Odisha Elections 2024
Posted inଖେଳ

ଡବ୍ଲୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଫେରିଲେ ଓସାକା

ପ୍ୟାରିସ,୧୨।୮(ଏଏଫ୍‌ପି)- ୟୁଏସ୍‌ ଓ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ନାଓମି ଓସାକା ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଫେରିିଛନ୍ତି। ୨୧ ବର୍ଷୀୟ ଜାପାନିଜ ଖେଳାଳି ଗତ ସପ୍ତାହରେ ରୋଜର୍ସ କପ କ୍ୱାର୍ଟର ଫାଇନାଲରେ ସେରେନା ଓ୍ବିଲିୟମ୍ସଙ୍କଠାରୁ ହାରିଯାଇଥିଲେ। ହେଲେ ପୂର୍ବତନ ନଂ ୧ ଖେଳାଳି ଆଶ୍‌ଲେ ବାର୍ଟି ଉକ୍ତ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ହାରିଥିବାବେଳେ କାରୋଲିନା ପ୍ଲିସ୍କୋଭା ଟରଣ୍ଟୋ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ। ଏଥିଯୋଗୁ ଓସାକା ଶୀର୍ଷ ସ୍ଥାନ ହାତେଇ ନେଇଛନ୍ତି। ନ୍ୟୁୟର୍କ ଓ ମେଲବୋର୍ନଠାରେ କ୍ରମାଗତ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଜିତିବା ପରେ ଚଳିତ ବର୍ଷ ଜାନୁୟାରୀରେ ସେ କ୍ୟାରିୟରରେ ପ୍ରଥମ ଥର ପାଇଁ ନଂ ୧ ମାନ୍ୟତା ପାଇଥିଲେ। ୭ ସପ୍ତାହ ପରେ ସେ ସ୍ଥାନ ହରାଇଥିଲେ। ଏହା ବ୍ୟତୀତ ଟପ୍‌ ୧୦ରେ ଆଉ ଏକ ପରିବର୍ତ୍ତନ ହୋଇଛି। ପୂର୍ବାପେକ୍ଷା ଓ୍ବିଲିୟମ୍ସ ଦୁଇ ସୋପାନ ଉପରକୁ ଉଠି ୮ମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

CSKର ପରାଜୟକୁ ହଜମ କରିପାରିଲେନି ରାୟୁଡୁ, ଅଧାରୁ ଛାଡିଲେ ମାଇକ…

ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ। ଏହି ଦଳ ପାଞ୍ଚ ଥର ଟାଇଟଲ ଜିତିଛି ଏବଂ ପ୍ଲେ ଅଫରେ ସର୍ବାଧିକ...

IPLରେ ମଧ୍ୟ ଆରକ୍ଷଣ ବ୍ୟବସ୍ଥା ହେଉ, କେବଳ ନାଁ ରଖିଦେବା ଦୁର୍ଭାଗ୍ୟର କଥା: କଂଗ୍ରେସ ନେତା କଲେ ଏଭଳି ଦାବି 

ନୂଆଦିଲ୍ଲୀ,୧୯।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ତମ ସିଜନ୍‌ ଏବେ ଅନ୍ତିମ ସୋପାନରେ ପହଞ୍ଚିଛି। କେଉଁ କେଉଁ ଟିମ୍‌ ପ୍ଲେ ଅଫ୍‌ ଖେଳିବ ତାହା ସ୍ପଷ୍ଟ ହୋଇଛି।...

”କହିଲା ପରେ ବି ଶୁଣିଲେନି”, ଷ୍ଟାର ସ୍ପୋର୍ଟସ ଉପରେ ବର୍ଷିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୯।୫: ନିକଟରେ ଏକ ଆଇପିଏଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି ଧାୱଲ କୁଲକର୍ଣ୍ଣି ଏବଂ ଅନ୍ୟମାନଙ୍କ ସହ ତାଙ୍କ କଥା ହେବାର ଅଡିଓ...

ହାରିବା ପରେ ଡ୍ରେସିଂ ରୁମ୍‌ରେ ଏକା ବସିଲେ ଧୋନୀ, କାହା ସହ ମିଳାଇଲେନି ହାତ,ଭାଇରାଲ ହେଉଛି ଭିଡିଓ…

ବେଙ୍ଗାଲୁରୁ,୧୯ା୫: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। କ୍ରମାଗତ ୬ଟି ମ୍ୟାଚ ଜିତି ବିରାଟ କୋହଲିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri