କେନାଲ ପାଣି ବନ୍ଦ ଘୋଷଣା, ଚାଷୀଙ୍କୁ ଫସଲ ରକ୍ଷା ଚିନ୍ତା

ବରଗଡ଼/ଭେଡ଼େନ,୨୭।୪(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ): ବରଗଡ଼ ମୁଖ୍ୟ କେନାଲ ସେଚାଞ୍ଚଳ ଚାଷୀଙ୍କ ଜୀବନ ରେଖା। ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ଏହି କେନାଲ ଉପରେ କେବଳ ବରଗଡ଼ ନୁହେଁ, ପଡ଼ୋଶୀ ସୋନପୁର ଏବଂ ବଲାଙ୍ଗୀର ଜିଲାର ଆଂଶିକ ଚାଷୀ ନିର୍ଭର କରିଥାନ୍ତି। କେନାଲ ପାଣି ଜମିକୁ ମଡ଼ାଇ ଧାନ ଏବଂ ଅଣଧାନ ଫସଲ କରିଥାନ୍ତି। ଏଥର ରବି ଧାନ ଫସଲ ଭଲ ହୋଇଥିଲା। କିନ୍ତୁ କାଳବୈଶାଖୀ ପ୍ରଭାବରେ କେତେକାଂଶରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ବାକି ଫସଲରୁ ଭଲ ଅମଳ ପାଇଁ ଚାଷୀମାନେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଫସଲର ଯତ୍ନ ନେବା ସହିତ ଖରାତାତି ସହି ନିୟମିତ ଦେଖାରଖା କରୁଛନ୍ତି। କେତେକାଂଶରେ ଧାନ ଫସଲ ପ୍ରାୟତଃ ଅମଳକ୍ଷମ ଅବସ୍ଥାକୁ ଆସି ଯାଇଛି। ହେଲେ ଅନେକାଂଶରେ ଫସଲ ଏବେ ମଧ୍ୟ ଗର୍ଭ ଅବସ୍ଥାରେ ରହିଛି।

ମୁଖ୍ୟତଃ କେନାଲ ତଳିମୁଣ୍ଡରେ ଧାନ ଏଭଳି ଅବସ୍ଥାରେ ରହିଥିବାବେଳେ ଅମଳକ୍ଷମ ଅବସ୍ଥାକୁ ଆସିବା ପାଇଁ ଆଉ ପାଖାପାଖି ୨ସପ୍ତାହ ସମୟ ଲାଗିବ। କିନ୍ତୁ ଆସନ୍ତା ୩୦ତାରିଖ ସନ୍ଧ୍ୟା ୫ଟାରୁ କେନାଲ ପାଣି ଯୋଗାଣ ବନ୍ଦ ରହିବ ବୋଲି କେନାଲ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଦୀର୍ଘ ୨ମାସ ଧରି ପାଣି ଯୋଗାଣ ବନ୍ଦ ରଖିବାକୁ କେନାଲ ବିଭାଗ ନିଷ୍ପତ୍ତି ନେଇଛି। ଏହି ସୂଚନା ପାଇବା ପରେ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ପଡ଼ିଛି। ଏଭଳି ହେଲେ ଗୋଟିଏ ପଟେ ଆଗାମୀ ଖରିଫ ଧାନ ଚାଷକାର୍ଯ୍ୟ ବିଳମ୍ବିତ ହେବ, ତାହା ସ୍ପଷ୍ଟ ହୋଇ ଯାଇଛି। କିନ୍ତୁ ଏବେ ରବି ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସି ନ ଥିବାରୁ ସେହି ଫସଲକୁ କିଭଳି ରକ୍ଷା କରି ଅମଳ କରିବେ, କେନାଲ ତଳିମୁଣ୍ଡ ଚାଷୀଙ୍କୁ ମୁଖ୍ୟତଃ ସେହି ଚିନ୍ତା ଘାରି ବସିଛି।
ଉଦେପୁରର ଚାଷୀ ବିଲ୍‌କୁଲ୍‌ ଭରତ ମହାପାତ୍ରଙ୍କ କହିବା ଅନୁସାରେ, ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ୪ ଏକର ଏବଂ କେନାଲ ପାଣି ଦ୍ୱାରା ୩ ଏକର ଜମିରେ ଧାନ ଫସଲ କରିଛି। ଆକାଶଗଙ୍ଗା କିସମର ବିହନରେ ସେହି ଫସଲ କରିଛି। ଫସଲ ତ ଏବେ ଭଲ ରହିଛି। ହେଲେ ୩୦ତାରିଖରୁ କେନାଲ ପାଣି ବନ୍ଦ ହୋଇଗଲେ ମୋର ୩ଏକର ଧାନ ଫସଲରୁ ବିଲକୁଲ ଅମଳ ହୋଇପାରିବ ନାହିଁ।
ସେହିପରି ଉଦେପୁରର ଚାଷୀ ଗିରି ଗୋବର୍ଦ୍ଧନ ଭୋଇ କହିଛନ୍ତି ଯେ, ୨ଏକର ଜମିରେ ଧାନଚାଷ କରିଛି। ତାହା କେନାଲ ପାଣି ଦ୍ୱାରା ହୋଇଛି। ଧାନ ଏବେ ଗର୍ଭଣୀ ଅବସ୍ଥାକୁ ମଧ୍ୟ ଆସି ନାହିଁ। ଧାନଚାଷ ବ୍ୟତୀତ ଆଉ ଅନ୍ୟକିଛି ଜୀବିକା ନାହିଁ। ସେଥିରୁ ଅମଳ ଧାନ ବିକ୍ରିବଟା କରି ପରିବାର ଗୁଜୁରାଣ ମେଣ୍ଟାଇଥାଏ। କେନାଲ ପାଣି ବନ୍ଦ ହୋଇଗଲେ ସବୁ ଫସଲ ଉଜୁଡ଼ି ଯିବ ଏବଂ ପରିବାର ପ୍ରତିପୋଷଣ ମଧ୍ୟ କଷ୍ଟସାଧ୍ୟ ହୋଇ ପଡ଼ିବ।

ଅନ୍ୟପଟେ ଆମ ଅଞ୍ଚଳରେ ଉଭୟ ଉଠା ଜଳସେଚନ ପ୍ରକଳ୍ପ ଏବଂ କେନାଲ ପାଣି ଦ୍ୱାରା ଚାଷକାର୍ଯ୍ୟ କରିଥାଉ। କେନାଲ ପାଣି ଆମ ଅଞ୍ଚଳକୁ ବିଳମ୍ବରେ ଏବଂ କମ୍‌ ପରିମାଣରେ ଆସିଥାଏ। ଫଳରେ ବିଳମ୍ବରେ ଚାଷକାର୍ଯ୍ୟ ହୋଇଥାଏ। ସେଥିପାଇଁ ଅମଳ ମଧ୍ୟ ବିଳମ୍ବିତ ହୋଇପଡ଼େ। ଏବେ କେନାଲ ପାଣି ବନ୍ଦ ହୋଇଗଲେ ଅଞ୍ଚଳର ୨୦୦ ଏକରରୁ ଊଦ୍ଧର୍‌ବ ଜମିର ଧାନ ଫସଲ ଧୂଳିସାତ୍‌ ହୋଇଯିବ ବୋଲି ଚଷୀ ପଦ୍ମନାଭ ପୁରୋହିତ କହିଛନ୍ତି ।

କ୍ଷୀରୋଦ ପ୍ରଧାନଙ୍କ କହିବା ଅନୁସାରେ, କେନାଲ ପାଣି ଉପରେ ନିର୍ଭର କରୁ। ୧୦ଏକର ଜମିରେ ଏଥର ଧାନଚାଷ କରିଛି। ସେଥିମଧ୍ୟରୁ କେତେକ ଗର୍ଭଣୀ ଅବସ୍ଥାକୁ ଆସିଛି ତ ଆଉକିଛି ଗର୍ଭଣୀ ଅବସ୍ଥାକୁ ମଧ୍ୟ ଆସି ନାହିଁ। ଧାନ ଏଭଳି ଅବସ୍ଥାରେ ଥିବାବେଳେ ପର୍ଯ୍ୟାପ୍ତ ପାଣି ଦରକାର। ଏଭଳି ସମୟରେ କେନାଲ ପାଣି ବନ୍ଦ କରାଯିବା ଠିକ୍‌ ନୁହେଁ। ଅତିକମ୍‌ରେ ଆଉ ୨ସପ୍ତାହ କେନାଲ ପାଣି ଛଡ଼ାଯାଉ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?