲକ୍ଷକୁ ବୃଦ୍ଧି ପାଇଛି। ବିଭିନ୍ନ ଦିଗକୁ ସହରର କଳେବର ବିସ୍ତାରିତ ହେବାରେ ଲାଗିଛି। ସହରରୁ ବାହାରୁଥିବା ୩୦୦ ଟନ୍‌ ଆବର୍ଜନା ଏବେ ୮୦୦ ଟନ୍‌କୁ ବୃଦ୍ଧି ପାଇଲାଣି। ୨୦୨୩ ମେ ୧୫ ତାରିଖରୁ ଭୁଆସୁଣି ଡମ୍ପିଂୟାର୍ଡ ବନ୍ଦ ହେବା ପରେ ସୈନିକ ସ୍କୁଲ ଡମ୍ପିଂୟାର୍ଡ ଏକମାତ୍ର ଭରସା। ସହରରୁ ଦୈନିକ ୮୦୦ ଟନ୍‌ରୁ ଊର୍ଦ୍ଧ୍ୱ ଅଳିଆ ଏହି ଡମ୍ପିଂୟାର୍ଡରେ ଗଦା ହେଉଛି। ଗତ କିଛି ମାସ ମଧ୍ୟରେ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପ୍ରାୟ ଦେଢ଼ ଲକ୍ଷ ଟନ୍‌ ବର୍ଜ୍ୟବସ୍ତୁ ଗଦା ହେଲାଣି। ଅଳିଆ ଚାପ କମାଇବାକୁ ସହରର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମ୍‌ସିସି) କରାଯାଇଛି। ସେଥିରୁ ଅଧିକାଂଶ ଅଚଳ ହୋଇପଡିଛି। ହେଲେ ବର୍ଜ୍ୟବସ୍ତୁର ସୁପରିଚାଳନାକୁ ନେଇ କୌଣସି ଦୀର୍ଘମିଆଦୀ ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଅଭାବ ଯୋଗୁ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛିି। ବିଏମ୍‌ସିକୁ ପରିଚାଳନା କରିବାକୁ ଆସୁଥିବା କମିଶନର ମାତ୍ର ବର୍ଷେ କି ୨ ବର୍ଷରେ ବଦଳି ହୋଇ ଚାଲିଯାଉଛନ୍ତି। ୨୦୧୪ରୁ ୨୦୨୪ ମଧ୍ୟରେ ୮ ଜଣ କମିଶନର ଓ ପ୍ରଶାସକ ବିଏମ୍‌ସିରୁ ବଦଳି ହେଲେଣି । ମାତ୍ର ସହରର ମୁଖ୍ୟ ସମସ୍ୟା ବର୍ଜ୍ୟବସ୍ତୁ ପରିଚାଳନା ଅପରିବର୍ତ୍ତିତ ରହିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏ ସମ୍ପର୍କରେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ଟେଲିଫୋନ୍‌ ନମ୍ବର ୯୪୩୭୫୭୪୮୯୨ରେ ଯୋଗାଯୋଗ କରାଯାଇଥିତ୍ଲେ ମଧ୍ୟ ତାଙ୍କ ମତ ମିଳିବା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri