Posted inଖେଳ

ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଅନୁରାଗଙ୍କୁ ଭେଟିଲେ ବଜରଙ୍ଗ ଓ ସାକ୍ଷୀ

ନୂଆଦିଲ୍ଲୀ,୧୨ା୧୨: ସୋମବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି ଦୁଇ ଅଲିମ୍ପିକ୍ସ ପଦକ ବିଜେତା ରେସ୍‌ଲର ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ। ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନ ରହିଥିବା ବେଳେ ଏଥିରେ ସଞ୍ଜୟ ସିଂଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ନ ଦେବାକୁ ଉଭୟ କ୍ରୀଡାମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଡବ୍ଲ୍ୟୁଏଫ୍‌ଆଇର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆସିଥିବା ବେଳେ ବଜରଙ୍ଗ ଓ ସାକ୍ଷୀ ବିରୋଧ ପ୍ରଦର୍ଶନର ନେତୃତ୍ୱ ନେଇଥିଲେ। ଉତ୍ତର ପ୍ରଦେଶର କେଶରଗଞ୍ଜରୁ ଭାଜପା ଏମ୍‌ପି ରହିଥିବା ବ୍ରିଜ୍‌ଭୂଷଣ ଇସ୍ତଫା ପ୍ରଦାନ କରିଥିବା ବେଳେ ରେସ୍‌ଲରମାନେ ଯନ୍ତର ମନ୍ତରରେ ନିଜ ଧାରଣା ଜାରି ରଖିଥିଲେ। ତେବେ ବ୍ରିଜଭୂଷଣ କିମ୍ବା ତାଙ୍କ ପରିବାରର କାହାକୁ ନିର୍ବାଚନ ଲଢିବାକୁ ଦିଆଯିବ ନାହିଁ ବୋଲି କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଖେଳାଳି ମାନେ ଧାରଣାରୁ ଓହରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଦୌଡରେ ସଞ୍ଜୟ ସିଂ ଓ ଅନୀତା ଶେଓରାନ ରହିଛନ୍ତି। ଅନୀତା ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ବିଜୟୀ ଖେଳାଳି ରହିଥିବା ବେଳେ ସଞ୍ଜୟ ହେଉଛନ୍ତି ବ୍ରିଜ୍‌ଭୂଷଣଙ୍କ ପୂର୍ବତନ ସହଯୋଗୀ। ପୂର୍ବରୁ କ୍ରୀଡାମନ୍ତ୍ରୀ ଆମକୁ ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ଆମେ ଭେଟିଥିଲୁ ବୋଲି କହିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ। ସଞ୍ଜୟ ସିଂ ଏହି ନିର୍ବାଚନ ଲଢୁଥିବା ବେଳେ ସେ ବ୍ରିଜ୍‌ଭୂଷଣଙ୍କ ଜଣେ ପୂର୍ବତନ ସହଯୋଗୀ। ଅନ୍ୟ ପକ୍ଷରେ ଅନୀତା ଜଣେ ପୂର୍ବତନ ରେସ୍‌ଲର ହୋଇଥିବାରୁ ତାଙ୍କ ପ୍ରତି ଆମର ସମର୍ଥନ ରହିଛି। ସେ ନିଜେ ଜଣେ ଆଥଲେଟ ଭାବରେ ଖେଳାଳିଙ୍କ ଦୁଃଖ ବୁଝିବାରେ ସମର୍ଥ ହେବେ।
ଜଣେ ପୂର୍ବତନ ରେସ୍‌ଲର ଏହି ଦାୟିତ୍ୱ ନେଲେ ଆମେ ଖୁସି ହେବୁ। ଅନୀତା ଦେଶ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତି ସାରିଛନ୍ତି। ତେଣୁ ସେ ପଦକ ବିଜୟ ପଛର ପରିଶ୍ରମ ସମ୍ପର୍କରେ ଅବଗତ। ପ୍ରଥମ ମହିଳା ଭାବେ ସେ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଦୌଡରେ ରହିଥିବା ଅନୀତା ଯୌନ ଶୋଷଣ ମାମଲାର ଅନ୍ୟତମ ସାକ୍ଷୀ ଅଟନ୍ତି। ଯୌନ ଶୋଷଣ ମାମଲାରୁ ଜାମିନରେ ଆସିଥିବା ବ୍ରିଜ୍‌ଭୂଷଣ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଭାବେ ୧୨ ବର୍ଷ ପୂରଣ କରି ସାରିଥିବା ବେଳେ ସେ ଆଉଥରେ ନିର୍ବାଚନ ଲଢି ପାରିବେ ନାହିଁ। ବ୍ରିଜ୍‌ଭୂଷଣଙ୍କ ପୁଅ କରଣ ସିଂ ଉତ୍ତରପ୍ରଦେଶ ରେସଲିଂ ଫେଡେରେଶନର ଉପସଭାପତି ରହିଥିବା ବେଳେ ଜ୍ୱାଇଁ ବିଶାଲ ସିଂ ବିହାର ରେସଲିଂ ଫେଡେରେଶନର ସଭାପତି ରହିଛନ୍ତି। ତେବେ ଖେଳାଳିଙ୍କ ଆପତ୍ତି ପରେ ଉଭୟ ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri