ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ୫ ଦିନ ବିତିଲା, ହାତବାନ୍ଧି ବସିଛି ପୋଲିସ

ଦେବଗଡ଼,୨୨ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାରେ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ସପୋର୍ଟର ଜଣେ ଅନାଥ ନାବାଳିକା ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାର ୫ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାବାରେ ବିଫଳ ହୋଇଛି। ଏପରିକି ଚର୍ଚ୍ଚା ହେଉଛି କି ଅଭିଯୁକ୍ତଙ୍କୁ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ଆବେଦନ ପାଇଁ ସୁଯୋଗ ଦେଉଛି ପୋଲିସ। ତେଣୁ ଏପରି ସାଂଘାତିକ ଘଟଣାରେ ପୋଲିସ ହାତ ଖାଲି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଜୋର୍‌ଦାର ସମାଲୋଚନା ହେଉଛି। ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରି ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିବା ସହ ପୋଲିସ ଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି।

ସୂଚନାଥାଉକି, ପ୍ରତ୍ୟେକ ବର୍ଷ ମାଟ୍ରିକ ପାସ୍‌ ପରେ ଶିଶୁ ଗୃହର ଅନ୍ତେବାସୀମାନେ ବାରକୋଟସ୍ଥିତ ସରକାରୀ ଆଇଟିଆଇରେ ବୈଷୟିକ ଶିକ୍ଷା ପାଇଁ ନାମ ଲେଖ।ନ୍ତି। ପ୍ରତ୍ୟେକ ବର୍ଷ ଭଳି ଗତବର୍ଷ ମଧ୍ୟ ଶିଶୁଗୃହ ସପୋର୍ଟର କେତେ ଜଣ ଅନ୍ତେବାସୀ ଏହି ଆଇଟିଆଇ ବା ବୈଷୟିକ ସଂସ୍ଥାରେ ପାଠ ପଢିବା ପାଇଁ ନାମ ଲେଖାଇଥିଲେ। ଏହି ପିଲାମାନେ ବାରକୋଟସ୍ଥିତ ସରକାରୀ ଆଇଟିଆଇର ହଷ୍ଟେଲରେ ରୁହନ୍ତି ଓ ଛୁଟି ହେଲେ ପୁଣି ଶିଶୁ ଗୃହକୁ ଫେରନ୍ତି। କାରଣ ଶିଶୁ ଗୃହର ପରିଚାଳକ ସେମାନଙ୍କ ସ୍ଥାନୀୟ ଅଭିଭାବକ ଭାବେ ତାଙ୍କ ଦାୟିତ୍ୱରେ ରହିଥାନ୍ତି। ଛୁଟି ସରିଲା ପରେ ପିଲାମାନେ ପୁଣି ଆଇଟିଆଇ ହଷ୍ଟେଲକୁ ପାଠ ପଢିବା ପାଇଁ ଫେରିଯାଆନ୍ତି। ଏହି କ୍ରମରେ ଏବେ ଛୁଟିରେ ଶିଶୁ ଗୃହକୁ ଫେରିଥିବା ଜଣେ ନାବାଳିକାଙ୍କ ପାଖରେ ଦାମୀ ଉପହାର, ଟଙ୍କା ଓ ମୋବାଇଲ ଥିବାର ଦେଖିବାକୁ ମିଳିଥିଲା। ଏପରିକି ଅନଲାଇନ୍‌ରେ ତାଙ୍କ ପାଖକୁ ଉପହାର ମଧ୍ୟ ଆସିଥିଲା। ଏହି ଘଟଣା ସମ୍ପର୍କରେ ଶିଶୁଗୃହର ଶିଶୁ ମଙ୍ଗଳ ଅଧିକାରିଣୀ ସତ୍ୟପ୍ରିୟା ପ୍ରଧାନ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଦୃଷ୍ଟିକୁ ଆଣିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଗୃହର କାଉନ୍‌ସିଲର ସୁଭଦ୍ରା ସାହୁ ପିଲାକୁ ବାରମ୍ବାର ପଚାରି ତଦନ୍ତ ରିପୋର୍ଟ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଯୌନ ନିର୍ଯାତନାର ଶିକାର ହୋଇଥିବା ପିଲାର ଅଭିଯୋଗ କି ସରକାରୀ ଆଇଟିଆଇର ପ୍ରିନ୍ସିପାଲ ଗତ ଏକ ମାସ ଧରି ପିଲାର ଅନିଚ୍ଛା ସତ୍ତ୍ୱେ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଛନ୍ତି। ଅନ୍ୟ ଛାତ୍ରୀଛାତ୍ର ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ହଷ୍ଟେଲ ଓ୍ବାର୍ଡେନ ଏହି ନାବାଳିକାଙ୍କୁ ପ୍ରିନ୍ସିପାଲ ସାରଙ୍କ ରୁମ୍‌କୁ ଖାଇବା ନେଇକି ପରଷିବା ପାଇଁ ବାଧ୍ୟ କରନ୍ତି। ଏପରି କି ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ରୁମ୍‌ରେ ଝାଡୁପୋଛା, ଫୁଲ ତୋଳି ଆଣିଦେବା, ହାତଗୋଡ଼ ଘଷିବା ଇତ୍ୟାଦି କାମ ପାଇଁ ବାଧ୍ୟ କରନ୍ତି। ଏପରିକି ମାସିକ ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି। ପିଲାର ମନ ଭୁଲାଇବା ପାଇଁ ନିଜ କାରରେ ଅଧ୍ୟକ୍ଷ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଗୁପ୍‌ଚୁପ, ଚାଓମିନ୍‌ ଆଇସକ୍ରିମ  ଖୁଆନ୍ତି ଓ ଦାମୀ ଉପହାର ମଧ୍ୟ ଦିଅନ୍ତି। ଗତ ଏକ ମାସ ହେଲା ଜୋର ଜବରଦସ୍ତି ନାବାଳିକା ଛାତ୍ରୀ ସହ ଅନୁଷ୍ଠାନର ପ୍ରିନ୍ସିପାଲ ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଇ ଆସୁଛନ୍ତି ବୋଲି ନାବାଳିକା ଅଭିଯୋଗ ଆଣିଛନ୍ତି।

ବାରକୋଟ ପୋଲିସ ପକ୍ଷରୁ କେସ୍‌ ନଂ ୧୬୧/୨୬ରେ ବିଭିନ୍ନ ଦଫା ବିଏନ୍‌ଏସ ୬୪(୨)(ଏଫ୍‌) , ୬୪(୨)(ଏମ୍‌) ଓ ପୋକ୍ସୋ-୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ  ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼ାଇଙ୍କୁ ପଚାରିବାରୁ ସେ ଫେରାର ଅଛନ୍ତି, ତଦନ୍ତ ଚାଲିଛି ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri