ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ ବରଗଡ଼ ବ୍ଲକ ଧାଙ୍ଗେର ଗ୍ରାମରେ ରହିଥିବା ପାନୀୟଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ମାସ ହେଲା ଅଚଳ ହୋଇ ପଡ଼ିଛି। ଗ୍ରାମରେ ତାତିଠୁ ବଳି ଯାଇଛି ଜଳକଷ୍ଟ। ପାନୀୟଜଳ ପାଇଁ ଗ୍ରାମବାସୀଙ୍କୁ ଡହଳବିକଳ ହେବାକୁ ପଡ଼ୁଛି। ତେବେ ଏହି ସମସ୍ୟା ବିଭାଗୀୟ ଅଧିକାରୀଙ୍କୁ ଅଜଣା, ଅଛପା ରହି ନାହିଁ। ପମ୍ପ ହାଉସ୍‌ ଚଳାଉଥିବା କର୍ମଚାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ସେ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପାନୀୟଜଳ ପ୍ରକଳ୍ପ ମରାମତି ହୋଇପାରିନାହିଁ ।
ଧାଙ୍ଗେର ଗ୍ରାମ ୧୦ ୱାର୍ଡକୁ ନେଇ ଗଠିତ। ଏଠାରେ ସହରାପଡ଼ା, ନୂଆପଡ଼ା, ସଡ଼କପଡ଼ା, ମାଲିପଡ଼ା, ଲରିହାପଡ଼ା, ଟିକୁନୁଟିକ୍ରା, ଝାଙ୍କରଟିକ୍ରା, ହରିଜନପଡ଼ା, ପୋଢ଼ଟିକ୍ରା, ମହିମାନଗର ଭଳି ଅନେକ ସାହି ରହିଛି। ଗ୍ରାମର ଲୋକସଂଖ୍ୟା ୬ହଜାର ଟପିବ। ଏଠାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରହିଛି। ସେହିପରି ବିଭିନ୍ନ ସାହିରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବାବେଳେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ମଧ୍ୟ ଅଛି। ଗ୍ରାମରେ ପାନୀୟଜଳ ସମସ୍ୟା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଗ୍ରାମରେ କୂଅ, ନଳକୂଅ ସମେତ ବିିଭିନ୍ନ ଜଳାଶୟ ରହିଛି। ମାତ୍ର କେଉଁ ନଳକୂଅରୁ ପାଣି ବାହାରୁନି ତ ଆଉ କେଉଁଥିରେ ବ୍ୟବହାର ଉପଯୋଗୀ ପାଣି ବାହାରୁ ନାହିଁ। ସେହିପରି ଗ୍ରୀଷ୍ମଦିନେ ଗ୍ରାମର କୂଅ, ଜଳାଶୟ ଜଳସ୍ତର ହ୍ରାସ ପାଇବା ସହିତ ଶୁଖିଲା ପଡୁଛି।
ଏଭଳି ଜଳ ସଙ୍କଟକୁ ଏଡ଼ାଇବା ପାଇଁ ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ୨୦୧୭ରେ ଉକ୍ତ ଗ୍ରାମରେ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାନୀୟଜଳ ପ୍ରକଳ୍ପ କରାଯାଇଥିଲା। ଜିରା ନଦୀରୁ ପାଇପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ପାଇଁ ଗ୍ରାମରେ ୧୦ହଜାର ଲିଟର ପାଣି କ୍ଷମତା ସମ୍ପନ୍ନ ଓଭରହେଡ୍‌ ଟ୍ୟାଙ୍କ ମଧ୍ୟ ନିର୍ମିତ କରାଗଲା। ସେହିପରି ବିଭିନ୍ନ ପଡ଼ାରେ ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ସ୍ଥାପନ କରାଗଲା। ୨୦୧୭ ଜୁଲାଇ ୧ତାରିଖରେ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଗଲା। କିନ୍ତୁ ବାରମ୍ବାର ଏହି ପ୍ରକଳ୍ପ ଅଚଳ ହୋଇ ପଡ଼ୁଛି। କେତେବେଳେ ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟିଯିବାରୁ ପାନୀୟଜଳ ଯୋଗାଣ ବ୍ୟାହତ ହୋଇପଡ଼ୁଛି ତ ଆଉ କେବେ ବିଦ୍ୟୁତ୍‌ ସମସ୍ୟା ଯୋଗୁ ପ୍ରକଳ୍ପ ବନ୍ଦ ରହୁଛି। ଗ୍ରାମରେ ରହିଥିବା ଅନେକ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିଶ୍ଚିହ୍ନ ହୋଇ ପଡ଼ିଲାଣି। ପ୍ରକଳ୍ପ ମରାମତି ନାଁରେ ମଧ୍ୟ ଥରକୁ ଥର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ହେଲେ କିଛିଦିନ ପାନୀୟଜଳ ଯୋଗାଣ ହେବା ପରେ ପୁଣି ସମସ୍ୟା ହେଉଛି।

ଏମାନେ କୁହନ୍ତି

ପାଣି ପାଇଁ ଗୁଲ୍‌ଗୁଲା
ଗ୍ରାମରେ ପାନୀୟଜଳ ପ୍ରକଳ୍ପ ରହିଛି ସତ। ହେଲେ ତାହା କେବେ ବି ଠିକ୍‌ ଭାବେ ଚାଲୁ ନାହିଁ। ପାଣି ପାଇଁ ବହୁତ ଗୁଲଗୁଲା ହେବାକୁ ପଡ଼ୁଛି। ଦୁଃଖକଷ୍ଟରେ ଏଠୁ ସେଠୁ ପାଣି ସଂଗ୍ରହ କରି ଚଳିବାକୁ ପଡ଼ୁଛି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ।
-ସୌରାଷ୍ଟ୍ର ଷଣ୍ଢ, ଗ୍ରାମବାସୀ
ଥରକୁ ଥର ଅଚଳ
ଗ୍ରାମରେ ପାନୀୟଜଳ ପ୍ରକଳ୍ପଟିଏ ହେବା ପରେ ସମସ୍ତେ ଖୁସି ହେଲୁ। ଏହି ପ୍ରକଳ୍ପରୁ ଭଲ ଭାବେ ପାଣି ମିଳିବ ଏବଂ ଗ୍ରାମବାସୀଙ୍କୁ ଆଉ ଜଳକଷ୍ଟରେ ରହିବାକୁ ପଡ଼ିବ ନାହିଁ ବୋଲି ଭାବିଥିଲୁ। ହେଲେ ଏହା ଥରକୁ ଥର ଅଚଳ ହୋଇ ପଡ଼ି ରହୁଛି।
-ବାଳମୁକୁନ୍ଦ ଷଣ୍ଢ, ଗ୍ରାମବାସୀ
ଜଣାଇବା ସତ୍ତ୍ୱେ ମରାମତି ନାହିଁ
ପ୍ରକଳ୍ପ ଅଚଳ ହେବା ଯୋଗୁ ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଯାଇଛି। ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିସାରିଛି। ହେଲେ ଏପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ। ଫଳରେ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ି ରହିଛି।
-ଋତୁରାଜ ବାଗ୍‌, ସରପଞ୍ଚ
ସ୍ଥାୟୀ ମରାମତି ଦରକାର
ପାନୀୟଜଳ ପ୍ରକଳ୍ପ ବାରମ୍ବାର ଅଚଳ ହେଉଛି। କେମିତି ମରାମତି କରୁଛନ୍ତି ଯେ ଅଳ୍ପଦିନ ପରେ ପୁଣି ଅଚଳ ହୋଇ ପଡ଼ୁଛି। ଅଯଥାରେ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କାମଚଳା ବଦଳରେ ଏହାର ସ୍ଥାୟୀ ମରାମତି ହେଉ।
-ରାମ ନାରାୟଣ ଭୋଇ, ଗ୍ରାମବାସୀ

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?