Posted inଜାତୀୟ

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ ଶିକ୍ଷକ ନିଯୁକ୍ତି ହରାଇବାକୁ ଯାଉଥିବାବେଳେ ସେମାନଙ୍କୁ ୧୨ ପ୍ରତିଶତ ସୁଧ ସହ ବେତନ ଫେରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏଭଳି ରାୟ ମମତା ବାନାର୍ଜୀ ସରକାରଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମମତା ବେଆଇନ କହିବା ସହ ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ଭାଜପା ନେତାମାନେ କେତେକ ନ୍ୟାୟିକ ନିଷ୍ପତ୍ତିକୁ ପ୍ରଭାବିତ କରୁଥିବା ମମତା ଅଭିଯୋଗ କରିଛନ୍ତି। ଯେଉଁମାନେ ନିଯୁକ୍ତି ହରାଇବାକୁ ଯାଉଛନ୍ତି, ଆମେ ସେମାନଙ୍କ ସହ ରହିଛୁ ଏବଂ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ ବୋଲି ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ଅବସରରେ ମମତା ପ୍ରତିଶ୍ରୁତି ଦେଇଛନ୍ତି।
୨୦୧୬ରେ ରାଜ୍ୟସ୍ତରୀୟ ଚୟନ ପରୀକ୍ଷାର ନିଯୁକ୍ତି ପ୍ରକ୍ରିୟା ବେଆଇନ ହୋଇଥିବାରୁ ସମସ୍ତ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ଜଷ୍ଟିସ ଦେବାଂଶୁ ବାସକ ଏବଂ ମହମ୍ମଦ ଶାବ୍ବରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ ଶିକ୍ଷକମାନଙ୍କୁ ୪ ସପ୍ତାହ ମଧ୍ୟରେ ବେତନ ଅର୍ଥ ଫେରାଇବାକୁ ହେବ। ଅର୍ଥ ଫେରାଇ ଆଣିବା ଦାୟିତ୍ୱ ହାଇକୋର୍ଟ ଜିଲାପାଳମାନଙ୍କୁ ଦେଇଛନ୍ତି। ତେବେ କ୍ୟାନ୍‌ସରରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିବା ସୋମା ଦାସ ନାମ୍ନୀ ଶିକ୍ଷକଙ୍କ ନିଯୁକ୍ତିକୁ ମାନବିକତା ଦୃଷ୍ଟିକୋଣରୁ କାଏମ ରଖିବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଖଣ୍ଡପୀଠ ନିଯୁକ୍ତି ପ୍ରକ୍ରିୟାର ଅଧିକ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେବା ସହ ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କହିଛନ୍ତି। ସାନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି)କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଡବ୍ଲ୍ୟୁବିଏସ୍‌ଏସ୍‌ସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାର କହିଛନ୍ତି।
ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୃକ୍ତ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ କେତେଜଣ ତୃଣମୂଳ କଂଗ୍ରେସ ନେତା, ପୂର୍ବତନ ଅଧିକାରୀ ଜେଲରେ ଅଛନ୍ତି। ଏକ ରାଲିକୁ ଉଦ୍‌ବୋଧନ ଦେବା ଅବସରରେ ମମତା କହିଛନ୍ତି, ଅଦାଲତ ରାୟକୁ ଭାଜପା ନେତାମାନେ ପ୍ରଭାବିତ କରୁଛନ୍ତି। ଏକ ରାଜନୈତିକ ବିସ୍ଫୋରଣ ହେବ ବୋଲି ଗତ ସପ୍ତାହରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପୂର୍ବାନୁମାନ କରିଥିଲେ ବୋଲି ମମତା କହିଛନ୍ତି। ତେବେ ୨୫ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ନିଯୁକ୍ତି ଛଡ଼ାଇନେଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା କ’ଣ ରାଜନୈତିକ ବିସ୍ଫୋରଣ କି ବୋଲି ଟିଏମ୍‌ସି ଅଧ୍ୟକ୍ଷା ପ୍ରଶ୍ନ କରିଛନ୍ତି। ଯଦି ସେମାନେ ପ୍ରଭାବ ପକାଇନାହାନ୍ତି, ତେବେ କୋର୍ଟ କ’ଣ ରାୟ ଦେବେ ତାହା ସେମାନେ ଜାଣିଲେ କିପରି ବୋଲି ମମତା ପ୍ରଶ୍ନ କରିଛନ୍ତି।
୨୦୧୬ରେ ରାଜ୍ୟସ୍ତରୀୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ୨୪,୬୪୦ ଖାଲି ପଦବୀ ପାଇଁ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଆଶାୟୀ ପରୀକ୍ଷା ଦେଇଥିଲେ। ୨୫,୭୫୩ ଜଣଙ୍କ ପାଖକୁ ନିଯୁକ୍ତିପତ୍ର ପଠାଯାଇଥିଲା। ଗତବର୍ଷ କାଲ୍‌କାଟା ହାଇକୋର୍ଟ ଡବ୍ଲ୍ୟୁବିଏସ୍‌ଏସ୍‌ସି ଦ୍ୱାରା ଗଠିତ ପ୍ୟାନେଲଗୁଡ଼ିକ ବାତିଲ କରିବା ସହ ୩୬,୦୦୦ ଅଣତାଲିମପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିକୁ ବାତିଲ କରିଥିଲେ। ପରେ ଏହି ସଂଖ୍ୟାକୁ ସଂଶୋଧନ କରାଯାଇ ୩୨,୦୦୦ କରାଯାଇଥିଲା। ଶିକ୍ଷକ ନିଯୁକ୍ତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ନିଜ ପଦବୀରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri