ଏହି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ‘ଦାନା’! ୩ ବନ୍ଦରକୁ ୪ନଂ ବିପଦ ସଙ୍କେତ

ଭୁବନେଶ୍ୱର,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ ସକାଳ ସୁଦ୍ଧା ଉଗ୍ରରୂପ ଧାରଣ କରିପାରେ। ତେବେ ବାତ୍ୟା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିପାରେ ବୋଳି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ବାତ୍ୟା ଦାନା ଭୟଙ୍କର ରୂପ ନେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି। ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ। ଧାମରା ମୁହାଣ ରାଜନଗର ବ୍ଲକର ତାଳଚୁଆକୁ ଲାଗିଥିବାରୁ ଓ ଭିତରକନିକା ରାଜନଗରର ହୋଇଥିବାରୁ ଏହି ବ୍ଲକ ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ବାଘମାରୀ, ତାଳଚୁଆ, କେରୁଅଁାପାଳ, ରଙ୍ଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ, ଈଶ୍ୱରପୁର, ଘଡ଼ିଆମାଳ, ଗୁପ୍ତି, ସାତଭାୟା, ବ୍ରାହ୍ମଣସାହି ପ୍ରଭୃତି ପଞ୍ଚାୟତ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ମଙ୍ଗଳବାର ପାଗ ଖରାଟିଆ ଥିଲେ ମଧ୍ୟ ସନ୍ଧ୍ୟାରେ ବାଉଁଶଗଡ଼ ନଦୀ ସେପଟରେ ଥିବା ମଗରକନ୍ଦା ଗଁାର ୪୦ ପରିବାରଙ୍କୁ ଘାଟ ପାର କରି ଓକିଲପାଳ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଛି। ବିପନ୍ନ ଲୋକେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ମୁଣ୍ଡାଇ ଚାଲି ଚାଲି ଆସିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାଜନଗରରେ ୯୫୪ ବୋଟ ମଙ୍ଗଳବାର ସୁଦ୍ଧା କୂଳକୁ ଫେରି ଆସିଛି। ଏହାବାଦେ ୮୦ରୁ ଅଧିକ ଟ୍ରଲର ରାଜନଗର ଅଞ୍ଚଳରେ ଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଅଧା ଟ୍ରଲର ଫେରି ଆସିଛି। ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବେ ବାନ୍ଧିବା ସହିତ ସୂଚନା ନ ଆସିବା ଯାଏଁ ମାଛ ଧରିବାକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀ ତଥା ବୋଟ ମାଲିକ ଅବଦୁଲ ସାହାଙ୍କ କହିବା କଥା ହେଲା ଆମେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲୁ। ସମୁଦ୍ର ଭିତରେ ଉଚ୍ଚ ଲହରି ସହିତ ଗରମ ହାୱା ଆସିଥିଲା। ମାଛଗୁଡ଼ିକ ଦଳ ଦଳ ହୋଇ ଡେଇଁବା ଦେଖିବାକୁ ମିଳିଥିଲା। ଯାହାକି ସାମୁଦ୍ରିକ ଝଡ଼ ଆସିବାର ପୂର୍ବ ସୂଚନା। ଏହି ସୂଚନା ଜାଣିବା ପରେ ଆମେ ସୋମବାରଠାରୁ କୂଳକୁ ଫେରି ଆସିଛୁ ବୋଲି କହିଛନ୍ତି।

ଅପରପକ୍ଷରେ ମଙ୍ଗଳବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ପୌରୋହିତ୍ୟରେ ବାତ୍ୟା ମୁକାବିଲା ବୈଠକ ହୋଇଥିଲା। ବୈଠକରେ ବିଧାୟକ ଧ୍ରୁବ ସାହୁ, ବିଡିଓ ନିଶାନ ମିଶ୍ର, ଜିପିଇଓ ଧର୍ମେନ୍ଦ୍ର କୁମାର ଦାଶ, ବ୍ଲକ ଯୋଗାଣ ଅଧିକାରିଣୀ ଅଳକାରାଣୀ ମଲ୍ଲିକଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇଥିଲେ। ବାତ୍ୟାକୁ ମୁକାବିଲା ପାଇଁ ୪୫ଟି ବାତ୍ୟା ଆଶ୍ରୟସ୍ଥଳ ସମେତ ୮୦ଟି ଅସ୍ଥାୟୀ ଶିିବିରରେ ଲୋକମାନଙ୍କୁ ସ୍ଥାନାନ୍ତର କରି ରଖାଯିବ। ୨୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳକୁ ଆଣିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ ରଖିଛି। ପ୍ରତ୍ୟେକ ଆଶ୍ରୟସ୍ଥଳରେ ୫ଜଣ ସରକାରୀ କର୍ମଚାରୀ ଦାୟିତ୍ୱରେ ରହିବେ। ବୁଧବାର ଅପରାହ୍ନରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ୨୩ ତାରିଖ ରାତିରେ ଶୁଖିଲା ଖାଦ୍ୟ ଦିଆଯିବ। ୨୪ ଓ ୨୫ ଦୁଇଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ୧୫୦ କୁଇଣ୍ଟାଲ ଚୁଡ଼ା, ଗୁଡ, ବିସ୍କୁଟ, ମହମବତି ଓ ଡିଆସିଲି ମଙ୍ଗଳବାର ରାତି କିମ୍ବା ବୁଧବାର ସକାଳ ସୁଦ୍ଧା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ବ। ଏହାକୁ ୨୯ଟି ପଞ୍ଚାୟତକୁ ପଠାଇ ଦିଆଯିବ। ପଞ୍ଚାୟତରୁ ଆଶ୍ରୟସ୍ଥଳକୁ ତାହା ପଠାଯିବ। ବାତ୍ୟାରେ ଅଘଟଣର ମୁକାବିଲା ପାଇଁ ଦୁଇଟି ଓଡ୍ରାଫ ଟିମ୍‌ ରାଜନଗରରେ ପହଞ୍ଚତ୍ଛି। ଗୋଟିଏ ବ୍ଲକ ହେଡକ୍ୱାର୍ଟରରେ ଓ ଅନ୍ୟଟି ଡିଏଫ୍‌ଓଙ୍କ ଅଧୀନରେ ରହିବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ୩୨ଜଣ ଗର୍ଭବତୀ ମହିଳାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ତାଳଚୁଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ବୁଧବାରଠାରୁ ସ୍ଥାନାନ୍ତର କରାଯିବ। ଗୃହ ପାଳିତ ପ୍ରାଣୀମାନଙ୍କ ପାଇଁ ଗୋଖାଦ୍ୟର ବ୍ୟବସ୍ଥା କରାଯାଉଛି। ୫୦ହଜାର ପାଣିବୋତଲ ମଗାଯାଇଛି। ପମ୍ପ ହାଉସରେ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଜେନେରେଟର ବ୍ୟବସ୍ଥା କରାଯାଇଛି। ପାଣି ନ ଥିବା ଆଶ୍ରୟସ୍ଥଳଗୁଡ଼ିକରେ ଟ୍ୟାଙ୍କରର ବ୍ୟବସ୍ଥା କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ବାତ୍ୟା ଦାନା ଭିତରକନିକା ଅଞ୍ଚଳରେ ମାଡ ହେବାକୁ ଥିବାରୁ ଏହାକୁ ଲାଗିକରି ଥିବା ପଞ୍ଚାୟତଗୁଡିକରେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳକୁ ଆଣିବା ସହ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବାକୁ ବିଧାୟକ ଧ୍ରୁବ ସାହୁ ବିଡିଓଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri