ଯୁବବର୍ଗଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିଛି ଧରିତ୍ରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର,୨୩।୪: ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଜିନେସ ଏମିନେସ୍ସ ଆଓ଼୍ବାଡର୍‌ସ ୨୦୨୬ର ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପ-ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଛନ୍ତି।

ଓଡ଼ିଶାର ବ୍ୟବସାୟ ଓ ଶିଳ୍ପଜଗତର ଦୃଢସଂକଳ୍ପ ନବସୃଜନର ଉଦ୍ୟୋଗୀଙ୍କୁ ସମ୍ମାନିତ କରୁଥିବା ଧରିତ୍ରୀ ଓ ଓଡ଼ିଶାପୋଷ୍ଟକୁ ମୁଁ ଆନ୍ତରିକତାର ସହ ସ୍ୱାଗତ କରୁଛି। ଏହି ପୁରସ୍କାର ସଫଳତାର ଉତ୍ସବ ନୁହେଁ ଏହା ହେଉଛି ସାହସ, ସଂଘର୍ଷ ଓ ଆତ୍ମବିଶ୍ୱାସ, ନିଷ୍ଠା ଓ ଉଦ୍ୟୋଗୀ ମନୋଭାବର ଏହା ହେଉଛି ବଡ଼ ସମ୍ମାନ। ଜଣେ ସଫଳ ବ୍ୟବସାୟୀ ପଛରେ ରହିଥାଏ ଅନିଦ୍ରା ରାତି, ଅସଂଖ୍ୟ ପ୍ରୟାସ ଓ ଆହା଼୍ବନର ମୁକାବିଲା। ଯେଉଁମାନେ ଶୂନରୁ ଆରମ୍ଭ କରି ଶିଖରରେ ପହଞ୍ଚନ୍ତି ସେମାନେ ଆମପାଇଁ ଓ ଉଦ୍ୟୋଗୀ ସମାଜ ପାଇଁ ସଫଳତାର ଉତ୍ସ। ଏହି ଆଓ଼୍ବାର୍ଡ କରିଥିବାରୁ ମୁଁ ଧରିତ୍ରୀ ପରିବାରକୁ ଓ ତଥାଗତ ସତପଥୀଙ୍କୁ ଧନ୍ୟବାଦ ଜଣାଉଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଧରିତ୍ରୀ ସବୁବେଳେ ଯୁବବର୍ଗର ଆକାଂକ୍ଷାକୁ ପ୍ରତିଫଳିତ କରିଆସିଛି। ଧରିତ୍ରୀ ଖବରକାଗଜର ରୂପରେଖ ଏବଂ ସମ୍ୱାଦ ପରିବେଷଣର ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ଓ ଭିନ୍ନ। ଯାହା ବର୍ଷବର୍ଷ ଧରି ପାଠକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇପାରିଛି।

ଓଡ଼ିଶା ଆଜି ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ। ରାଜ୍ୟମାନଙ୍କ ସହ ଆମେ ପ୍ରତିଯୋଗିତାରେ ଅଛୁ। ଶିଳ୍ପ କ୍ଷେତ୍ରରେ ଆମେ ବଡ଼ବଡ଼ ଇଣ୍ଡଷ୍ଟ୍ରିିକୁ ଧ୍ୟାନଦେବା ସହ ଏଣ୍ଟରପ୍ରାଇଜ୍‌ ଓ ଏମଏସଏମି କଥାକୁ କେବେ ଅଣଦେଖା କରିନାହୁଁ।

ଭାରତର ସବୁ ଉଦ୍ୟୋଗୀଙ୍କୁ ଓଡ଼ିଶାକୁ ଆଣି ଏବେ ସଫଳ ହେବାକୁ ଯାଉଛୁ। ଏବଂ ଏଥିରେ ଓଡ଼ିଆ ଉଦ୍ୟୋଗୀଙ୍କୁ କେବେ ପଛରେ ରଖିନାହୁଁ। ଓଡ଼ିଶା ନୁହେଁ ଓରିଶା ଯାହା ପୂର୍ବରୁ ଥିଲା ତାହା ଆମକୁ ସଫଳ ନେତୃତ୍ୱ ଦେଇପାରିଛି। ତେଣୁ ‘ଓରିଶା ପୋଷ୍ଟ ନାଁ ରଖିବା ପ୍ରଶଂସନୀୟ’। ଉଦ୍ୟୋଗୀଙ୍କୁ ଖୋଜି ତାଙ୍କୁ ସମ୍ମାନିତ କରିଥିବାରୁ ତଥାଗତ ସତପଥୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri