ଗଞ୍ଜାମ ଏନ୍‌ଏସିର ଠିକଣା ବଦଳିଲା, ଏଣିକି ନୂଆ ପରିଚୟ ହେଉଛି…

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ ଏବେ ଖାଁ ଖାଁ। ବର୍ତ୍ତମାନ ଗଞ୍ଜାମ ଏନ୍‌ଏସିର ନୂଆ ପରିଚୟ ଏବେ କଲ୍ୟାଣ ମଣ୍ଡପ। ଗତ ଅକ୍ଷୟ ତୃତୀୟାରୁ କଲ୍ୟାଣ ମଣ୍ଡପରେ ପୂଜାର୍ଚ୍ଚନା କରାଯିବା ପରେ ବିଧିବଦ୍ଧ ଭାବେ ଅଫିସ କାର୍ଯ୍ୟ ଆରମ୍ଭ ହୋଇଥିବା ଏନ୍‌ଏସି ସିଏମ୍‌ଏମ ଅଞ୍ଜଳି ପାଢ଼ୀ ସୂଚନା ଦେଇଛନ୍ତି। ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ କୋଠାଗୁଡ଼ିକ ଭଗ୍ନ ଅବସ୍ଥାରେ ଥିବା ହେତୁ ସେଗୁଡ଼ିକୁ ଭାଙ୍ଗି ନୂତନ କୋଠା ନିର୍ମାଣ ହେବ ବୋଲି ସିଏମ୍‌ଏମ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି। ଏନ୍‌ଏସି ପୁରୁଣା ଗୃହଗୁଡ଼ିକ ଭାଙ୍ଗି ସେଠାରେ ନୂତନ ବିଲଡିଂ ନିର୍ମାଣ କରାଯିବା ନେଇ ପୂର୍ବରୁ ଏନ୍‌ଏସି କାଉନସିଲର ବୈଠକରେ ପ୍ରସ୍ତାବ ଦିଆଯିବା ଏବଂ ତାହା ମଞ୍ଜୁର ହୋଇଥିଲା। ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ମୋଟ୍‌  ୬ କୋଟି ବ୍ୟୟ ଅଟକଳ ହୋଇଛି । ପ୍ରଥମ ପର୍ଯ୍ୟାୟରେ ତିନି କୋଟି ଏବଂ ପରବର୍ତ୍ତୀ ସମୟରେ ଆଉ ତିନି କୋଟି ବ୍ୟୟ ବରାଦରେ ଅନୁସାଙ୍ଗିକ ବ୍ୟବସ୍ଥା ସହ ଅତ୍ୟାଧୁନିକ ଗୃହ ନିର୍ମାଣ ହେବ ବୋଲି ଏନ୍‌ଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ ସୂଚନା ଦେଇଛନ୍ତି। ସହରବାସୀଙ୍କ ଅବଗତି ନିମନ୍ତେ କଲ୍ୟାଣ ମଣ୍ଡପରେ ଅଫିସ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ହୋଡିଂ ଲଗାଯିବ ବୋଲି ଏନ୍‌ଏସି ପକ୍ଷରୁ କୁହାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମାନବ ଚାଲାଣ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ’

ଭଞ୍ଜନଗର,୩୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ…

ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri