ଶୁଭିଲା ପ୍ରଚଣ୍ଡ ଶବ୍ଦ : ହଠାତ୍‌ ଘର କାନ୍ଥ ଫାଟି ଆଁ କରିଲା, ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ

ଆନନ୍ଦପୁର, ୨୩।୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲାରୁ ଲୁହାପଥର ଚାଲାଣ ପାଇଁ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଏମ୍ପ୍ରୋକନ ଠିକା ସଂସ୍ଥା ଦ୍ୱାରା ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ସ୍ଲରି ପାଇପ ବିଛାଇବା କାମ ଚାଲିଛି । ତେବେ ଘଷିପୁରା ଥାନା ଭାଲୁକୁମା ଅଞ୍ଚଳରେ ଗତକାଲି ଶୁକ୍ରବାର ପାଇପ ବିଛାଇବା ବେଳେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ଭୟଭୀତ ହୋଇ ଘରୁ ବାହାରକୁ ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ। ଅଭିଯୋଗ ଅନୁସାରେ ପାଇପ ବିଛାଇବା ସମୟରେ ହେଉଥିବା ଭାଇବ୍ରେସନ ଯୋଗୁ ଅନେକ ଲୋକଙ୍କ ଘର ଫାଟିଯାଉଛି ତ କାହା ଘରେ ପାଣି ପଶୁଛି । ସ୍ଥାନୀୟ ବାସିନ୍ଦା ଭଗବାନ ପଲେଇଙ୍କ ଘରର କାନ୍ଥ ଫାଟି ଆଁ କରିଛି । ଘରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ ପରିବାର ମଧ୍ୟରେ ଆତଙ୍କ ଖେଳିଯାଇଛି । ଯେକୌଣସି ସମୟରେ ବଡ଼ ଅଘଟଣ ଘଟିପାରେ ବୋଲି ସ୍ଥାନୀୟ ଲୋକେ ଭୟ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ନିୟମ ରହିଛି ପ୍ରାୟ ୩୦ ଫୁଟ ଗଭୀରରେ ସ୍ଲରି ପାଇପ ବିଛାଯିବା କଥା । କିନ୍ତୁ ଠିକା ସଂସ୍ଥା ପକ୍ଷରୁ ମାତ୍ର ୧୦ରୁ ୧୫ ଫୁଟ ଗଭୀରରେ କାମ କରାଯାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକେ କାମ ବନ୍ଦ କରିଦେଇଛନ୍ତି । ଅନ୍ୟପଟେ କ୍ଷତିଗ୍ରସ୍ତ ପରିବାରକୁ ଯଥୋଚିତ କ୍ଷତିପୂରଣ ଓ ସୁରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି ଗ୍ରାମବାସୀ । ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି ହୋଇଛି । ସ୍ଲରି ପାଇପ କାମରେ ଅବହେଳା ନା ନିୟମ ଉଲଂଘନ ? କାହାର ଭୁଲ ପାଇଁ ବିପଦ ମୁହାଁରେ ସାଧାରଣ ଲୋକଙ୍କ ଜୀବନ ? ଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦାଦାଗିରି ହେଉଥିବା ଅଭିଯୋଗ ହୋଇଛି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ପଦକ୍ଷେପ ଗ୍ରହଣ କରିବା ସହ ଘର ଫାଟିଥିବା ପରିବାରକୁ ସହାୟତା ଦେଉଛି । ନହେଲେ ଆଗକୁ ୨୦ ନମ୍ବର ରାଜରାସ୍ତା ଅବିରୋଧ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏହାକୁ ନେଇ ଭଗବାନ ପଲେଇ ଘଷିପୁରା ଥାନା, ଘଷିପୁରା ତହସିଲ, ଆନନ୍ଦପୁର ଉପଜିଲାପାଳଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?