Posted inଖେଳ

ଚିନ୍ତା ବଢ଼ାଇଲାଣି ବୈଭବଙ୍କ ସ୍ବାସ୍ଥ୍ୟାବସ୍ଥା, ବନ୍ଧୁଙ୍କ ଭଳି ଆଇପିଏଲ୍‌ରୁ ହୋଇଯିବେ ବାହାର?

ଜୟପୁର,୨୬।୪: ମାତ୍ର ୧୩ ବର୍ଷ ବୟସରେ IPL ନିଲାମୀରେ ଇତିହାସ ରଚିଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ମାତ୍ର ୩୬ ବଲରେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିବା ଏହି ବ୍ୟାଟରଙ୍କୁ କାନ୍ଧରେ ବୋହି ପଡ଼ିଆ ବାହାରକୁ ନିଆଯାଇଥିଲା, ଯାହାପରେ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି।

ରାଜସ୍ଥାନ ରୟାଲ୍ସ (RR) ପକ୍ଷରୁ ଖେଳୁଥିବା ବୈଭବଙ୍କୁ ଏହି ଆଘାତ SRH ଇନିଂସର ତୃତୀୟ ଓଭରରେ ଲାଗିଥିଲା। ଇଶାନ କିଷାନଙ୍କ ଏକ ସଟ୍‌କୁ ରୋକିବାକୁ ଚେଷ୍ଟା କଲାବେଳେ ତାଙ୍କର ହ୍ୟାମଷ୍ଟ୍ରିଙ୍ଗ (Hamstring) ଟାଣି ହୋଇଯାଇଥିଲା। ଯନ୍ତ୍ରଣାରେ ସେ ପଡ଼ିଆରେ ବସି ପଡ଼ିଥିଲେ ଏବଂ ଚାଲିବାକୁ ଅସମର୍ଥ ହେବାରୁ ଫିଜିଓଙ୍କ ସାହାଯ୍ୟରେ ବାହାରକୁ ଯାଇଥିଲେ।


ବୈଭବଙ୍କ ସାଙ୍ଗ ତଥା CSK ଖେଳାଳି ଆୟୁଷ ମ୍ହାତ୍ରେ ମଧ୍ୟ ସମାନ ଭାବେ SRH ବିପକ୍ଷ ମ୍ୟାଚରେ ହ୍ୟାମଷ୍ଟ୍ରିଙ୍ଗ ଇଞ୍ଜୁରିର ଶିକାର ହୋଇ IPL ୨୦୨୬ ରୁ ବାହାର ହୋଇସାରିଛନ୍ତି। ବର୍ତ୍ତମାନ ବୈଭବଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି, ଯାହା ଫଳରେ ସେ ଟୁର୍ନାମେଣ୍ଟରୁ ବାହାରିଯିବେ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜସ୍ଥାନ ରୟାଲ୍ସର ବ୍ୟାଟିଂ କୋଚ ବିକ୍ରମ ରାଠୋର ବୈଭବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ, ଆଘାତ ବହୁତ ଗୁରୁତର ଜଣାପଡ଼ୁନାହିଁ। ପ୍ରାଥମିକ ଚିକିତ୍ସା ପରେ ବୈଭବ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛନ୍ତି। ଆଗାମୀ ୧-୨ ଦିନ ମଧ୍ୟରେ ସ୍କାନ ରିପୋର୍ଟ ଆସିବା ପରେ ପ୍ରକୃତ ସ୍ଥିତି ଜଣାପଡ଼ିବ।

ତେବେ ମ୍ୟାଚ ଶେଷ ହେବା ପରେ ବୈଭବ ପଡ଼ିଆରେ ହାଇଦ୍ରାବାଦ ଖେଳାଳିଙ୍କ ସହ ହାତ ମିଳାଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁହଁରେ ହସ ଦେଖି ଅନୁମାନ କରାଯାଉଛି ଯେ, ସେ ଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରିବେ ଏବଂ ଆୟୁଷଙ୍କ ଭଳି ତାଙ୍କୁ ଆଇପିଏଲ ଅଧାରୁ ଛାଡ଼ିବାକୁ ପଡ଼ିବ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ଚିକିତ୍ସା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ! ସାକ୍ଷୀଗୋପାଳ ଡାକ୍ତରଖାନାରେ ଉତ୍ତେଜନା, ଅବହେଳାରୁ…

ସାକ୍ଷୀଗୋପାଳ,୨୮। ୪ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀଙ୍କର ମଙ୍ଗଳବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

‘ ବୁଢ଼ୀ ଠାକୁରାଣୀଙ୍କ  ଯାତ୍ରା ମହୋତ୍ସବ : ଆଗାମୀ ୨ ବର୍ଷ ପାଇଁ ମା ‘ଙ୍କୁ ମେଲାଣି

ଦିଗପହଣ୍ଡି,୨୮|୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଚୈତ୍ର ଶୁକ୍ଳ ନବମୀ ତିଥି ଗତ ମାର୍ଚ୍ଚ ୨୭ ତାରିଖରୁ ୧ ମାସ…

ସରପଞ୍ଚଙ୍କ ତତ୍ତ୍ୱାବଧାନରେ ପରିବେଶର ସୁରକ୍ଷା

ପୁରୁଷୋତ୍ତମପୁର,୨୮ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା ଓ ପରିମଳ ସଚ୍ଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସରପଞ୍ଚ ରାଜଲକ୍ଷ୍ମୀ ବେହେରାଙ୍କ ତତ୍ତ୍ୱାବଧାନରେ…

ଭଞ୍ଜନଗରରେ ଝଡ ତୋଫାନ ସହ ପ୍ରବଳ ବର୍ଷା: ଭାଙ୍ଗିଲା ଗଛ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର,୨୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୧ ଟା ରୁ ୪ ଟା ପର୍ଯ୍ୟନ୍ତ ଝଡ଼ତୋଫାନ ସହ ମଝିରେ ମଝିରେ ତୁହାକୁ ତୁହା…

HDFC ୟୁଜର୍ସ ସାବଧାନ! ମେ ୧୫ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୨୮।୪: HDFC ବ୍ୟାଙ୍କ ଏହାର Regalia Gold କ୍ରେଡିଟ କାର୍ଡର ରିଓ଼୍ବାର୍ଡ ଗଠନ ଏବଂ ଯାତ୍ରା ଲାଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ନୂତନ ନିୟମଗୁଡ଼ିକ…

ବିଳମ୍ବରେ ରାତିରେ ଶୋଇବା ଅର୍ଥାତ୍‌ ମୃତ୍ୟୁକୁ ନିମନ୍ତ୍ରଣ କରିବା, ଆପଣ ଏହି ୫ ଗମ୍ଭୀର ରୋଗର ହୋଇପାରନ୍ତି ଶିକାର

ଆଜିକାଲିର ଦ୍ରୁତ ଗତିରେ ଜୀବନରେ, ଲୋକମାନେ ପ୍ରାୟତଃ ରାତି ୧୦ଟା ପରେ ମଧ୍ୟ ଘଣ୍ଟା ଘଣ୍ଟା ଫୋନରେ ଏବଂ କାମରେ ବିତାଇ ଦିଅନ୍ତି। କିନ୍ତୁ ଆପଣ କ’ଣ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

ବାହାଘର ଭୋଜି ଖାଇ ଫେରୁଥିଲେ ହଠାତ୍‌ ଓଲଟିଲା ପିକ୍‌ଅପ: ଚାଲିଗଲା ୩ ନିରୀହ ଶିଶୁଙ୍କ ଜୀବନ, ମରଣ ସହ ଲଢ଼ୁଛନ୍ତି ଆଉ ୩

ବଲାଙ୍ଗୀର/ଟିଟଲାଗଡ,୨୮।୪(ସୁନିଲ ମହାନ୍ତି, ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ମାରଲାଡ ବ୍ରିଜ ନିକଟରେ ମଙ୍ଗଳବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପିକଅପ ଭାରସାମ୍ୟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri