Posted inଜାତୀୟ

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି। ବିଶେଷକରି ଡିଜିଟାଲ ଇକୋନୋମୀ ଜାତୀୟ ଅର୍ଥନୀତିର ପ୍ରମୁଖ ଆଧାର ହୋଇଛି। ଏହିକ୍ରମରେ ଭାରତ ଏବେ ଡିଜିଟାଲ ଗଭର୍ନାନ୍ସଠାରୁ ଆରମ୍ଭ କରି ଇ-କମର୍ସ, ଫିନ୍‌ଟେକ୍‌, କ୍ଲାଉଡ୍‌ କମ୍ପ୍ୟୁଟିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ସମ୍ପ୍ରସାରଣ କରି ବୈଶ୍ୱିକ ଧାରା ସହ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ କାର୍ଯ୍ୟ କରି ନିଜକୁ ସୁପ୍ରତିଷ୍ଠିତ କରିବାକୁ ଉଦ୍ୟମ କରୁଛି। କିନ୍ତୁ ଗ୍ରୀଷ୍ମକାଳରେ ଦେଶର ତାପମାତ୍ରାକୁ ନେଇ ଯେଭଳି ସ୍ଥିତି ସୃଷ୍ଟି ହୋଇଛି ତାହାକୁ ବିଚାରକଲେ ଉପରୋକ୍ତ କ୍ଷେତ୍ରଗୁଡିକରେ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ କିମ୍ବା ବ୍ୟୟବହୁଳ ହୋଇପଡ଼ିବ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଭାରତ ଅନ୍ୟ ଦେଶମାନଙ୍କ ସହ ପ୍ରତିଦ୍ୱନ୍ଦିତା କରି ନିଜକୁ କିଭଳି ପ୍ରତିଷ୍ଠା କରିବ ବୋଲି ପ୍ରଶ୍ନ ଉଠିଛି। ଚଳିତବର୍ଷ ଦେଶର ଉତ୍ତର , ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଭାଗରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବା ସହ ସାଧାରଣ ଜୀବନଯାତ୍ରା ଅସହ୍ୟ କରିଦେଇଛି। ଗୁରୁବାର ସୁଦ୍ଧା ଆସିଥିବା ଏକ ସର୍ବଶେଷ ରିପୋର୍ଟ ଅନୁସାରେ ବିଶ୍ୱର ୧୦୦ଟି ଉତ୍ତପ୍ତ ସହର ମଧ୍ୟରୁ ୯୦ରୁ ଅଧିକ ସହର କେବଳ ଭାରତରେ ରହିଛି। ଉତ୍ତର ଭାରତର ଅନେକ ସହରର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଥିଲାବେଳେ କେତେକ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସଂସଦରେ ରଖିଥିବା ତଥ୍ୟ ଅନୁସାରେ ୨୦୨୩ରେ ସାରା ଦେଶରେ ୨୩୦ ଗ୍ରୀଷ୍ମ ପ୍ରବାହ ହୋଇଥିଲା। ଏହି ସଂଖ୍ୟା ୨୦୨୪ରେ ୫୫୪ରେ ପହଞ୍ଚିଥିଲାବେଳେ୨୦୨୫ରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଚଳିତବର୍ଷ ଗ୍ରୀଷ୍ମପ୍ରବାହ ସବୁ ଅତୀତ ରେକର୍ଡକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଭାରତ ଡାଟା ସେଣ୍ଟର ପ୍ରତିଷ୍ଠାକରି ଏଆଇ ଦିଗରେ କିଭଳି ଅଗ୍ରସର ହେବ ବୋଲି ପ୍ରଶ୍ନ ଉଠିଛି।

ଏବେ ଦେଶର ବିଭିନ୍ନ ଭାଗରେ ଡାଟା ସେଣ୍ଟର ଇକୋସିଷ୍ଟମ୍‌ର ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। କିନ୍ତୁ ଗ୍ରୀଷ୍ମକାଳରେ ଏହାକୁ ଶୀତଳ ରଖିବାକୁ ଯେଭଳି ବ୍ୟବସ୍ଥା କରିବାକୁ ପଡ଼ିବ ତାହା ଅତ୍ୟନ୍ତ ବ୍ୟୟବହୁଳ ହେବ। ଅର୍ଥାତ୍‌ ଡାଟା ସେଣ୍ଟରଗୁଡିକ ପାଇଁ ଅଧିକ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡ଼ବା ସହିତ ପର୍ଯ୍ୟାପ୍ତ ଜଳ ଏବଂ ପରିଚାଳନାଗତ ବ୍ୟୟ ମଧ୍ୟ ବଢିବ। ବର୍ତ୍ତମାନ ସୁଦ୍ଧା ଭାରତରେ କାର୍ଯ୍ୟ କରୁଥିବା ଡାଟା ସେଣ୍ଟରଗୁଡିକର ବିଦ୍ୟୁତ୍‌ ଚାହିଦା ୧୫୦୦ ମେଗାଓ୍ବାଟ୍‌ ରହିଥିଲାବେଳେ ୨୦୩୦ ସୁଦ୍ଧା ଏହା ୬.୫ ଜିଗାଓ୍ବାଟ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। କିନ୍ତୁ ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଙ୍କ ପରିଚାଳନାଗତ ବ୍ୟୟ ବୃଦ୍ଧି ଏବଂ ଅଧିକ ବିଦ୍ୟୁତ ଉପଯୋଗଜନିତ ଖର୍ଚ୍ଚ ବଢିଲେ ଭାରତରେ ନିବେଶ କରୁଥିବା କମ୍ପାନୀ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ କି ନା ତାହା ପ୍ରଶ୍ନବାଚୀ ହୋଇଛି।‘

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?