ହାରିସ୍‌ଙ୍କ ପ୍ରତି ବଢ଼ୁଛି ସମର୍ଥନ

ଓ୍ବାଶିଂଟନ,୨୩ା୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଦଳର ପ୍ରାର୍ଥତ୍ତ୍ୱ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ପ୍ରତି ସମର୍ଥନ ବଢ଼ିଛି। ବାଇଡେନ୍‌ ନିର୍ବାଚନ ଲଢ଼ିବେ ନାହିଁ ବୋଲି ରବିବାର ଘୋଷଣା କରିବା ସହ ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଅନ୍ୟ ଡେମୋକ୍ରାଟମାନେ ହାରିସ୍‌ଙ୍କ ପଛରେ ଛିଡ଼ା ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କ ରନିଂ ମେଟ୍‌ ଓହିଓ ସିନେଟର ଜେ.ଡି. ଭାନ୍ସଙ୍କୁ ହରାଇବା ପାଇଁ ପ୍ରଚାରକୁ ଜୋର୍‌ଦାର କରିବା ନିମନ୍ତେ ଡେମୋକ୍ରାଟମାନେ ଅଣ୍ଟା ଭିଡିଛନ୍ତି। ହାରିସ୍‌ଙ୍କୁ ଡେମୋକ୍ରାଟ ପ୍ରାର୍ଥୀ ଭାବେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ହାଉସ୍‌ ସ୍ପିକର ନାନ୍ସି ପେଲୋସି ସମର୍ଥନ ଜଣାଇଛନ୍ତି। ବାଇଡେନ୍‌ ନିର୍ବାଚନ ଦୌଡ଼ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବାରୁ ପେଲୋସି ଏହାର ପ୍ରଶଂସା କରିଛନ୍ତି।
ହାରିସ ଇତିମଧ୍ୟରେ ପ୍ରଚାର ଆରମ୍ଭ କରିଦେଇଥିବାବେଳେ ତୃଣମୂଳ ସ୍ତରରୁ ଗୋଟିଏ ଦିନରେ ୪୯.୬ ନିୟୁତ ଡଲାର ଚାନ୍ଦା ସଂଗ୍ରହ କରିଥିବା କହିଛନ୍ତି। ପୂର୍ବରୁ ଯେଉଁ ଡେମୋକ୍ରାଟ୍‌ମାନେ ବାଇଡେନଙ୍କୁ ଚାନ୍ଦା ଦେବା ବନ୍ଦ କରିଦେଇଥିଲେ, ସେମାନେ ସହାୟତାର ହାତ ବଢ଼ାଇଛନ୍ତି। ଆମେରିକାର ହଜାର ହଜାର ଅଣଶ୍ୱେତାଙ୍ଗ ମହିଳା ଅନ୍‌ଲାଇନରେ ଆଲୋଚନା କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହାରିସ୍‌ଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି। ୫୯ ବର୍ଷୀୟା ହାରିସ୍‌ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ପ୍ରଥମ ଅଶଶ୍ୱେତାଙ୍ଗ ମହିଳା ତଥା ପ୍ରଥମ ଏସୀୟ-ଆମେରିକୀୟ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ବାଇଡେନ୍‌ଙ୍କ ସମର୍ଥନ ତାଙ୍କୁ ଗୌରବାନ୍ବିତ କରିଥିବା ହାରିସ୍‌ କହିଛନ୍ତି।
ସୂଚନାଯୋଗ୍ୟ, ବୟସାଧିକ୍ୟ ଏବଂ ମତିଭ୍ରମ ଯୋଗୁ ବାଇଡେନ୍‌ ବାରମ୍ବାର ଭୁଲ୍‌ ମନ୍ତବ୍ୟ ଦେଉଥିବାରୁ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ୍‌ ତାଙ୍କୁ ସବୁବେଳେ ଟାର୍ଗେଟ କରୁଥିଲେ। ଶାସକ ଡେମୋକ୍ରାଟିକ୍‌ ପାର୍ଟିରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ବାଇଡେନ୍‌ଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ସେ ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଁଇ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ରବିବାର ଘୋଷଣା କରିଥିଲେ। ଆମେରିକା ଓ ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ବାଇଡେନ୍‌ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବାରୁ ବିଶ୍ୱ ନେତାମାନେ ତାଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

IGIରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ, ମାଡ଼ ମାରି….

ନୂଆଦିଲ୍ଲୀ,୨୦ା୧୨: ପୁଣି ଏୟାରଲାଇନ୍ସ ନାଁରେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri