Odisha Elections 2024

ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା

କପିଲ ଶର୍ମାଙ୍କର ନୂଆ କମେଡି ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ସହିତ ନେଟଫ୍ଲିକ୍ସରେ ଧମାଲ କରୁଛନ୍ତି। ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡରେ କ୍ରିକେଟ ଖେଳାଳି ରୋହିତ ଶର୍ମା ଏବଂ ଶ୍ରେୟସ ଆୟର୍‌ ଯୋଗ ଦେଇଥିଲେ। ଶୋ’ରେ ରୋହିତ ଶର୍ମା ୨୦୨୩ ବିଶ୍ୱକପ ଫାଇନାଲରେ ଭାରତର ପରାଜୟ କଥା ମନେପକାଇ ଭାବପ୍ରବଣ ହୋଇପହିଥିଲେ।
୨୦୨୩ ବିଶ୍ୱକପ ଫାଇନାଲକୁ ମନେ ପକାଇ ରୋହିତ କହିଛନ୍ତି, ମ୍ୟାଚର ଦୁଇ ଦିନ ପୂର୍ବରୁ ଆମ ଦଳ ଅହମ୍ମଦାବାଦରେ ଥିଲା ଏବଂ ଆମେ ମଧ୍ୟ ବହୁତ ଭଲ ଅଭ୍ୟାସ କରିଥିଲୁ। ଆମ ଦଳ ଭଲ ପ୍ରଦର୍ଶନ କରୁଥିଲା। ଫାଇନାଲ ଦିନ ମ୍ୟାଚ ଆରମ୍ଭ ହେଲା, ସେତେବେଳେ ଆମର ମଧ୍ୟ ଭଲ ଆରମ୍ଭ ହୋଇଥିଲା। ଶୁବମନ ଗିଲ ଶୀଘ୍ର ଆଉଟ୍‌ ହୋଇଥିଲେ କିନ୍ତୁ ପରେ ବିରାଟ କୋହଲି ଏବଂ ମୁଁ ଏକ ଭାଗିଦାରୀ ଗଠନ କରିଥିଲୁ। ଆମେ ନିଶ୍ଚିତ ଥିଲୁ ଯେ ଆମେ ଏକ ଭଲ ସ୍କୋର ପାଇବାକୁ ସମର୍ଥ ହେବୁ। କିନ୍ତୁ ଆମେ ତାହା କରିବାରେ ବିଫଳ ହୋଇଥିଲୁ।
ରୋହିତ ଶର୍ମାଙ୍କ କଥା ଶୁଣି ଶୋ’ର ଜଜ ଅର୍ଚ୍ଚନା ପୁରଣ ସିଂ ଠିଆ ହୋଇ ତାଙ୍କ ପାଇଁ କରତାଳି ଦେଇ କହିଥିଲେ ଯେ, ଆପଣ ବିଶ୍ୱକପ ଜିତିନାହାନ୍ତି ସତ, କିନ୍ତୁ ଆପଣ ସମସ୍ତ ଭାରତୀୟଙ୍କ ହୃଦୟ ଜିତିଛନ୍ତି। ତାଙ୍କ କଥା ଶୁଣିବା ପରେ ରୋହିତ ଶର୍ମା କୁହନ୍ତି, ମୁଁ ଅନୁଭବ କରୁଥିଲି, ଏହି ପରାଜୟ ପରେ ଲୋକମାନେ ଆମ ଉପରେ ରାଗିବେ, କିନ୍ତୁ ତାହା ହୋଇ ନ ଥିଲା। ସମସ୍ତେ ଆମକୁ ବହୁତ ଭଲପାଇବା ଏବଂ ସମ୍ମାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଙ୍ଗାଲୁରୁକୁ ଜିତାଇଲା ଧୋନୀଙ୍କ ଛକା, ଦୀନେଶ କାର୍ତ୍ତିକ କଲେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୯।୫: ଶନିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ହାସଲ କରି...

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri