‘ଭାଜପା ବିଜେଡିକୁ ମହିଳା ବିରୋଧୀ ବୋଲି କରୁଛି ଅପପ୍ରଚାର’

ଆନନ୍ଦପୁର/ହାଟଡିହୀ/ଛେନାପଦୀ, ୨୨/୦୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ / ନିରାକାର ପରିଡା):
କେନ୍ଦୁଝର ଜିଲାର ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀଠାରେ ବିଜେଡି ପକ୍ଷରୁ ଶୁକ୍ରବାର ଏକ ବିଶାଳ ମହିଳା ସମାବେଶ ଓ ନାରୀ ଅଧିକାର ଅଭିଯାନ ଆୟୋଜିତ ହୋଇଛି। ପ୍ରଥମେ ଛେନାପଦୀ ବଜାରଠାରୁ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ଜିଲାର ବିଧାୟକ, ନେତା, କର୍ମୀ ଓ ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରି ହାଟଡିହୀ ପର୍ଯ୍ୟନ୍ତ ଯାଇଥିଲେ।

ପରେ ହାଟଡିହୀଠାରେ ଆୟୋଜିତ ବୈଠକରେ ଶାସକ ଭାଜପା ସରକାରକୁ କଟୁ ସମାଲୋଚନା କରାଯାଇଥିଲା।ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ କହିଥିଲେ ଯେ, ବିଜେଡି ସଦା ମହିଳାଙ୍କ ଉନ୍ନତି, ଅଗ୍ରଗତି ଓ ସଶକ୍ତିକରଣ ପାଇଁ କାମ କରୁଛି। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଓ ପ୍ରାଥମିକତା ଦିଆଯାଉଛି। କିନ୍ତୁ ଭାଜପା ସରକାର ବିଜେଡିକୁ ମହିଳା ବିରୋଧୀ ବୋଲି ଅପପ୍ରଚାର କରୁଥିବା ସେ ଅଭିଯୋଗ କରିଥିଲେ।

ସେ ଆହୁରି କହିଥିଲେ ଯେ, ଭାଜପା ସରକାର କାଳରେ ଜୁଲାଇ ୨୦୨୪ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ୪୦,୯୪୭ଟି ମହିଳା ବିରୋଧୀ ମାମଲା ରୁଜୁ ହୋଇଛି। ଏହା ମହିଳା ସୁରକ୍ଷା ପ୍ରତି ସରକାରଙ୍କ ବିଫଳତାକୁ ପ୍ରକାଶ କରୁଛି।

ଏହି ସମାବେଶରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଜିଲା ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ଡା. ଲେଖାଶ୍ରୀ ସାମନ୍ତସିଂହାର, ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, କାର୍ଯ୍ୟକାରୀ ସଭାନେତ୍ରୀ ସାବିତ୍ରୀ ସେଠୀ, ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ, ଆନନ୍ଦପୁରର ପୂର୍ବତନ ବିଧାୟକ ମାୟାଧର ଯେନା, ଯୁବ ସଭାପତି ରାକେଶ ରାମ, ଯୁବ ନେତା ଦେବପ୍ରିୟ ପାତ୍ର ଓ ଅମରେନ୍ଦ୍ର ଧଳ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ।ଏହାସହ ଜିଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ସୁକାନ୍ତି ଯେନା, କୌଶଲ୍ୟା ସେଠୀ ଓ ବୈଦ୍ୟନାଥ ସାମଲ ପ୍ରମୁଖ ଉପସ୍ଥିତ ରହି ଭାଜପା ସରକାରକୁ ଟାର୍ଗେଟ କରିଥିଲେ।ଏହି ସମାବେଶରେ ବହୁ ସଂଖ୍ୟକ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?