ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି କାର୍ଯ୍ୟକାଳ ବୃଦ୍ଧିକୁ ଯଥାର୍ଥ ବୋଲି କହିଛନ୍ତି। କିନ୍ତୁ ପ୍ରକୃତ କାରଣଗୁଡ଼ିକ ସ୍ପଷ୍ଟତଃ ଅଧିକ ରାଜନୈତିକ ଏବଂ ବ୍ୟବହାରିକ ମନେହୁଏ। ପରବର୍ତ୍ତୀ ସିବିଆଇ ମୁଖ୍ୟ ପାଇଁ ଚୟନ କମିଟି ବୈଠକରେ ତୀବ୍ର ମତଭେଦ ଦେଖାଯାଇଥିବା ଜଣାପଡ଼ିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରକ୍ରିୟା ଉପରେ ଅସହମତି ପ୍ରକାଶ କରିଥିଲେ। ଏହା ସୂଚିତ କରୁଛି ଯେ, ଉତ୍ତରାଧିକାରୀ ପାଇଁ ସହମତି ପ୍ରକାଶ ପାଇ ନ ଥିଲା। ତେବେ ଦୁର୍ନୀତି ତଦନ୍ତ, ଆର୍ଥିକ ଠକେଇ ମାମଲା ଏବଂ ରାଜନୈତିକ ଅଭିଯୋଗ ସଂକ୍ରାନ୍ତୀୟ ତଦନ୍ତ ସବୁବେଳେ ଚର୍ଚ୍ଚାରେ ଥିବାବେଳେ ସରକାର ସିବିଆଇର ଶୀର୍ଷ ସ୍ଥାନରେ ଅନିଶ୍ଚିତତାର ବିପଦ ସାମ୍ନା କରିବାକୁ ଅନିଚ୍ଛୁକ ଥିବା ମନେହୁଏ। ଜଣେ ନୂତନ ମୁଖ୍ୟଙ୍କୁ ସ୍ବାଭାବିକ ଭାବରେ କାର୍ଯ୍ୟକରିବା ପାଇଁ କିଛି ସମୟ ଆବଶ୍ୟକ । ଅନ୍ୟପକ୍ଷରେ କର୍ନାଟକ କ୍ୟାଡରର ଏହି ଆଇପିଏସ୍‌ ଅଧିକାରୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସାଧାରଣ ବିବାଦରୁ ପ୍ରାୟତଃ ଦୂରରେ ରହିଛନ୍ତି। ତାଙ୍କୁ ନେଇ କୌଣସି ନାଟକୀୟ ଶିରୋନାମା ପ୍ରକାଶ ପାଇନାହିଁ, କୌଣସି ବିଭାଗୀୟ ବିବାଦ ସାମ୍ନାକୁ ଆସି ନାହିଁ, ଯାହାକୁ ଦିଲ୍ଲୀର ଅମଲାତାନ୍ତ୍ରିକ ପରିସରରେ ପ୍ରଭାବଶାଳୀ ନେତୃତ୍ୱ ଭାବରେ ଗଣାଯାଏ। ତଥାପି, ସୁଦ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ଏକ ପୁରୁଣା ବିତର୍କକୁ ପୁନର୍ଜୀବିତ କରୁଛି। ଯଦି ସରକାର ବର୍ଷ ବର୍ଷ ଧରି ଏହାକୁ ବୃଦ୍ଧି କରିପାରୁଛନ୍ତି, ତେବେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ରହିବାର ମାନେ କ’ଣ? ସିବିଆଇ ନିର୍ଦ୍ଦେଶକଙ୍କ ପାଇଁ ସ୍ଥିରୀକୃତ କାର୍ଯ୍ୟକାଳର ମୂଳ ଉଦ୍ଦେଶ୍ୟ ଥିଲା ସାଂଗଠନିକ ସ୍ବାଧୀନତାକୁ ସୁରକ୍ଷା ଦେବା। କିନ୍ତୁ ସମୟ କ୍ରମେ ବିଶ୍ୱସ୍ତ ଅଧିକାରୀଙ୍କୁ ପଦବୀରେ ରଖିବା ପାଇଁ ସରକାରମାନଙ୍କ ପାଇଁ କାର୍ଯ୍ୟକାଳ ବୃଦ୍ଧି ଏକ ସୁବିଧାଜନକ ଉପାୟ ପାଲଟିଛି।
ପ୍ରକଳ୍ପରେ ଲାଭ
ଭୋପାଳ ଜମି ବିବାଦ ଏକ ସରଳ ଅଥଚ ଚିନ୍ତାଜନକ ପ୍ରଶ୍ନ ଉଠାଇଛି। ଏତେ ସଂଖ୍ୟାରେ ବରିଷ୍ଠ ବାବୁମାନେ କିପରି ଏପରି ଏକ ଅଞ୍ଚଳରେ ଜମି କିଣିଲେ ଯାହା ଖୁବ୍‌ ଶୀଘ୍ର ୩,୨୦୦ କୋଟି ଟଙ୍କାର ବାଇପାସ୍‌ ପ୍ରକଳ୍ପ କ୍ଷେତ୍ର ପାଲଟିଗଲା। ରିପୋର୍ଟ ଅନୁଯାୟୀ ପ୍ରକଳ୍ପ ମଞ୍ଜୁର ହେବାର କିଛି ମାସ ପୂର୍ବରୁ ଭୋପାଳ ନିକଟରେ ପ୍ରାୟ ୫୦ ଜଣ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଚାଷଜମି କିଣିଥିଲେ, ଯାହା ଫଳରେ ସମ୍ପତ୍ତି ମୂଲ୍ୟ ଶୀଘ୍ର ବୃଦ୍ଧି ଘଟିଥିଲା। ହୁଏତ ସବୁକିଛି ସମ୍ପୂର୍ଣ୍ଣ ଆଇନସମ୍ମତ ଥିଲା ଓ ନିୟମ ପାଳନ ପୂର୍ବକ ବାବୁଙ୍କୁ ସମ୍ପତ୍ତି କିଣିବାକୁ ଅନୁମତି ଦିଆଯାଇଛି। ତେବେ ବିକାଶ କାର୍ଯ୍ୟ କେଉଁଁ ଦିଗରେ ଯାଉଥିଲା ତାହା କେତେଜଣ ଅଧିକାରୀ ଅନ୍ୟମାନଙ୍କ ଅପେକ୍ଷା ପୂର୍ବରୁ ଜାଣିଥିଲେ କି ? ଏବେ ସମଗ୍ର ଘଟଣା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଯଦିଓ ଏହା ଏକ ସଂଯୋଗ ହୋଇପାରେ, ହେଲେ ବ୍ୟବସ୍ଥା ଭିତରେ ଥିବା ଲୋକମାନେ ସମାନ ବ୍ୟବସ୍ଥା ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିରୁ ଲାଭବାନ୍‌ ହେଉଥିବାରୁ ସାଧାରଣରେ ଅବିଶ୍ୱାସ ଆସିବା ନିଶ୍ଚିତ। ଏହିପରି ଘଟଣା ପ୍ରଶାସନର ଭାବମୂର୍ତ୍ତିକୁ ଦୁର୍ବଳକରେ ଏବଂ ପ୍ରଶାସନରେ ଥିବା ଲୋକମାନେ ସର୍ବଦା ପ୍ରଥମେ ଲାଭ ପାଆନ୍ତି ବୋଲି ସାଧାରଣରେ ଯେଉଁ ଧାରଣା ରହିଛି ତାହା ଆହୁରି ଦୃଢ଼ ହୋଇଯାଏ। ବିଡ଼ମ୍ବନା ଯେ, ଯେଉଁ ଦେଶରେ ଚାଷୀମାନେ ନିୟମିତ ଭାବରେ ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ପାଇଁ ସରକାରଙ୍କ ସହ ଲଢ଼ିଥାନ୍ତି ସେଠାରେ ଏଭଳି ଘଟଣା ବେଶି ଘଟୁଛି। ସରକାରୀ ପ୍ରକଳ୍ପଗୁଡ଼ିକୁ ବିକାଶର ସାଧନ ବୋଲି ପ୍ରଚାର କରାଯାଏ, ହେଲେ କ୍ଷମତାର ନିକଟତର ଲୋକଙ୍କ ପାଇଁ ବ୍ୟକ୍ତିଗତ ନିବେଶ ସୁଯୋଗ ରହିଥିବା କଥା କୁହାଯାଏ କାହିଁକି।
୧୮ ବର୍ଷ ପରେ ନିଷ୍ପତ୍ତି
ଆଇଏଏସ୍‌ ଅଧିକାରୀ ପଦ୍ମା ଜୟସ୍ବାଲଙ୍କୁ ଚାକିରିରୁ ବହିଷ୍କାର କରାଯିବା ଘଟଣାକୁ ଉତ୍ତରଦାୟିତ୍ୱର ଏକ ବିଜୟ ଭାବେ ଦେଖାଯାଇପାରେ, ହେଲେ ଏହା ଘଟିବାକୁ ପ୍ରାୟ ୧୮ ବର୍ଷ କାହିଁକି ଲାଗିଲା ତାହା ବଡ଼ କଥା। ଜୟସ୍ବାଲ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲାର ଡେପୁଟି କମିଶନର ଭାବରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ବିରୋଧରେ ୨୦୦୭-୦୮ରେ ଅଭିଯୋଗ ଆସିଥିଲା। ପରେ ତଦନ୍ତକାରୀମାନେ ତାଙ୍କୁ ସାର୍ବଜନୀନ ପାଣ୍ଠି ଓ ସରକାରୀ ପଦବୀର ଅପବ୍ୟବହାର କରିବାର ଅଭିଯୋଗ ଆଣିଥିଲେ। ତଥାପି ସେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବାବେଳେ ବର୍ଷ ବର୍ଷ ଧରି ମାମଲାଟି ତଦନ୍ତ, ଟ୍ରିବ୍ୟୁନାଲ, ବିଭାଗୀୟ ସମୀକ୍ଷା ଏବଂ ଆଇନଗତ ଚ୍ୟାଲେଞ୍ଜ ଦେଇ ଗତି କରିଥିଲା। କେଉଁଠି ନା କେଉଁଠି ନ୍ୟାୟିକ ପ୍ରକ୍ରିୟା ଏକ ସୀମାହୀନ ପ୍ରକ୍ରିୟାରେ ପରିଣତ ହୋଇଗଲା। ବରିଷ୍ଠ ଅଧିକାରୀଙ୍କ ସହ ଜଡ଼ିତ ମାମଲାରେ ସରକାର ସତର୍କତାର ସହିତ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି କାରଣ କେହି ଚାହାନ୍ତି ନାହିଁ ଯେ ପରେ କୋର୍ଟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଖାରଜ ହୋଇଯାଉ। ବର୍ତ୍ତମାନ କିଛି ପରିବର୍ତ୍ତନ ହୋଇଛି । ବରିଷ୍ଠ ସେବା ମଧ୍ୟରେ ଦୁର୍ନୀତି ଏବଂ ଦୁର୍ବ୍ୟବହାର ଉପରେ କେନ୍ଦ୍ରର କଠୋର ସାର୍ବଜନୀନ ଆଭିମୁଖ୍ୟ ଗ୍ରହଣ କରିବା ଦେଖାଯାଉଛି। ସିବିଆଇ ଚାର୍ଜଶିଟ ଶେଷରେ ମାମଲାକୁ ଶେଷ କରିଦେଇଥିବା ପରି ମନେହୁଏ। କିନ୍ତୁ ପର୍ଯ୍ୟବେକ୍ଷକମାନେ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି ଯେ, ଯଦି ୨୦୨୬ରେ ଅଭିଯୋଗଗୁଡ଼ିକ ବରଖାସ୍ତ ପାଇଁ ଯଥେଷ୍ଟ ଥିଲା, ତେବେ ନିଷ୍ପତ୍ତି ନେବା ପାଇଁ ବ୍ୟବସ୍ଥାକୁ ପ୍ରାୟ କାହିଁକି ୨ ଦଶନ୍ଧି ଲାଗିଗଲା।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri