ଆମେରିକା-ଇରାନ ଶାନ୍ତି ଆଶା ମଉଳିଲା: ପ୍ରତିନିଧି ପଠାଇବା ନିଷ୍ପତ୍ତି ସ୍ଥଗିତ ରଖିଲେ ଟ୍ରମ୍ପ୍

ଇସ୍‌ଲାମାବାଦ/ଓ୍ବାଶିଂଟନ,୨୬ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ଭାବେ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶ୍‌ନେର ଇରାନ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯିବେନାହିଁ ବୋଲି ସେ କହିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଆଶା ମଉଳିଯାଇଛି। ଉଭୟ ଦେଶ ଅଟକି ରହିଥିବା ଆଲୋଚନାକୁ ପୁନର୍ବାର ଆରମ୍ଭ କରିବା ଦିଗରେ ଉଦ୍ୟମ କରିଥିଲେ ମଧ୍ୟ ନିଜ ନିଜର କଠୋର ନିଷ୍ପତ୍ତିରୁ ନରମିବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରାଘଚି ଆଲୋଚନା ପାଇଁ ପାକିସ୍ତାନ ଆସିଥିଲେ ମଧ୍ୟ ଶନିବାର ସନ୍ଧ୍ୟାରେ ମଧ୍ୟପ୍ରାଚ୍ୟକୁ ଫେରିଯାଇଛନ୍ତି।
ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଅସ୍ତ୍ରବିରତି ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଯୁଦ୍ଧ ବନ୍ଦ କରିବା ନେଇ କୌଣସି ଚୁକ୍ତିନାମାରେ ଉଭୟ ଦେଶ ପହଞ୍ଚି ପାରିନାହାନ୍ତି। ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ଅନେକ ହଜାର ଲୋକଙ୍କ ଜୀବନ ଯିବା ସହ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି ଏବଂ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇଛି। ବିଶ୍ୱର ୨୦ ପ୍ରତିଶତ ଇନ୍ଧନ ପରିବହନର ମୁଖ୍ୟ ସାମୁଦ୍ରିକ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ତେହରାନ୍‌ ବନ୍ଦ କରିଦେଇଥିବାବେଳେ ଓ୍ବାଶିଂଟନ ଇରାନର ପୋର୍ଟଗୁଡ଼ିକୁ ଅବରୋଧ କରି ରଖିଛି। ଆମେରିକା ଅବରୋଧ ହଟାଉ ବୋଲି ଇରାନ ଦାବି କରିଛି। ଧମକ କିମ୍ବା ବ୍ଲାକ୍‌ମେଲ୍‌ ଦ୍ୱାରା ଜବରଦସ୍ତ ବୁଝାମଣାରେ ତେହରାନ୍‌ ପଶିବ ନାହିଁ ବୋଲି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍‌କିଆନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଫୋନ୍‌ରେ କହିଛନ୍ତି। ଆଲୋଚନାକାରୀମାନେ ସମାଧାନ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରିବା ପୂର୍ବରୁ ଆମେରିକା ସାମୁଦ୍ରିକ ଅବରୋଧ ଓ ଅନ୍ୟାନ୍ୟ କଟକଣା ପ୍ରଥମେ ହଟାଇବା ଦରକାର ବୋଲି ପେଜେଶ୍‌କିଆନ୍‌ କହିଛନ୍ତି।
ଅରାଘଚି ଇସ୍‌ଲାମାବାଦରୁ ଅନ୍ୟତମ ମଧ୍ୟସ୍ଥ ରାଷ୍ଟ୍ର ଓମାନ୍‌ ଯାଇଥିବାବେଳେ ପରେ ସେ ରୁଷିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଓମାନ୍‌ରେ ସେ ଦେଶର ନେତା ହାଇଥାମ୍‌ ବିନ୍‌ ତାରିକ୍‌ ଅଲ୍‌-ସଏଦଙ୍କ ସହ ଯୁଦ୍ଧ ବନ୍ଦ ନେଇ ଆଲୋଚନା କରିବେ ବୋଲି ସେଠାର ସରକାରୀ ଗଣମାଧ୍ୟମ କହିଛି। ଅନ୍ୟପକ୍ଷରେ କୂଟନୈତିକ ଗସ୍ତ ସ୍ଥଗିତ ରହିବା ପରେ ଟ୍ରମ୍ପ୍‌ କହିଛନ୍ତି, ଇରାନ ଅନେକ ପ୍ରସ୍ତାବ ଦେଇଛି, କିନ୍ତୁ ଯଥେଷ୍ଟ ନୁହେଁ। ଇରାନର ନେତାମାନଙ୍କ ମଧ୍ୟରେ ମତଭେଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ଟ୍ରମ୍ପ୍‌ ଟ୍ରୁଥ୍‌ ସୋସିଆଲ୍‌ରେ ଲେଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?