ଜିଲା ଦୌରାଜଜଙ୍କ ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ: ଏହି ସବୁ ବ୍ୟବସ୍ଥା କରିବାକୁ ଅନୁରୋଧ କଲେ ଓକିଲ

ପୁରୁଷୋତ୍ତମପୁର,୨୯।୪ (ସବିତା ମିଶ୍ର) : ଗଞ୍ଜାମ ଜିଲା ଦୌରା ଜଜ ଅଶାନ୍ତ କୁମାର ଦାଶ ବୁଧବାର ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ କରିଛନ୍ତି । ଏହିଅବସରରେ ସେ ନୂତନ ଭାବରେ ନିର୍ମାଣାଧୀନ କୋର୍ଟ କୋଠାକୁ ପରିଦର୍ଶନ କରି କାର୍ଯ୍ୟମାନକୁ ପରଖିଥିଲେ। ଏହି ସମୟରେ ଓକିଲ ସଂଘ ଲାଗି ନିର୍ମାଣ କରାଯାଇଥିବା କୋଠାଟିରେ ଆବଶ୍ୟକୀୟ ବ୍ୟବସ୍ଥା ପରିଶ୍ରାଗାର,ଶୌଚାଳୟ ସହ ଓକିଲଙ୍କ ଫାଇଲପତ୍ର ରଖିବାଲାଗି ଲକର ଓ ବହିପତ୍ର ରଖିବାଲାଗି ମଧ୍ୟ କୌଣସି ସୁବିଧା କରାଯାଇନଥିବା ନେଇ ଓକିଲମାନେ ଜିଲାଜଜଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଏହାସହ ସରକାରଙ୍କ ନୂତନ ଭାରତୀୟ ନ୍ୟାୟ ସଂହିତା (ବିଏନଏନଏସ)ଆଇନ ପ୍ରକାରେ ଆସିଷ୍ଟାଣ୍ଟ ସେସନ କ୍ଷମତା ନଥିବା ହେତୁ ଏହିକୋର୍ଟର କେସ ମାନ ଛତ୍ରପୁର ଅତିରିକ୍ତ ଜିଲାଜଜଙ୍କ କୋର୍ଟକୁ ଟ୍ରାନ୍ସଫର ହୋଇ ଚାଲିଯାଇଛି। ଫଳରେ ଏହି ଅଞ୍ଚଳର ଲୋକେ ନ୍ୟାୟ ପାଇବାକୁ ୩୫ କିଲୋମିଟର ସୁଦୂର ଛତ୍ରପୁରକୁ ଦୌଡି ଅଧିକ ଖର୍ଚ୍ଚାନ୍ତ ହୋଇ ହଇରାଣ ହରକତ ହେଉଥିବାବେଳେ ଓକିଲମାନେ ମଧ୍ୟ ହଇରାଣ ହେବାରେ ଲାଗିଛନ୍ତି । ଏଣୁ ଏଠାରେ ଅତିରିକ୍ତ ଜିଲା ଦୌରାଜଜ କୋର୍ଟ ଖୋଲିବା ଲାଗି ନିବେଦନ କରିବା ସହ କ୍ୟାମ୍ପ କୋର୍ଟର ବ୍ୟବସ୍ଥା କରିବା ଲାଗି ଅନୁରୋଧ କରିଥିଲେ । ଓକିଲ ଅଭିଯୋଗକୁ ନେଇ ଜିଲା ଜଜ ପୂର୍ତ୍ତବିଭାଗିୟ ଯନ୍ତ୍ରୀଙ୍କୁ ନୂତନ ଓକିଲସଂଘକୋଠାରେ ଆବଶ୍ୟକିୟ ସୁବିଧାକରିବା ଲାଗି ପରାମର୍ଶ ଦେଇଥିଲେ । ଜିଲାଜଜଙ୍କ ଏହି ପରିଦର୍ଶନ ସମୟରେ ସିନିୟର ସିଭିଲଜଜ ସୁମିତା ଆଚାର୍ଯ୍ୟ, ଜେମଏଫସି ଅନନ୍ୟା ଅପର୍ମିତା, ପୂର୍ତ୍ତବିଭାଗିୟ ସହକାରୀଯନ୍ତ୍ରୀ ସନ୍ତୋଷକୁମାର ପରିଡା, କନିଷ୍ଠଯନ୍ତ୍ରୀ ସୋନିଆ ପ୍ରଧାନ,ଓକିଲସଂଘ ସଭାପତି ପ୍ରକାଶଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ରବିନ୍ଦ୍ରକୁମାର ସାହୁ, ବରିଷ୍ଠ ଓକିଲ ଗୌରୀଶଙ୍କର ରାଉଳ, ଉପେନ୍ଦ୍ର ପଣ୍ଡା,ସିମାଞ୍ଚଳ ମିଶ୍ର, କ୍ରୁଷ୍ଣଚନ୍ଦ୍ର ଗୌଡ,ପ୍ରଭାତକୁମାର ପଟ୍ଟନାୟକ, କେ. ଶଶାଙ୍କଶେଖର ରାଓଙ୍କ ସମେତ ବହୁ ଓକିଲ ଉପସ୍ଥିତଥିଲେ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri